ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ | ଚଳିତଥରଏହି ବୈଠକ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଛି। ଫେବୃଆରୀ ୭ ଶୁକ୍ରବାର ଏମ୍ପିସି ବୈଠକର ଚୂଡାନ୍ତ ନିଷ୍ପରି ପ୍ରକାଶ ପାଇବ। ଯାହା ଅନୁମାନ କରାଯାଉଛି ଚଳିତଥର ରିଜର୍ଭ ବ୍ୟାଙ୍କ ରେପୋ ହାର ବା ପ୍ରମୁଖ ସୁଧହାରରେ ହ୍ରାସ ଘଟାଇବା ସମ୍ପର୍କରେ ନିଷ୍ପତ୍ତି ନେଇପାରେ।
ବିଶେଷଜ୍ଞମାନଙ୍କ ମତରେ ବର୍ତ୍ତମାନର ସ୍ଥିତି ସୁଧହାର ବା ରେପୋ ହାରରେ ହ୍ରାସ ପାଇଁ ବେଶ ଅନୁକୂଳ । ଆଶା କରାଯାଉଛି ଏଥର ରିଜର୍ଭ ବ୍ୟାଙ୍କ ରୋପୋ ହାରରେ ହ୍ରାସ ଘଟାଇବ। ଏହାଛଡା ଯଦି କିଛି ବୈଶୟୀକ କାରଣ ଯୋଗୁ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଧାରା ଜାରି ରୁହେ ତେବେ ସୁଧହାରରେ ହ୍ରାସ ଚଳିତବର୍ଷ ଏପ୍ରିଲ ଯାଏ ଟଳିଯାଇପାରେ | ଟଙ୍କା ମୂଲ୍ୟରେ ହ୍ରାସ ଉପରେ ନିକଟରେ ଅର୍ଥ ସଚିବ ତୁହାଁନ୍ କାନ୍ତ ପାଷର୍ଡ କହିଛନ୍ତି ଯେ, ଟଙ୍କା ମୂଲ୍ୟରେ ହ୍ରାସକୁ ନେଇ କୌଣସି ଚିନ୍ତା ନାହିଁ।
ସେହିପରି, ରିଜର୍ଭ ବ୍ୟାଙ୍କ ମୁଦ୍ରା ମୂଲ୍ୟରେ ଅସ୍ଥିରତାକୁ ସମ୍ଭାଳୁଥିବା ଶ୍ରୀ ପାଣ୍ଡେ କହିଛନ୍ତି, ରେପୋ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ ସମ୍ଭାବନା ଗ୍ରହଣ କରିଥିବା ପଦକ୍ଷେପକୁ ଅଧୂକ ବଳ ଯୋଗାଇବ। ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ବର୍ଷ ତମାମ୍ ଅଧିକାଂଶ ସମୟରେ ମୁଦ୍ରାସ୍ଥିତି ରିଜର୍ଭ ବ୍ୟାଙ୍କର ସହନଶୀଳ ସୀମା ୨ରୁ ୬ ପ୍ରତିଶତ ମଧ୍ୟରେ ରହିଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ମାନ୍ଦା ବଜାର ଚାହିଦା ଯୋଗୁ ମନ୍ଥର ପଡିଥିବା ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଏବେ ବି ଚିନ୍ତାଜନକ ବିଷୟ ଶେଷଥର ପାଇଁ ୨୦୨୦ ମେ’ ମାସରେ ରିଜର୍ଭ ବ୍ୟାଙ୍କ ରୋପା ହାରରେ ୦.୪୦ ପ୍ରତିଶତ ହ୍ରାସ କରି ତାହାକୁ ୪% କରିଥିଲା | ଯାହାର ଲକ୍ଷ୍ୟ ଥିଲା ଦେଶର ଅର୍ଥ ବ୍ୟବସ୍ଥାକୁ କୋଭିଡ ମହାମାରୀ ଏବଂ ଏହାପରେ ହୋଇଥିବା ଲକ୍ଡାଉନ୍ ଭଳି ସଙ୍କଟରୁ ମୁକୁଳାଇବା।