ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଦାବି କରିଛନ୍ତି ଯେ ଭାରତୀୟ ବ୍ୟାଙ୍କମାନେ ତାଙ୍କଠାରୁ ୧୪,୧୩୧.୬ କୋଟି ଟ ଟଙ୍କା ଅସୁଲ କରିନେଲେଣି| ଏହି ରାଶି ତାଙ୍କ ଉପରେ ବ୍ୟାଙ୍କମାନଙ୍କ ଋଣ ବକେୟା ରାଶିର ପ୍ରାୟ ୨ ଗୁଣରୁ ବି ଅଧିକ ବୋଲି ସେ କହିଛନ୍ତି। ଏଥିପାଇଁ ସେ ଅର୍ଥ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟ ୨୦୨୪-୨୫ରେ ୱିଲଫୁଲ ଡିଫଲ୍ଟରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିବରଣୀର ଉଦାହରଣ ଦେଇଛନ୍ତି |
ମାଲ୍ୟା କହିଛନ୍ତି ବ୍ୟାଙ୍କମାନେ ପ୍ରଥମରୁ ଋଣ ଆଦାୟ ନ୍ୟାୟାଧୀକାରଣ ଦ୍ବାରା ଦିଆଯାଇଥିବା ୬,୨୦୩ କୋଟି ଟଙ୍କା ତୁଳନାରେ ୧୪,୧୩ ୧୪,୧୩୧.୬ କୋଟି କୋଟି ଟଙ୍କା ଆଦାୟ କରି କରିନେଲେଣି। ଉଲ୍ଲେଖଯୋଗ୍ୟ ଯେ ଅର୍ଥମନ୍ତ୍ରାଳୟଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟରେ ମାଲ୍ୟା ଓ ଅନ୍ୟ ୧୦ଜଣ ପଳାତକ ଆର୍ଥିକ ଅପରାଧୂଙ୍କ ବିବରଣୀ ଦିଆଯାଇଛି।।
ରିପୋର୍ଟରେ କୁହାଯାଇଛି ଯେ ୩୬ ଜଣଙ୍କ ବିରୋଧରେ ବିଭନ୍ନ ଦେଶଙ୍କୁ ମୋଟ ୪୪ଟି ପ୍ରତ୍ୟାର୍ପଣ ଅନୁରୋଧ କରାଯାଇଛି। ମନ୍ତ୍ରାଳୟଙ୍କ ବାର୍ଷିକ ରିପୋର୍ଟ ଅନୁସାରେ ବିଜୟ ମାଲ୍ୟାଙ୍କ ମାମଲାରେ ଜବତ କରାଯାଇଥିବା ୧୪, ୧୩୧.୬ କୋଟି ଟଙ୍କାର ସମ୍ପତ୍ତିର ସମ୍ପୂର୍ଣ୍ଣ ରାଶି ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କମାନଙ୍କୁ ସଫଳତା ପୂର୍ବକ ଫେରାଇ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଇଡିଙ୍କ ପ୍ରୟାସର ପରିଣାମଭାବେ ବିଭିନ୍ନ ପଳାତକ ନାତକ ଆର୍ଥିକ ଅପରାଧୀ ଓ ଅନ୍ୟ ଅଭିଯୁକ୍ତଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗ ବିଦେଶରେ ସକ୍ଷମ ନ୍ୟୟାଳୟମାନଙ୍କରେ ଉପସ୍ଥାପନା କରିବାରେ ସଫଳତା ମିଳିଛି। ଏଥିରେ କୁହାଯାଇଛି ଯେ ଏହା ଉଲ୍ଲେଖ କରିବା ଉଚିତ ହେବ ଯେ ବ୍ରିଟିଶ କୋର୍ଟ ଅନ୍ୟ ଆଇନ ପ୍ରବର୍ତ୍ତନ ଏଜେନ୍ସୀ ଓ ବିଦେଶରେ ଭାରତୀୟ ମିସନ ସହିତ ସମନ୍ବୟରେ ନିର୍ଦ୍ଦେଶାଳୟର ପ୍ରଭାବୀ ପ୍ରତିନିଧୂତ୍ବ ପରେ କିଛି ହାଇପ୍ରୋଫାଇଲ ଅଭିଯୁକ୍ତଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ମଞ୍ଜୁରୀ ଦେଇଛନ୍ତି।