ଭୁବନେଶ୍ୱର: ଆସନ୍ତା ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ତୃତୀୟ ଓଡ଼ିଶା ଖଣି ଓ ଭିଭିଭୂମି ଆନ୍ତର୍ଜାତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବା ଫ୍ୟୁଚର୍ ଟ୍ରେଡ୍ ଫେୟାର ଆଣ୍ଡ ଇଭେଣ୍ଟସ୍ ପ୍ରା.ଲି. ପକ୍ଷରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, ସ୍କିଲ୍ କାଉନସିଲ ଅଫ୍ ମାଇନିଂ ସେକ୍ଟର, ଓଡ଼ିଶା ଆସେମ୍ବଲି ଅଫ୍ ସ୍କୁଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜ ସହଯୋଗ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଫ୍ୟୁଚରେକ୍ସ ଗ୍ରୁପ ସିଏମଡି ସ୍ଵାମୀ ପ୍ରେମ୍ ଅନ୍ଵେଷୀ, ନାଲକୋର ପୂର୍ବତନ ସିଏମଡି ଡ. ତପନ କୁମାର ଚାନ୍ଦ, ଆଇଆଇଜି ଗ୍ରୁପର ନିର୍ଦେଶକ ସୁଧାଂଶୁ ଶେଖର ମହାନ୍ତି, ଫ୍ୟୁଚରେକ୍ସ ଗ୍ରୁପର ନିର୍ଦେଶକ ନମିତ ଗୁପ୍ତା ଏବଂ ଇକ୍ସିପେଜ ଇନ୍ଫ୍ରାକୋ ପ୍ରା.ଲି.ର ପରିଚାଳନା ନିର୍ଦେଶକ ସଞ୍ଜୀବ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
ଚାରିଦିନ ଧରି ଚାଲିବାକୁ ଥିବା ପ୍ରଦର୍ଶନୀର ଉଦ୍ଯାପନୀ ଅଧିବେଶନରେ ଯୋଗଦେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସମ୍ମତି ପ୍ରଦାନ କରିଥିବା କୁହାଯାଇଛି ଡ.ଚାନ୍ଦ କହିଛନ୍ତି ଯେ, ଖଣି ଖନନ ଓଡ଼ିଶାର ସମୃଦ୍ଧ ଭବିଷ୍ୟତର ପ୍ରବେଶ ଦ୍ବାର ହୋଇପାରିବା ଖଣିଜ ପଦାର୍ଥ ଓ କଞ୍ଚାମାଲର ଚାହିଦା ବଢ଼ୁଥିବାରୁ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତି ଲାଭ କରୁଛି ରାଜ୍ୟରେ ଉଭୟ ଗ୍ଲୋବାଲ କର୍ପୋରେସନ ଏବଂ ଘରୋଇ ଉଦ୍ୟୋଗରୁ ଅଭୂତପୂର୍ବ ପୁଞ୍ଜି ନିବେଶ ଦେଖୁବାକୁ ମିଳୁଛି ୪ ଦିନ ଧରି ଚାଲିବାକୁ ଥିବା ଏହି ମେଗା କାର୍ଯ୍ୟକ୍ରମରେ ଭାରତ ତଥା ବିଶ୍ଵର ଖଣି, ନିର୍ମାଣ ଏବଂ ଭିତ୍ତିଭୂମି ଶିଳ୍ପର ବଡ଼ ବଡ଼ ସଂସ୍ଥାମାନେ ଏକାଠି ହେବେ ବୋଲି ଆଶା କରାଯାଉଛି ୩ୟ ଓଡ଼ିଶା ଖଣି ଓ ଭିଭିଭୂମି ଆନ୍ତର୍ଜାତିକ ପ୍ରଦର୍ଶନୀରେ ଖଣି ଓ ଭିତ୍ତିଭୂମି କ୍ଷେତ୍ରର ଉନ୍ନତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତ୍ୟାଧୁନିକ ଖଣି ଯନ୍ତ୍ରପାତି, ଟେକ୍ନୋଲୋଜି ସମାଧାନ, ସେବା ଓ ଯୋଗାଣ ଉପଲବ୍ଧ ହେବା ୨୫୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବାର ଯୋଜନା ରହିଛି ଫ୍ୟୁଚରେକ୍ସ ଗ୍ରୁପ୍ର ପରିଚାଳନା ନିର୍ଦେଶକ ସ୍ବାମୀ ପ୍ରେମ ଅନ୍ବେଶୀ କହିଛନ୍ତି ଯେ, ଚଳିତ ବର୍ଷର ଏକ୍ସପୋରେ ଋଷ, ଜର୍ମାନୀ, କୋରିଆ, ଜାପାନ ଏବଂ ତାଇୱାନର ପ୍ରତିଯୋଗୀ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ସମାଧାନ ପ୍ରଦର୍ଶନ କରିବେ।
ଏହି କାର୍ଯ୍ୟକ୍ରମ ସମଗ୍ର ଭାରତ ଏବଂ ବିଦେଶରୁ ବ୍ୟବସାୟିକ ପ୍ରତିନିଧ୍ ଦଳ ଏବଂ କ୍ରେତାମାନଙ୍କୁ ଆକୃଷ୍ଟ କରିବା ଓଡ଼ିଶା ସମେତ ବହୁ ରାଜ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବୋ ଗତ ସଂସ୍କରଣରେ ୧୦୦୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା ଖଣି ଓ ଭିଭିଭୂମି ସମାଧାନର ଚାହିଦା ବଢ଼ୁଥିବାରୁ ଚଳିତବର୍ଷ ବ୍ୟବ ସାୟ ପରିମାଣ ତିନିଗୁଣ ବୃଦ୍ଧି ପାଇ ୩,୦୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।