Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi
    • US Tariff on Copper Won’t Hurt India, Say Experts
    • ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି
    • Vedanta Aluminium Brings Communities Together Through Rath Yatra Celebrations in Odisha
    • Odisha Government Ensures Smooth Movement of Fuel and Essentials Amid Driver Strike
    • Odisha honoured with the Best State Award for Agriculture at the 16th Agriculture Leadership Conclave
    • ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ: ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ
    • Odisha Government Introduces Amendment to Ensure Academic Accountability in Schools
    • About
    • Advertise
    • Privacy & Policy
    • Contact
    Facebook X (Twitter) Instagram
    Industry OdishaIndustry Odisha
    Subscribe
    Wednesday, July 23rd, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    Industry Odisha
    Home » ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି

    ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି

    editor industry odishaBy editor industry odishaJanuary 31, 2025 Business No Comments2 Mins Read
    Share
    Facebook Twitter LinkedIn Pinterest Email

    ଭୁବନେଶ୍ବର: ଭାରତର ସର୍ବବୃହତ ପୁଞ୍ଜିନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ୨୦୨୫ର ଦ୍ବିତୀୟ ଦିନରେ ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ପାଇଁ ଉପକରଣ ଉତ୍ପାଦନ ନିମନ୍ତେ ଇକୋସିଷ୍ଟମ ସୃଷ୍ଟି କରିବା ବିଷୟବସ୍ତୁକୁ ନେଇ ଅଧିବେଶନ ଆୟୋଜିତ ହୋଇଯାଇଛି। ଅଧିବେଶନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ଥିବାବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ନିବେଶକ, ଛାତ୍ରଛାତ୍ରୀଙ୍କ ସମେତ ୩୦୦ରୁ ଅଧିକ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ସବୁଜ ଶକ୍ତିର ଭବିଷ୍ୟତକୁ ସଂରକ୍ଷିତ କରିବା ଏବଂ ଅକ୍ଷୟ ଶକ୍ତିର ଆକାଂକ୍ଷାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ନିବେଶକମାନଙ୍କୁ ଆହ୍ବାନ କରୁଛନ୍ତି।

    ବିକଶିତ ଓଡ଼ିଶା ୨୦୪୭ର ଦୃଷ୍ଟିକୋଣକୁ ଆଧାର କରି ଓଡ଼ିଶା ରାଜ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏକ ବ୍ୟାପକ ଏବଂ ଭବିଷ୍ୟତ ଚିନ୍ତାଧାରର ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ସିଂହ ଦେଓ ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି, ପରିବେଶ ସନ୍ତୁଳନକୁ ବଜାୟ ରଖି ଉଦ୍ୟୋଗର ବିକାଶ କରିବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଏହି ସମ୍ମିଳନୀର ଆୟୋଜନ ଦ୍ବାରା ଶକ୍ତି କ୍ଷେତ୍ର ନିମନ୍ତେ ବିଶ୍ବର ଅଗ୍ରଣୀ ଶିଳ୍ପପତିମାନେ ୪.୩୩ ଲକ୍ଷ କୋଟି ଟଙ୍କା ନିବେଶ କରିବା ନେଇ ଇଚ୍ଛାପ୍ରକାଶ କରିଛନ୍ତି।

    ଅକ୍ଷୟ ଶକ୍ତିକୁ ନେଇ ଦୁଇଟି ଅଧିବେଶନର ଆୟୋଜନ କରାଯାଇଥିଲା। ପ୍ରଥମ ଅଧିବେଶନରେ ଇମାଦ ଫାଖୋରେ, ଆଞ୍ଚଳିକ ନିର୍ଦ୍ଦେଶକ, ଆଇଏଫସି, ସମୀର ସକ୍ସେନା, ଉପାଧ୍ୟକ୍ଷ, ଗ୍ରୀନ ହାଇଡ୍ରୋଜେନ୍ ଆଣ୍ଡ ନିୟୁ ବିଜନେସ୍ ଡେଭଲପମେଣ୍ଟ, ରିନିୟୁ, ଶ୍ରୀ ରମେଶ କୁମାର କୁରୁପ୍ପାଥ, ମୁଖ୍ୟ, ଆଇଏସଏ, ଶ୍ରୀ ସାନିଲ୍ ନମ୍ବୋଦିରିପଦ୍, ଏମଡି, ଓଟିପିସି, ଶ୍ରୀ କପିଲ ମାହେଶ୍ବରୀ, ସିଇଓ, ୱେଲସ୍ପୁନ୍ ନିୟୁ ଏନର୍ଜି, ଶ୍ରୀ ଡିଏମଆର୍ ପଣ୍ଡା, ମୁଖ୍ୟ ପରିଚାଳକ, ଏନଟିପିସି ଉପସ୍ଥିତ ରହି ଅକ୍ଷୟ ଶକ୍ତି ମାଧ୍ୟମରେ ଓଡ଼ିଶାକୁ କିପରି ବିକଶିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି।

    ଦ୍ବିତୀୟ ଅଧିବେଶନରେ ମୋଜାମ ମେକାନ, ହବ୍ ଲିଡର୍, ଆଇଏଫସି, ପ୍ରଦୀପ କୁମାର ଦାସ, ସିଏମଡି, ଆଇଆରଇଡିଏ, ସନ୍ତୋଷ ଖରିନାର, ଅଧ୍ୟକ୍ଷ, ଆଇନକ୍ସ ୱିଣ୍ଡ, ପ୍ରଶାନ୍ତ ଚୌବେ, ଅଧ୍ୟକ୍ଷ, ଏଭିଏଏଡିଏ ଉପସ୍ଥିତ ରହି ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମର ବିକାଶ କରିବା ସହ ଏକ ଅଭିବୃଦ୍ଧିର ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଛି। ଏଥିସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସ୍ବାଗତ ଅଭିଭାଷଣ ରଖିଥିଲେ।

    ଆଜି ମୋଟ୍ ୧.୨୪ ଲକ୍ଷ କୋଟି ଟଙ୍କା ନିବେଶରେ ଫ୍ଲୋଟିଂ ସୋଲାର୍, ଗ୍ରାଉଣ୍ଡ ମାଉଣ୍ଟେଡ୍ ସୋଲାର୍, ପିଏସି, ୱିଣ୍ଡା ଆଣ୍ଡ ଥର୍ମାଲ ପ୍ରକଳ୍ପ ନିମନ୍ତେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (MCL) ସହ ଚୁକ୍ତିନାମା ସ୍ବାକ୍ଷର, ସୋଲାର୍ ଏବଂ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଏନଏଲସି (NLC) ସହ ଚୁକ୍ତିନାମା ସ୍ବାକ୍ଷର, ସୋଲାର୍, ୱିଣ୍ଡ, ହାଇବ୍ରିଡ୍, ଶକ୍ତି ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ଆଇଓସିଏଲ୍ (IOCL) ସହ ଚୁକ୍ତି ସ୍ବାକ୍ଷର, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ ପ୍ରକଳ୍ପ, ସୋଲାର୍ ଆଣ୍ଡ ୱିଣ୍ଡ ପ୍ରକଳ୍ପ ପାଇଁ ଏନଜିସି (NGC) ସହ ରାଜିନାମା ସ୍ବାକ୍ଷର, ସୋଲାର୍ ଆଣ୍ଡ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଆରଇସି-ପିଡିସିଏଲ୍ (REC-PDCL) ସହ ଏମଓୟୁ ସ୍ବାକ୍ଷରିତ ହୋଇଥିବାବେଳେ ସିବିଜି (Compressed Bio-gas) ପ୍ରକଳ୍ପ ପାଇଁ ଏଚପିସିଏଲ୍ (HPCL) ସହ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି। ଏଥିସହିତ ଓଡ଼ିଶା ଶକ୍ତି କ୍ଷେତ୍ର-ଭବିଷ୍ୟତ ନିବେଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କଫିଟେବୁଲ ବହି ଉନ୍ମୋଚିତ ହୋଇଛି ।

    Post Views: 59
    CM Mohan Charan Majhi Investment In Odisha PM Narendra Modi Utkarsh Odisha-2025 Utkarsh Odisha-Make in Odisha
    editor industry odisha
    • Website

    Keep Reading

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    Vedanta Aluminium Brings Communities Together Through Rath Yatra Celebrations in Odisha

    Odisha Government Ensures Smooth Movement of Fuel and Essentials Amid Driver Strike

    Odisha honoured with the Best State Award for Agriculture at the 16th Agriculture Leadership Conclave

    ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ: ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ

    Add A Comment
    Leave A Reply Cancel Reply

    Editor Picks

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    US Tariff on Copper Won’t Hurt India, Say Experts

    July 10, 2025

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    Vedanta Aluminium Brings Communities Together Through Rath Yatra Celebrations in Odisha

    July 10, 2025
    Latest Posts

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    Lanjigarh, Kalahandi,10thJuly 2025: Vedanta Aluminium, India’s largest aluminium producer, showcased the role of women-led enterprises…

    US Tariff on Copper Won’t Hurt India, Say Experts

    July 10, 2025

    Mumbai, 10/07/2025: The United States recently announced a 50% import tax on copper. While this…

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    ଭୁବନେଶ୍ଵର: ରଥଯାତ୍ରା ଅବସରରେ ବେଦାନ୍ତ ଆଲୁମିନିୟମ, ସମଗ୍ର ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ନିକଟରେ ପହଁଞ୍ଚୁଛି । ପୁରୀ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) Instagram Pinterest
    • About
    • Advertise
    • Privacy & Policy
    • Contact
    © 2025 IndustryOdisha.com Designed by ThemeSphere.

    Type above and press Enter to search. Press Esc to cancel.