Close Menu
Industry Odisha
    Facebook X (Twitter) Instagram
    Trending
    • ଶିଳ୍ପ ଉତ୍ପାଦନ ମନ୍ଥର: ୧୦ ମାସରେ ସର୍ବନିମ୍ନ
    • Coal Ministry Pushes Digital Shift with New Exploration Portal Training
    • Adani Pulls Plug on Two Hydropower Projects in Andhra Pradesh Over Border Row
    • India Eyes Hidden Treasure Beneath Coalfields
    • ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ
    • सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता
    • Vedanta Supports TB Patients in Sundargarh with Nutrition Kits
    • Vedanta Aluminium Helps TB Patients in Sundargarh
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Tuesday, July 29th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ପୂର୍ବତନ ଅଲିମ୍ପିଆନଙ୍କ ସହ ବେଦାନ୍ତର ସହଭାଗିତା: କଳାହାଣ୍ଡିର ୮୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ

    ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ପୂର୍ବତନ ଅଲିମ୍ପିଆନଙ୍କ ସହ ବେଦାନ୍ତର ସହଭାଗିତା: କଳାହାଣ୍ଡିର ୮୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ

    editor industry odishaBy editor industry odishaApril 25, 2025Updated:July 25, 2025 Odia News No Comments2 Mins Read
    Share
    Facebook Twitter LinkedIn Pinterest Email

    ଲାଞ୍ଜିଗଡ଼, ୨୫/୦୪/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ତୃଣମୂଳ ସ୍ତରର କ୍ରୀଡ଼ାକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶାର କଳାହାଣ୍ଡିଠାରେ ଏହାର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ ଅଲିମ୍ପିଆନ୍ ତଥା ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକ ବିଜେତା ରାହୁଲ ବାନାର୍ଜୀଙ୍କ ସହ ସହଭାଗିତା ଘୋଷଣା କରିଛନ୍ତି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ୮୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବା।

    ରାହୁଲ ବାନାର୍ଜୀ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ ଚାମ୍ପିଅନସିପ୍ ସମେତ ୫୦ ରୁ ଅଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ତୀରନ୍ଦାଜ ଯିଏକି ରାଜ୍ୟଗୋଷ୍ଠି କ୍ରୀଡାରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଏବଂ ୨୦୦୯-୧୦ ରେ ଏସୀୟ ଗ୍ରାଣ୍ଡ ପ୍ରିକ୍ସ ହାସଲ କରିଛନ୍ତି ଏବଂ ଆଠ ଥର ଜାତୀୟ ଚାମ୍ପିଅନ୍ ହୋଇଛନ୍ତି। ତାଙ୍କର ମାର୍ଗଦର୍ଶନ ତୀରନ୍ଦାଜୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ସୁଦୃଢ଼ କରିବ ଏବଂ କଳାହାଣ୍ଡିର ପ୍ରତିଭାବାନ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିବ।

    ସହଭାଗିତା ବିଷୟରେ ରାହୁଲ ବାନାର୍ଜୀ କହିଥିଲେ, “ଆଗାମୀ ପିଢ଼ିର ଭାରତୀୟ ତୀରନ୍ଦାଜମାନଙ୍କୁ ଗଢ଼ିବାରେ ବେଦାନ୍ତ ସହିତ କାର୍ଯ୍ୟ କରିବା ଏକ ସମ୍ମାନର ବିଷୟ। କଳାହାଣ୍ଡିରେ ଅସଂଖ୍ୟ ପ୍ରତିଭା ରହିଛି, ଏବଂ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଅଭିଜ୍ଞତା ଏହି ଯୁବ କ୍ରୀଡ଼ାବିତମାନଙ୍କ ପାଖରେ ବିଶ୍ୱ ମଞ୍ଚରେ ଚମକିବାର କ୍ଷମତା ରହିଛି।

    ଏହି ଅବସରରେ ଉଦବୋଧନ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ କ୍ରୀଡ଼ା ସାମାଜିକ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ଉତପ୍ରେରକ ହୋଇପାରେ। ରାହୁଲ ବାନାର୍ଜୀଙ୍କ ସହ ଆମର ଭାଗିଦାରୀ ଗୋଷ୍ଠୀଗତ ବିକାଶ ଏବଂ କ୍ରୀଡ଼ା ଉତ୍କର୍ଷତା ପ୍ରତି ଆମର ଗଭୀର ପ୍ରତିବଦ୍ଧତାର ପ୍ରତିଫଳନ।

    ୨୦୧୮ରେ ଏହା ଆରମ୍ଭ ହେବା ଠାରୁ ବେଦାନ୍ତର କ୍ରୀଡ଼ା ପ୍ରଶିକ୍ଷଣ ପଦକ୍ଷେପ ଲାଞ୍ଜିଗଡରେ କଳାହାଣ୍ଡିର ଆଦିବାସୀ ସମ୍ପ୍ରଦାୟର କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି କାର୍ଯ୍ୟକ୍ରମ ତୀରନ୍ଦାଜୀ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରିଥାଏ, ଯେଉଁଥିରେ ଗୁଣାତ୍ମକ ତାଲିମ ଉପକରଣ, ୟୁନିଫର୍ମ ଏବଂ ବିଶେଷଜ୍ଞଙ୍କ ଦ୍ବାରା କୋଚିଂ ଶିବିରର ସୁବିଧା ରହିଛି। ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ୧୦୦ରୁ ଅଧିକ ଯୁବ ତୀରନ୍ଦାଜଙ୍କୁ ତାଲିମ ଦିଆଯାଇଥିବାବେଳେ ୪୦ରୁ ଅଧିକ ପଦକ କେବଳ ଗତ ବର୍ଷ ରାଜ୍ୟ ଏବଂ ଜାତୀୟ ଚାମ୍ପିଅନସିପରେ ଜିତିଥିଲେ।

    ଏକଦା ଦାରିଦ୍ର୍ୟ ଏବଂ ପଛୁଆ ଅଞ୍ଚଳ ପାଇଁ  ଅପବାଦ ମୁଣ୍ଡାଇଥିବା କଳାହାଣ୍ଡି ଗତ ଦୁଇ ଦଶନ୍ଧି ମଧ୍ୟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରିଛି ଏବଂ ଏ କ୍ଷେତ୍ରରେ ଲାଞ୍ଜିଗଡ଼ରେ ବେଦାନ୍ତର ଉପସ୍ଥିତି ଏକ ପ୍ରମୁଖ ଉତପ୍ରେରକ ଭାବରେ କାର୍ଯ୍ୟ କରୁଛି। ୨୦୦୩ ରେ ବେଦାନ୍ତର ଆଲୁମିନା ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ଦ୍ୱାରା ଏହି ଅଞ୍ଚଳେର ସାମାଜିକ-ଅର୍ଥନୈତିକ ପ୍ରଗତିର ଏକ ତରଙ୍ଗ ସୃଷ୍ଟି ହୋଇଥିଲା, ଯାହା ସମଗ୍ର ଜିଲ୍ଲାରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ନିଯୁକ୍ତି ଏବଂ ଜୀବିକା ସୃଷ୍ଟି କରିବାରେ ଅଗ୍ରଗତି କରିଥିଲା ।

    ଆଜି କଳାହାଣ୍ଡି ଏହି ଅଞ୍ଚଳର ସବୁଠାରୁ ବ୍ୟାପକ ସିଏସ୍ଆର୍ ଇକୋସିଷ୍ଟମ୍ ମଧ୍ୟରୁ ଅନ୍ୟତମ। ବେଦାନ୍ତ ହସ୍ପିଟାଲ ଭଳି ଆଧୁନିକ ସ୍ୱାସ୍ଥ୍ୟ ସୁବିଧା, ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲ ଭଳି ଶିକ୍ଷାନୁଷ୍ଠାନ ଏବଂ ମହିଳା ଓ ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତର ଗୋଷ୍ଠୀଗତ ପଦକ୍ଷେପ ହଜାର ହଜାର ଲୋକଙ୍କ ନିକଟରେ ପହଞ୍ଚୁଛି। ‘ସଖୀ’ ଭଳି ପଦକ୍ଷେପ ସାକ୍ଷରତାର ଉନ୍ନତି, ଅପପୁଷ୍ଟି ହ୍ରାସ ଏବଂ ସ୍ଥାୟୀ ଆୟ ଉତ୍ସ ସହିତ ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବାରେ ସାହାଯ୍ୟ କରିଛି।

    Post Views: 71
    editor industry odisha
    • Website

    Keep Reading

    ଶିଳ୍ପ ଉତ୍ପାଦନ ମନ୍ଥର: ୧୦ ମାସରେ ସର୍ବନିମ୍ନ

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    Add A Comment
    Leave A Reply Cancel Reply

    Editor Picks

    ଶିଳ୍ପ ଉତ୍ପାଦନ ମନ୍ଥର: ୧୦ ମାସରେ ସର୍ବନିମ୍ନ

    July 29, 2025

    Coal Ministry Pushes Digital Shift with New Exploration Portal Training

    July 29, 2025

    Adani Pulls Plug on Two Hydropower Projects in Andhra Pradesh Over Border Row

    July 29, 2025

    India Eyes Hidden Treasure Beneath Coalfields

    July 29, 2025
    Latest Posts

    ଶିଳ୍ପ ଉତ୍ପାଦନ ମନ୍ଥର: ୧୦ ମାସରେ ସର୍ବନିମ୍ନ

    July 29, 2025

    ନୂଆଦିଲ୍ଲୀ: ଅର୍ଥନୀତି ଦୃଷ୍ଟିରୁ ଦେଶ ପାଇଁ ଖରାପ ଖବର | ଗୋଟିଏ ପଟେ ଷ୍ଟକ୍ ବଜାରରେ ବଡ଼ ହ୍ରାସ |…

    Coal Ministry Pushes Digital Shift with New Exploration Portal Training

    July 29, 2025

    New Delhi, 29/07/2025: In a move to modernize and streamline coal exploration approvals, the Ministry…

    Adani Pulls Plug on Two Hydropower Projects in Andhra Pradesh Over Border Row

    July 29, 2025

    New Delhi, 29/07/2025: Two major hydro energy projects planned by Adani Green Energy Ltd (AGEL)…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com Designed by CS WEB SOLUTION

    Type above and press Enter to search. Press Esc to cancel.