ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଅବ୍ୟବହିତ ପୂର୍ବରୁ ଗୌତମ ଆଦାନୀଙ୍କ ପାଇଁ ଆମେରିକାର ମରିକାରୁ ଆସିଛି ବଡ଼ ଆଶ୍ବସ୍ତିର ଖବର | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ଥାୟୀ ଭାବରେ ବିଦେଶ ଦେଶୀ ଦୁର୍ନୀତି ଅଭ୍ୟାସ ଆଇନ ଆଇନକୁ ବନ୍ଦ କରିଦେଇଛନ୍ତି। ଏହି ଆଇନ ଅନୁଯାୟୀ, ଗୌତମ ଆଦାନୀ ଏବଂ ତାଙ୍କ ଭଣଜା ସାଗର ଆଦାନୀଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ ଆସିଥିଲା। ଏହି ନିଷ୍ପଭିକୁ ଆଦାନୀ ଗ୍ରୁପ୍ ପାଇଁ ଏକ ଆଶ୍ବସ୍ତି ଖବର ଭାବରେ ବିବେଚନା କରାଯାଉଛି।
ଯେବେଠାରୁ ସେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି। ସେବେଠାରୁ ସେ ଦ୍ରୁତ ନିଷ୍ପରି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ସେ ପ୍ରାୟ ୫୦ ବର୍ଷ ପୁରୁଣା ଆଇନକୁ ବନ୍ଦ କରି ଏହାକୁ ପୁନର୍ବାର ସମୀକ୍ଷା କରିବାକୁ ନ୍ୟାୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି | ଆପଣଙ୍କୁ କହିରଖୁଛୁ ଯେ ଏହି ପୁରୁଣା ଆଇନ ଅନୁଯାୟୀ, ଆଦାନୀ ଗ୍ରୁପ୍ ଉପରେ ଲାଞ୍ଚ ନେବାର ଅଭିଯୋଗ ଆସିଥିଲା । ଟ୍ରମ୍ପ ୧୯୭୭ ମସିହାର ବିଦେଶ ଦୁର୍ନୀତି ଅଭ୍ୟାସ ଆଇନକୁ ନିଷିଦ୍ଧ କରିବାକୁ ନିଷ୍ପରି ନେଇଛନ୍ତି। ଏହି ନିଷ୍ପଭିକୁ ଆଦାନୀ ଗ୍ରୁପ୍ ପାଇଁ ଏକ ଆଶ୍ବସ୍ତିକର ଖବର ଭାବରେ ବିବେଚନ ଚନା କରାଯାଉଛି I ତଥାପି, ଆଗାମୀ ୬ ମାସ ମଧ୍ୟରେ ନ୍ୟାୟ ମନ୍ତ୍ରଣାଳୟ କି ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଦେଖୀବା ବାକି ରହିଲା I
ତେବେ ଦେଶର ବଡ଼ ଶିଳ୍ପପତି ଗୌତମ ଆଦାନୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଏହି ଆଇନ ଅନୁଯାୟୀ ଅଭିଯୁକ୍ତ କର କରାଯାଇଥିଲା I ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଗତ ବର୍ଷ ଆଦାନୀ ଉପରେ ସୌରଶକ୍ତି ଚୁକ୍ତିନାମା ପାଇଁ ଅନୁକୂଳ ସତ୍ତା ସର୍ଭାବଳୀ ବଦଳରେ ଭାରତୀୟ ଅଧିକାରୀମାନଙ୍କୁ ୨୫୦ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୨୧୦୦ କୋଟି ଟଙ୍କା) ରୁ ଅଧିକ ଲାଞ୍ଚ ଦେବା ପାଇଁ ଏକ ଯୋଜନାରେ ସାମିଲ ଥିବା ନେଇ ଅଭିଯୋଗ କରିଥିଲେ। ତଥାପି, ଆଦାନୀ ଗ୍ରୁପ୍ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଡୋନାଲ୍ଡ ଟ୍ରମ୍ପ ଏଫ୍ସିପିଏ ଆଇନ ଉପରେ ରୋକ ଲଗାଇବା ପରେ ୧୮୦ ଦିନ ମଧ୍ୟରେ ଏଫସିପିଏ ଅଧୀନରେ ତଦନ୍ତ ଏବଂ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ପରିଚାଳନା କରୁଥିବା ନିର୍ଦ୍ଦେଶାବଳୀ ଏବଂ ନୀତିଗୁଡ଼ିକର ସମୀକ୍ଷା କରିବାକୁ ଆଟର୍ଷି ଜେନେରାଲଙ୍କୁ କୁହାଯାଇଛି। ଏହା ସହିତ, ସମୀକ୍ଷା ଅବଧୂ ମଧ୍ଯରେ ଆଟର୍ଣ୍ଣି ଜେନେରାଲ କୌଣସି ନୂତନ ଏଫ୍ସିପିଏ ତଦନ୍ତ କିମ୍ବା ପ୍ରବର୍ତନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ ନାହିଁ ।
ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ ଆଟର୍ଷି ଜେନେରାଲ ପାମେଲା ବଣ୍ଡିଙ୍କୁ ଏଫ୍ ସିପିଏ ଆଇନ କାର୍ଯ୍ୟକାରୀ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଫ୍ସିପିଏ ଆଇନ ମୂଳତଃ ଆମେରିକାରେ ବ୍ୟବସାୟ କରିବାକୁ ଆସୁଥିବା ବିଦେଶୀ କମ୍ପାନୀଗୁଡ଼ିକୁ ସେଠାକାର ଅଧିକାରୀମାନଙ୍କୁ କୌଣସି ପ୍ରକାରର ଲାଞ୍ଚ ଦେବାରୁ ନିଷେଧ କରେ | ଏହି ଆଇନ ଅନୁଯାୟୀ, ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଏବଂ ତାଙ୍କ ଭଣଜା ସାଗର ଆଦାନୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା।