ଲଖନପୁର : ସୁନ୍ଦରଗଡ଼ ଜିଲ୍ଲାର କୋଇଲା ଦୁର୍ନୀତି ଘଟଣା ପରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପ୍ରଦୂଷଣ ବିଭାଗର ତତ୍ପରତା ଦେଖୀବାକୁ ମିଳିଛି। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସରଣ୍ଡାମାଳ ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଆର୍ଥ ମିନେରାଲ କୋଲ ଓ୍ୱାସେରିରେ ରାଜସ୍ବ, ଖଣି ଓ ପ୍ରଦୂଷଣ ବିଭାଗ ମିଳିତ ଚଢ଼ଉ କରିଛି। ସମସ୍ତ ଦିଗକୁ ନେଇ ଯାଞ୍ଚ ଆରମ୍ଭ କରାଯାଇଥିବାବେଳେ ଯାଞ୍ଚ ପ୍ରକ୍ରିୟା ନସରିବା ପର୍ଯ୍ୟନ୍ତ କୋଲ ଓ୍ୱାସେରି ପକ୍ଷରୁ କୌଣସି କାମ କରାଯାଇପାରିବ ନାହିଁ। ନା କୋଇଲା ଆମଦାନୀ କରାଯିବ ନା ରପ୍ତାନୀ କରାଯାଇ ପାରିବ ବୋଲି ଲଖନପୁର ତହସିଲଦାର ପ୍ରସନ୍ନ କୁମାର ପଟେଲ କୋଲ ଓ୍ୱାସେରିର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉ ୨୦୦୫ରେ ପ୍ରତିଷ୍ଠା ହୋଇଥିଲା ଏହି କୋଲ ଓ୍ୱାସେରି ପ୍ରକଳ୍ପ। ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ପ୍ରଶାସନର ନିର୍ଦ୍ଦେଶରେ ୨୦୧୩ ଜୁଲାଇ ମାସରେ ପସରେ ବନ୍ଦ ହୋଇଯାଇଥିଲା। ୨୦୨୩ ଫେବ୍ରୁଆରୀ ମାସରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ଏଠାରେ ବାର୍ଷିକ ୪ ମିଲିୟନ ଟନ୍ କୋଇଲା ଓ୍ୱାସେରିରେ ସୂଚନା ଥାଉ ୨୦୦୫ରେ ପ୍ରତିଷ୍ଠାସୂଚନା ଥାଉ ୨୦୦୫ରେ ପ୍ରତିଷ୍ଠାସୂଚନା ଥାଉ ୨୦୦୫ରେ ପ୍ରତିଷ୍ଠା କରିବାର କ୍ଷମତା ରହିଛି। ବର୍ତ୍ତମାନ ବାସ୍ତବରେ ବିଗତ ଦିନର ଅନୁମୋଦନ ଅନୁସାରେ ପ୍ରକଳ୍ପ କାର୍ଯ୍ୟକ୍ଷମ ତଦନ୍ତ ହେଉଛି ନା ବ୍ୟତିକ୍ରମ ହେଉଛି ତାର କରାଯିବାକୁ ଏହି ଯାଞ୍ଚ ବୋଲି କୁହାଯାଉଛି।
ଆଜିର ଏହି ମିଳିତ ଯାଞ୍ଚ ସମୟରେ ତହସିଲଦାର ଶ୍ରୀ ପଟେଲଙ୍କ ସମେତ ଖଣି ବିଭାଗର ଆସିଷ୍ଟାଣ୍ଡ ମାଇନିଂ ଅଫିସର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଏକ ଟିମ୍ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଝାରସୁଗୁଡ଼ା ଜିଲ୍ଲାର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ହିରଣ୍ୟ କୁମାର ନାଏକ, ଉପ ପରିବେଶୀୟ ବୈଜ୍ଞାନିକ ଅନୁଷା ଏକ୍କା, ବନ୍ଧବାହାଲ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦ୍ବିବେଦୀ ପ୍ରମୁଖ ସାମିଲ ଥିଲେ।