ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପ୍ରମୁଖ ଉତ୍ପାଦନ କ୍ଷେତ୍ର ଏବଂ ବୈଷୟିକ ଅର୍ଥନୈତି ନିତିକ ପରିମାପବ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ସହିତ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ କରିଛି। ୨୦୧୪-୨୫ ଆର୍ଥିକ ବର୍ଷରେ ଦୁଇଟି କାର୍ଯ୍ୟକ୍ଷମ ବ୍ଲାଷ୍ଟ ଫଣ୍ଡେସ୍ ର୍ଣ୍ଣେସ୍ ସହିତ ଆର୍ଥିକ ଦୃଷ୍ଟିରୁ ପ୍ରତିକୂଳ ୟୁନିଟ୍ ହଟ୍ ଷ୍ଟ୍ରିପ୍ ମିଲ୍-୧ ଏବଂ କୋଲ୍ଡ଼ ରୋଙ୍ଗି ମିଲ୍ ବନ୍ଦ କରିବାର ର ରଣନୈତିକ ନିଷ୍ପତ୍ତି ମଧ୍ୟରେ ଇସ୍ପାତ କା କାରଖାନା ସମସ୍ତ ତିନୋଟି ପ୍ରମୁଖ ପାରାମିଟର ଯଥା ଯଥା ହଟ୍ ମେଟା ମେଟାଲ୍, ଅଶୋଧୂତ ଇସ୍ପାତ ଏବଂ ବିକ୍ରଯଯୋଗ୍ୟ ଇସ୍ପାତ ଉତ୍ପାଦନରେ ୪ ନିୟୁତ ଟନ୍ ଉତ୍ପାଦନ ରେଖା ଅତିକ୍ରମ କରିଛି | ବ୍ଲାଷ୍ଟ ଫର୍ଣ୍ଣେସ୍-୧ ଏବଂ ବ୍ଲାଷ୍ଟ ଫର୍ଣ୍ଣେସ୍-୫ ଆଲୋଚ୍ୟ ଆର୍ଥିକ ବର୍ଷରେ ଯଥାକ୍ରମେ ୧୦, ୦୪, ୭୩୬ ଟନ୍ଏ ବଂ ୩୧, ୩୨, ୩୧୬ ଟନ୍ ହଟ୍ ମେଟାଲ୍ ଉତ୍ପାଦନ କରିଥିଲେ ଯାହା ଉଭୟଙ୍କର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଥିଲା।
ହଟ୍ ଷ୍ଟ୍ରିପ୍ ମିଲ୍-୨ (ଏଚଏସଏମ-୨) ମଧ୍ୟ ଏହି ସଫଳତାର ଧାରାରେ ପ୍ରମୁଖ ଅବଦାନ ରଖୀଥିଲା ଏବଂ ସର୍ବକାଳୀନ ଶ୍ରେଷ୍ଠ ୨୬, ୨୨, ୭୦୪ ଟନ୍ ସ୍ଲାବ୍ ରୋଲିଙ୍ଗ ପୂର୍ବକ ୨୫, ୫୬, ୭୧୭ ଏଚଆର କଏଲ୍ ଉତ୍ପାଦନ କରି ୨୦୨୩-୨୪ରେ ହାସଲ ହୋଇଥିବା ୨୩, ୭୫, ୪୫୭ ଟିନ୍ ଏଚ୍ଆର କଏଲ୍ ଉତ୍ପାଦନର ପୂର୍ବ ରେକର୍ଡକୁ ଅତିକ୍ରମ କରିଥିଲା | ନୂତନ ପ୍ଲେଟ୍ ମିଲ୍ ମଧ୍ୟ ୧୦, ୩୭, ୪୫୬ ଟନ୍ ସ୍ଲାବ୍ ରୋଲିଙ୍ଗ କରି ରେକର୍ଡ ୯, ୩୧, ୯୧୯ ଟନ୍ ପ୍ଲେଟ୍ ଉତ୍ପାଦନ କରିଥିଲା I
ଉଭୟ ବ୍ଲାଷ୍ଟ ଫର୍ସେସ୍ ୨୦୨୪-୨୫ ରେ ସର୍ବୋତ୍ତମ ଦୈନିକ ଘନମିଟର ପିଛା ୨.୩୧ ଟନ ଉତ୍ପାଦକତା ହାର ହାସଲ କରିଥିଲେ ହୋଇଥିବା ପୂର୍ବଶ୍ରେଷ୍ଠ ୨୦୭ ଟନରେ ଉନ୍ନତି ଆଣିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବକାଳୀନ ଶ୍ରେଷ୍ଠ ୦.୮୯୬ କୋଲ ଟୁ ହଟ ମେଟାଲ ଅନୁପାତ ହାସଳ କରାଯାଇଥିଲା। ଉଲ୍ଲେଖନୀୟ ଯେ ଯ ଗତ ଆର୍ଥିକ ବର୍ଷରେ ଆରଏସପିର ର ଚମତ୍କାର ପ୍ରଦର୍ଶନ ମଧ୍ୟରେ ବିଭିନ୍ନ ବ୍ୟକ୍ତିଗ କ୍ତିଗତ ବିଭାଗ ମଧ୍ୟ ଅନେକ ଜାତୀୟ ରେକର୍ଡ ହାସ କରିଥିଲେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସାମୂହିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି |