ନୂଆଦିଲ୍ଲୀ: ଇସ୍ପାତ ଏବଂ ଆଲୁମିନିୟମ ଉପରେ ଆମେରିକାଦ୍ବାରା ଲାଗୁ କରାଯାଇଥିବା ଶୁଳ୍କର ଜବାବ ରଖୀବ ଭାରତ। ଏଥିରେ ଆମେରିକା ଉପରେ ଭାରତ ପ୍ରତିଶୋଧମୂଳକ ଶୁକ୍ଳ ଲଗାଇବାକୁ ଯାଉଥିବା ଜଣାପଡିଛି। ଭାରତ କହିଛି ଯେ ଏହା ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନିୟମ ଅନୁଯାୟୀ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବ | ଟ୍ରମ୍ପ୍ ପ୍ରଶାସନ ଭାରତଦ୍ବାରା ଇସ୍ପାତ ଏବଂ ଆଲୁମିନିୟମ୍ ଆମଦାନୀ ଉପରେ ୨୫% ଶୁକ୍ଳ ଆଦାୟ କରୁଛନ୍ତି ରୁଛନ୍ତି।। ଭାରତ ଜବାବୀ ଶୁକ୍ଳ ଲଗାଇବା ଦ୍ବାରା ପ୍ରଭାବିତ ହୋଇପାରେ ୬୪ ହଜାର କୋଟିର ଆମଦାନୀ | ନିଜର ବ୍ୟବସାୟିକ ସୁରକ୍ଷାକୁ ଦର୍ଶାଇ ଆମେରିକା ୨୦୧୮ରୁ ଏହି ଉତ୍ପାଦଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିଆସୁଛି। ଡବ୍ଲ୍ୟୁଟିଓ ଅନୁଯାୟୀ ଏହା ୭.୬ ବିଲିୟନ ଡଲାର (ପ୍ରାୟ ୬୪,୫୧୨ କୋଟି) ଭାରତୀୟ ଉତ୍ପାଦ ଆମଦାନୀକୁ ପ୍ରଭାବିତ କରିବ, ଯାହା ମଧ୍ୟରୁ ପ୍ରାୟ ୧. ୯୧ ବିଲିୟନ ଡଲାର (ପ୍ରାୟ ୬୧,୨୧୩ କୋଟି) ହେଉଛି ଶୁଳ୍କ ୨୦୧୮ ମାର୍ଚ୍ଚ ୨୩ରେ ଆମେରିକା ଭାରତୀୟ ଇସ୍ପାତ ଉତ୍ପାଦ ଉପରେ ୨୫% ଏବଂ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ୧୦% ଶୁଳ୍କ ଲାଗୁ କରିଥିଲା I ଜାନୁଆରୀ ୨୦୨୦ରେ ଶୁଳ୍କ ଏହାକୁ ଆହୁରି ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ମେ’ ୧୦ରେ, ଆମେରିକା ଉଭୟ ଉତ୍ପାଦ (ଆଲୁମିନିୟମ୍ ଏବଂ ଇସ୍ପାତ) ଉପରେ ଆମଦାନୀ ଶୁଳ୍କକୁ ୨୫%କୁ ସଂଶୋଧନ କରିଥିଲା, ଯାହା ଗତକାଲି ଅର୍ଥାତ୍ ମେ ୧୨ ତାରିଖରୁ କାର୍ଯ୍ୟକାରୀ ହୋଇଛି I
ଭାରତ ବିଶ୍ଵ ବାଣିଜ୍ୟ କହିଛି ଯେ ଇସ୍ପାତ, ଆଲୁମିନିୟମ୍ ସମ୍ପର୍କିତ ଉତ୍ପାଦ ଉପରେ ଉପରେ ଆମେରିକାର ସୁରକ୍ଷା ପଦକ୍ଷେପର ଜବାବରେ ଦେଶ କିଛି ରିଆତି ସମାପ୍ତ କରିବ। ପୂର୍ବରୁ ଏପ୍ରିଲରେ ପୂର୍ବରୁ, ଆମେରିକାର ନୂତନ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ପରେ ରେ ଭାରତ ବିଶ୍ଵ ବାଣିଜ୍ୟ ସଂଗଠନର ସୁରକ୍ଷା ଚୁକ୍ତିନାମା ଅନୁଯାୟୀ ଆମେରିକା ସହିତ ଆଲୋଚନା କରିବାକୁ କହିଥିଲା। ଜବାବରେ, ଆମେରିକା ଡବ୍ଲ୍ୟୁଟିଓକୁ କହିଛି ଯେ ଜାତୀୟ ସୁରକ୍ଷା ଆଧାରରେ ଶୁଳ୍କ ଲାଗୁ କରାଯାଇଛି ଏବଂ ଏହାକୁ ସୁରକ୍ଷା ପଦକ୍ଷେପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ I ତଥାପି, ଡବ୍ଲ୍ୟୁଟିଓ ଆମେରିକାର ଶୁଳ୍କକୁ ଏକ ନିରାପଦ ପଦକ୍ଷେପ ଭାବରେ ସ୍ବୀକୃତି ଦେଇଛି।
ଶୁଳ୍କ କ’ଣ : ଟାରିଫ୍ ବା ଶୁଳ୍କ ହେଉଛି ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଲାଗୁ ହୋଇଥିବା ଏକ ଟିକସ ଯେଉଁ କମ୍ପାନୀଗୁଡ଼ିକ ଦେଶକୁ ବିଦେଶୀ ସାମଗ୍ରୀ ଆଣିଥାନ୍ତି ସେମାନେ ସରକାରଙ୍କୁ ଏହି ଟିକସ ଦିଅନ୍ତି। ଉଦାହରଣ ସ୍ୱରୂପ ଟେସଲାର ସାଇବର ଟ୍ରକ୍ ଆମେରିକା ବଜାରରେ ପ୍ରାୟ ୯୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି | ଯଦି ଶୁଳ୍କ ୧୦୦% ହୁଏ ତେବେ ଭାରତରେ ଏହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ |