ଭବାନୀପାଟଣା, ୧୭।୧୨।୨୪- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମାଣିକେଶ୍ୱରୀ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ‘ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏକ ପ୍ରାଚୀନ ଆୟୁର୍ବେଦିକ ଅଭ୍ୟାସ ସ୍ୱର୍ଣ୍ଣ ପ୍ରାଶନରେ ଶିଶୁମାନଙ୍କୁ ମହୁ ଏବଂ ଘିଅରେ ମିଶ୍ରିତ ସୁବର୍ଣ୍ଣ କଣିକା ଦିଆଯାଏ। ଏହି ମିଶ୍ରଣ ସ୍ମରଣଶକ୍ତି ବୃଦ୍ଧି, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପର୍ଯ୍ୟାୟରେ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବ ବୋଲି ବିଶ୍ୱାସ କରାଯାଏ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା, କଳାହାଣ୍ଡି ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ଚନ୍ଦ୍ରଭାନୁ ଓ ଡାକ୍ତର ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଥିଲେ, “ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ସହଯୋଗ ମାଧ୍ୟମରେ ଆମେ ଗୋଷ୍ଠିଗୁଡିକର ସାମଗ୍ରିକ ବିକାଶ ପାଇଁ ପ୍ରଚଳିତ ସରକାରୀ ଯୋଜନାଗୁଡ଼ିକୁ ସମ୍ପ୍ରସାରଣ ଏବଂ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ‘ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରେ ।” ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍ ମାଇନ୍ସର ସିଓଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ, “ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ଭାଗିଦାରୀ ମାଧ୍ୟମରେ ଆମେ ୨୦୨୪ ସୁଦ୍ଧା କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ାରେ ଶିଶୁଠାରୁ ଆରମ୍ଭ କରି ୧୬ ବର୍ଷ ବୟସ ପର୍ଯ୍ୟନ୍ତ ୩୦,୦୦୦ ଶିଶୁଙ୍କୁ ଉପକୃତ କରିବା ପାଇଁ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ ।”
ଏହି ଅବସରରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା କହିଥିଲେ ଯେ, “ସ୍ୱର୍ଣ୍ଣ ପ୍ରାଶନ ଏକ ସମୟ ପରୀକ୍ଷିତ ଆୟୁର୍ବେଦିକ ଅଭ୍ୟାସ ଏବଂ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ଜ୍ଞାନ ଶକ୍ତି ବୃଦ୍ଧିରେ ଏହାର ଉପକାରିତା ଭଲ ଭାବରେ ଲିଖିତ। ଅବହେଳିତ ଅଞ୍ଚଳରେ ଏଭଳି ପ୍ରଭାବଶାଳୀ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବେଦାନ୍ତ ଆଲୁମିନିୟମର ସହଯୋଗ ପ୍ରଶଂସନୀୟ ।” ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ ଦେଇଆସୁଛି । ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ଚନ୍ଦ୍ରଭାନୁ ଓ ଡାକ୍ତର ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।