ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ୧୧୩ ବିଲିୟନ ଆମେରିକୀୟ ଡଲାର ସହ ସମାନ ଅଟେ। ୨୦୨୪-୨୫ରେ ରାଜ୍ୟର ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଉଛି। ଭାରତର ୬.୪ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଏହା ଅଧିକ ଏହି ବର୍ଷରେ ଓଡ଼ିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଢ଼ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ | ଯାହା ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ ଅପରପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ। ଉଦାହରଣ ସ୍ବରୂପ ୨୦୨୧ରେ ଆମେରିକାର ମୋଟ ସଂଯୋଜିତ ମୂଲ୍ୟରେ ସେବା କ୍ଷେତ୍ରର ଅଂଶ ୭୭.୬ ପ୍ରତିଶତ ଥିଲା। ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଂକେତ ଅଟେ।
୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ପୁରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁତପିତ୍ତ ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍ଗକୁ ହ୍ରାସ ପାଇଛି। ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡପିଛା ଆୟ ହିସାବରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ୨୦୨୩-୨୪ ଅର୍ଥକ ବର୍ଷର ତଥ୍ୟ ଅନୁଯାୟୀ ଯଦି ଓଡ଼ିଶା ମୁଣ୍ଡପିଛା ଆୟବୃଦ୍ଧିକୁ ୧.୦ ପ୍ରତିଶତ ପଏଣ୍ଟରେ ତ୍ବରାନ୍ବିତ କରିବାରେ ସଫଳ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ଓଡିଶା ଇକୋନୋମିକ୍ ସର୍ଭେ ମୁଣ୍ଡପିଛା ଆୟ ଜାତୀୟ ସ୍ତରର ମୁଣ୍ଡପିଛା ଆୟ ସହିତ ପ୍ରାୟ ସମକକ୍ଷ ହୋଇପାରିବ ଆଗାମୀ ଦିନରେ ରାଜ୍ୟ ଏକ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଅଭିବୃଦ୍ଧିର ପ୍ରମୁଖ ସହାୟକ ଯଥା: ଜମି, ଶ୍ରମ ପୁଞ୍ଜି, ସମ୍ବଳ ଏବଂ ଗିରିଭୂମି ଅଟେ ୨୦୨୩ ମସିହାରେ ୧.୫ ଲକ୍ଷ ବର୍ଗ କିଲୋମିଟର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୪.୩ ପ୍ରତିଶତ ନିର୍ମିତ କ୍ଷେତ୍ର ଥିଲା।
ଏଥିସହିତ ଓଡ଼ିଶାରେ ବେକାରୀ ହାର ଜାତୀୟ ହାର ତୁଳନାରେ କମ୍ ରହିଛି। ଜାତୀୟ ସ୍ତରରେ ମୋଟ ବେକାରୀ ହାର ୩.୨ ପ୍ରତିଶତ ରହିଛି। କିନ୍ତୁ ଓଡ଼ିଶାରେ ଏହା ୩.୧ ପ୍ରତିଶତ ରହିଥିବା ଦର୍ଶାଯାଇଛି। ଓଡ଼ିଶାର ମୋଟ ଶ୍ରମଶକ୍ତିର ୪୯ ପ୍ରତିଶତ କୃଷି ଓ ଅନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଶିଳ୍ପ କ୍ଷେତ୍ରରେ ୨୬ ପ୍ରତିଶତ ଏବଂ ସେବା କ୍ଷେତ୍ରରେ ୨୫ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଅଛନ୍ତି।
ଏଥିପାଇଁ ରାଜ୍ୟର ୬ଟି ବିକାଶ କ୍ଲଷ୍ଟର ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ଵର-କଟକ-ପୁରୀ ଛତ୍ରପୁର-ବ୍ରହ୍ମପୁର-ଗୋପାଳପୁର, ବାଲେଶ୍ଵର-ଭଦ୍ରକ-ଯାଜପୁର-ପାରାଦୀପ, ସମ୍ବଲପୁର-ଝାରସୁଗୁଡ଼ା ଜୟପୁର-ମୁନାବେଡ଼ା କୋରାପୁଟ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଭଲ ଥିବା ଦର୍ଶାଯାଇଛି! ଏଫ୍ଆଲ୍ଟିଏମ୍ ଆଇନ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ କିଏସ୍ତିପିର ୩.୫ ପ୍ରତିଶତ ମଧ୍ୟରେ ରହିବା କଥା ୨୦୨୪-୨୫ ବଜେଟ୍ ଆକଳନରେ ଏହାକୁ ୩.୪ ପ୍ରତିଶତରେ ରଖାଯାଇଛି।