ଟିକିରି: ଆଦିତ୍ୟ ଆଲୁମିନା ରିଫାଇନାରି କଂସାରିଗୁଡା ପକ୍ଷରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ପୋଡାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ୱାଟର ଫିଲଟର ସହାୟତାର ଶୁଭ ଉଦ୍ଘାଟନ ହୋଇଯାଇଛି। ବିଦ୍ୟାଳୟର ସେମାନଙ୍କ ଛାତ୍ରଛାତ୍ରୀ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ଗ୍ରାମବାସୀ ବୃନ୍ଦ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ୟୁନିଟ୍ ହେଡ଼ ତଥା ଆଦିତ୍ୟ ଆଲୁମିନା ରିଫାଇନାରି ସଭାପତି ମଜହର ବେଗ ଯୋଗ ଦେଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ସହ ସ୍କୁଲ ପରିସର ପରିଭ୍ରମଣ କରି ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ଦିଗରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ପଦ୍ମନାଭ ମହାନ୍ତି ତାଙ୍କ ଅଭିଭାଷଣରେ ଆଦିତ୍ୟ ଆଲୁମିନା କର୍ତ୍ତୃପକ୍ଷଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହାୟତା ପାଇଁ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଅସୁବିଧା ଉପରେ ଆଲୋକପାତ କରିଥିଲେ | ମୁଖ୍ୟ ଅତିଥି ମଜହର ବେଗ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହସ୍ତାନ୍ତର କରିବା ସହ ଆଗାମୀଦିନରେ ପଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଆଦିତ୍ୟ ଆଲୁମିନା ରିଫାଇନାରିର ଉପସଭାପତି କୌଶିକ ଶରଣ ମିଶ୍ର, ନିର୍ମାଣ ମୁଖ୍ୟ ରମେଶ ଦୁବାଡା, ମାନବ ସମ୍ବଳ ବିଭାଗ ମୁଖ୍ୟ ଦୀପକ ମହାନ୍ତି, ଆଡ୍ମିନି ମୁଖ୍ୟ ସେକୁରିଟି ବ୍ରିଗ, ବହ୍ମେଶ ମହାନ୍ତି, ହେଡ଼ ସିଏସଆର ତନ୍ମୟ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ତ୍ରିନାଥ ଦୁରିଆ ଯୋଗ ଦେଇଥିଲେ।