ଭୁବନେଶ୍ବର : ପେସା ଲାଗୁ ପରେ ଖଣି ନିଲାମ କର। ଓଏମ୍ସିକୁ ସବୁ ଖଣି ହସ୍ତାନ୍ତର ହେଉ। ଫଳରେ ଆମ ଖଣିଜ ଦ୍ରବ୍ୟର ଆମେ ଉପଯୁକ୍ତ ମୂଲ୍ୟ ପାଇପାରିବୁ। ନଚେତ୍ ଖଣିଜ ଦ୍ରବ ଦ୍ରବ୍ୟର ଅବମୂଲ୍ୟାୟନ ଯୋଗୁଁ ଆମେ ହଜାର। ହଜାର କୋଟି ହରାଇବୁ। ଏହାବ୍ୟତୀତ ଆମ ପର ପିଢ଼ି ପାଇଁ ଆମେ କିଛି ଖଣି ବଞ୍ଚାଇ ରଖିବା ଉଚିତ। ରାଜ୍ୟର କୋଇଲା ସମେତ ସମସ୍ତ ଖଣିଜ ଦ୍ରବ୍ୟ ଉପରେ ସେସ୍ ଲାଗୁ କରାଯାଉ ବୋଲି ସେମବାର ଇସ୍ପାତ ଓ ଖଣି ବିଭାଗର ଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତି ପ୍ରତାପ ସ୍ବାଇଁ କହିଛନ୍ତି।
ସେହିପରି ଜବତ ପରି ବିଜେଡିର ବିଧାୟକ ଗଣେଶ୍ବର ବେହେରା ଆଲୋଚନା ଆରମ୍ଭକରି କହିଛନ୍ତି, ଏବେ ସବୁ କାଳର ସୀମା ଟପିଛି ଖଣି ଚୋରି। ବିଶେଷ କରି ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବେଳେ କେବଳ ଟ୍ରାକ୍ଟରଗୁଡ଼ିକୁ ଜବତ କରାଯାଉଛି। ହାଇଓ୍ବା କିମ୍ବା ଟିପରଗୁଡ଼ିକୁ ଜବତ କରାଯଉନି ବୋଲି ଶ୍ରୀ ବେହେରା କହିଛନ୍ତି। ପୁରୀ ବିଧାୟକ ସୁନିଲ ମହତି ରାଜ୍ୟରେ ଅଧିକ ଇଭି ଚାର୍ଜି ଷ୍ଟେସନ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ହିତ ମାଗଣାରେ ଚାର୍ଜ କରିବାର ସୁଯୋଗ ଦେଲେ ଇଭି ସଂଖ୍ୟା ବଢ଼ିବ ବୋଲି ଯୁକ୍ତି ବାଢ଼ିଛନ୍ତି। ପୁରୀରୁ କୋଣାର୍କ ପ୍ଲେନ୍ ଚଳାଇବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ତୁଷାରକାନ୍ତି ବେହେରା, ପ୍ରଦୀପ କୁମାର ଦିଶାରୀ, ଅଭିମନ୍ୟୁ ସେଠୀ ପ୍ରମୁଖ ବଜେଟକୁ ବିରୋଧ କରିଥିଲେ।
ଅପରପକ୍ଷେ ବିଜେପିର ବାଲେଶ୍ଵର ବିଧାୟକ ମାନସ ଦତ୍ତ କହିଛନ୍ତି, ବିଜେଡି ସରକାର ସମୟରେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା ଖଣି ବିଭାଗ। ବିଜେପି ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ, ଗତ ସରକାରବେଳେ ବାଲି କେବଳ ପଡ଼ୋଶୀ ରାଜ୍ୟ ଚାଲାଣ ହେଉନଥିଲା, ଚୀନକୁ ବି ଚାଲାଣ ହେଉଥିଲା। ୩୦ ଜିଲ୍ଲାରେ ୩୦ ଜଣ ଖଣି ଅଧିକାରୀ ବି ନଥିଲେ। ଜଣେ ଜଣେ ଅଧିକାରୀ ୨ଟି ଜିଲ୍ଲାର ଦାୟିତ୍ବ ବୁଝୁଥିଲେ। ବିଜେପିର ଇରାଶିଷ ଆଚାର୍ଯ୍ୟ, ଡ. ଫକୀରମୋହନ ନାଏକ, ନରସିଂହ ମାଡକାମୀ, ପଦ୍ମଲୋଚନ ପଣ୍ଡା, ପୂର୍ଣଚନ୍ଦ୍ର ସେଠୀ ପ୍ରମୁଖ ବଜେଟ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।