ନୂଆଦିଲ୍ଲୀ, ୦୩/୦୬/୨୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ପାତ ଓ ଆଲୁମିନିୟମ ଉପରେ ଲଗାଇଥିବା ୨୫ ପ୍ରତିଶତ ଶୁଳ୍କକୁ ଦ୍ବିଗୁଣିତ କରି ୫୦ ପ୍ରତିଶତ କରିଛନ୍ତି । ତାହା ଜୁନ୍ ୪ରୁ ଲାଗୁ ହେବ ଆମେରିକାର ସେହି ନିଷ୍ପତ୍ତିଦ୍ବାରା ଭାରତ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆର୍ଆଇ) ଆକଳନ କରିଛି। ଏହି ଶୁଳ୍କ ପ୍ରଭାବରେ ୪୫୬ କୋଟି ଡଲାରର ଭାରତୀୟ ରପ୍ତାନି ପ୍ରଭାବିତ ହେବ |
ଆମେରିକାରେ ଭାରତ ପଠାଉଥିବା ଇସ୍ପାତ ଓ ଆଲୁମିନିୟମର ଦାମ୍ ବଢ଼ିଯିବ, ଯାହା ଫଳରେ ବଜାର ପ୍ରତିଯୋଗିତାରେ ସେଗୁଡ଼ିକ ପଛରେ ରହିଯିବେ। ୨୦୨୪-୨୫ରେ ଆମେରିକାକୁ ଭାରତ ୪୫୬ କୋଟି ଡଲାରର ଲୁହା, ଇସ୍ପାତ ଆଲୁମିନିୟମ ଉତ୍ପାଦ ପଠାଇଥିଲା। ଯେହେତୁ ଶୁଳ୍କକୁ ଦ୍ବିଗୁଣିତ କରାଯାଇଛି, ଭାରତୀୟ ଧାତବ କମ୍ପାନିଗୁଡ଼ିକର ଆମେରିକାରୁ ହେଉଥିବା ପ୍ରଭାବିତ କରିବ ବୋଲି ଜିଟିଆର୍ଆଇ ଆକଳନ କରିଛି।
ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଆମେରିକା ବାଣିଜ୍ୟ ସମ୍ପ୍ରସାରଣ ନିୟମ ୧୯୬୨ର ଧାରା ୨୩୨ରେ ଥିବା କ୍ଷମତାକୁ ବ୍ୟବହାର କରି ଇସ୍ପାତ ଓ ଆଲୁମିନିୟମ୍ ଶୁଳ୍କକୁ ଟ୍ରମ୍ପ ଦ୍ବିଗୁଣିତ କରିଛନ୍ତି। ୨୦୧୮ରେ ସେ ପ୍ରଥମେ ଏହି ଧାରାକୁ ଲାଗୁ କରି ଇସ୍ପାତ ଉପରେ ୨୫ ପ୍ରତିଶତ ଓ ଆଲୁମିନିୟମ୍ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଚଳିତ ବର୍ଷ ଫେବ୍ରୁଆରିରେ ଉଭୟ ଧାତବ ଉପରେ ଶୁଳ୍କକୁ ୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।