ନୂଆଦିଲ୍ଲୀ: ୨୦୧୫-୨୬ ଆର୍ଥିକବର୍ଷର ସାଧାରଣ ବଜେଟରେ କେନ୍ଦ୍ର ସରକାର କେତେକ ଟିକସ ରିଆତି ଦେଇଛନ୍ତି। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ମଧ୍ୟ ବର୍ଗକୁ ବଡ଼ ଆୟକର ରିଆତି ଏଥିରେ ସାମିଲ ଅଛି। ଏହି ଅନୁଯାୟୀ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଜଣେ ବେତନଭୋଗୀ କରଦାତା କୌଣସି ଟିକସ ଦେବେନାହିଁ। ଚଳିତଥର ସଂସଦରେ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଆୟକର ରିଆତି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ବାରମ୍ବାର ଜୋର ଦେଉଥିବା ଦେଖୁବାକୁ ମିଳିଥିଲା | ହେଲେ ବଜେଟରେ ଅନ୍ୟ ଗୁରୁତ୍ବପୂର୍ଣ କ୍ଷେତ୍ରଗୁଡିକୁ ସେଭଳି ଗୁରୁତ୍ବ ଦିଆଯାଇନଥିବା ବିଶେଷଜ୍ଞମାନେ କହିସାରିଲେଣି।
ବଜାର ବିଶେଷଜ୍ଞମାନଙ୍କର କହିବାନୁସାରେ ୧୨ ଲକ୍ଷ ଟଙ୍କାର ଆୟକର ରିଆତିକୁ ଢ଼ାଲ କରି ସରକାର ବଜେଟର ଅନ୍ୟ ସବୁ କ୍ଷେତ୍ର ଏବଂ ଦିଗ ଉପରୁ ସାଧାରଣ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରିଛନ୍ତି। ଯେମିତିକି ବଜେଟରେ ରେଳ, ଶକ୍ତି ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ କ୍ଷେତ୍ରକୁ କମ୍ ପାଣ୍ଠି ବ୍ୟୟ ବରାଦ କରାଯାଇଛି I ମୋଟାମୋଟିଭାବେ ସରକାର ବଜେଟରେ ଅନ୍ୟ ସମସ୍ତ କ୍ଷେତ୍ରରୁ ବ୍ୟୟ ବରାଦରେ ହ୍ରାସ ଘଟାଇ ମଧ୍ୟବିତ୍ତଙ୍କ ନାମରେ ଆୟକର ରିଆତି ଘୋଷଣାକୁ ବଡ଼ ଢ଼ାଲ କରିଛନ୍ତି। ଏହି ଆଳରେ ସରକାର ମଧ୍ୟବିତ୍ତଙ୍କୁ ବଜେଟରେ ଗୁରୁତ୍ବ ଦେଇଥିବା କହି ପ୍ରସଂଶା ସାଉଁଟିବାରେ ବ୍ୟସ୍ତ।
୨୦୨୫-୨୬ ଆର୍ଥିକବର୍ଷର ସାଧାରଣ ବଜେଟରେ କେନ୍ଦ୍ର ସରକାର ପୁଞ୍ଜି ବ୍ୟୟକ ସେଭଳି ଗରୁତ୍ବ ଦେଇନାହିଁନ୍ତି। କାରଣ ଚଳିତ ଆର୍ଥିକବର୍ଷର ପ୍ରଥମ ଥମ ୯ମାସ ଅର୍ଥାତ୍ ତୃତୀୟ ତ୍ରୈମାସ ସୁଦ୍ଧା ପୁଞ୍ଜି ବ୍ୟୟ ଧାର୍ଯ୍ୟ ହାସଲ କରିପାରିନାହାନ୍ତି | ୨୦୨୪, ପ୍ରଥମାର୍ଦ୍ଧରେ ଦେଶରେ ସାଧାରଣ ନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ କାରଣରୁ ବିଭିନ୍ନ ସରକାରୀ କଟକଣା ଲାଗୁ କରାଯାଇଥିଲା । ଯାହାର ଫଳସ୍ୱରୂପ ପୁଞ୍ଜି ବ୍ୟୟ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଆଶା କରାଯାଉଥିଲା ବର୍ଷର ଶେଷ ତ୍ରୈମାସ ବଜେଟ ୨୦୨୫-୨୬ ଆର୍ଥିକବର୍ଷରେ କେନ୍ଦ୍ର ସରକାର ଅଧିକ ମାତ୍ରାରେ ପୁଞ୍ଜି ବ୍ୟୟ କରି ପୂର୍ବବର୍ଷର ହ୍ରାସକୁ ଭରଣା କରିବେ।
ବଜେଟରେ ସରକାର ପୁଞ୍ଜି ବ୍ୟୟ ବାବଦ କମ୍ ଅର୍ଥ ବରାଦ କରିଛନ୍ତି | ଯାହାର ପରିଣାମ ସ୍ବରୂପ ଭିତ୍ତିଭୂମି କ୍ଷେତ୍ରକୁ ଶକ୍ତ ଝଟ୍ଟା ଲାଗିଛି | ସେହିପରି ରେଳ, ଶକ୍ତି ପ୍ରତିରକ୍ଷା ଭଳି କ୍ଷେତ୍ରକୁ ପୂର୍ବପେକ୍ଷା କମ୍ ପାଣ୍ଠି ବ୍ୟୟ ବରାଦ କରିବା ଏହାର ଆଉ ଏକ ଉଦାହରଣ | ଆହୁରି ମଧ୍ୟ ବଜେଟରେ ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକ ପାଇଁ ପାଣ୍ଠି ବ୍ୟବସ୍ଥା କମ୍ ହୋଇଛି | ବଜେଟରେ ସୀତାରମଣ ସହରାଞ୍ଚଳର ଭିତିଭୂମି ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଅର୍ବାନ୍ ଚ୍ୟାଲେଞ୍ଜ ଫାଣ୍ଠିର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି | ହେଲେ ନିଯୁକ୍ତି ସମେତ ଖାଦ୍ୟ ରିଆତି ବାବଦ ଅନୁଦାନ କମ୍ କରିବା ସହ ଗ୍ରାମୀଣ ବିକାଶ କ୍ଷେତ୍ରକୁ ନାମମାତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି।