ଭୁବନେଶ୍ବର, 20/12/2024: ଓଡିଶାର ହକି ଦଳ, ବେଦାନ୍ତ କଳିଙ୍ଗ ଲ୍ୟାନ୍ସର୍ସ, ଗୁରୁବାର ଦିନ କଳିଙ୍ଗ ଷ୍ଟାଡିୟମରେ ତାଙ୍କର ନୂତନ ଜର୍ସୀ, ମାସ୍କଟ ଏବଂ ଦଳ ଏନ୍ଥମ୍ ଉନ୍ମୋଚନ କରିଥିଲେ, ଯାହା ଆଗାମୀ ହକି ଇଣ୍ଡିଆ ଲିଗ୍ ପାଇଁ ତାଙ୍କର ପ୍ରସ୍ତୁତିକୁ ସୂଚିତ କରେ।
ଏହି ଜର୍ସୀକୁ ସୂର୍ୟବନ୍ଶୀ ସୁରଜ, କ୍ରୀଡା ଏବଂ ଯୁବ ସେବାମନ୍ତ୍ରୀ, ସୁନୀଲ ଗୁପ୍ତା- ବେଦାନ୍ତ ଏଲ୍ୟୁମିନିୟମ୍ ର ସିଓଓ ଏବଂ କଳିଙ୍ଗ ଲ୍ୟାନ୍ସର୍ସର ନିର୍ଦେଶକ, ଏବଂ ଶ୍ରୀ ଭାସ୍କର ଶର୍ମା, ଆଇଏଏସ୍, ପ୍ରିନ୍ସିପାଲ ସେକ୍ରେଟରୀ କ୍ରୀଡା ଏବଂ ଯୁବ ସେବାମନ୍ତ୍ରୀ, ପ୍ରକାଶ କରିଥିଲେ। ଏହି ଜର୍ସୀରେ Home Jersey ସୂତ୍ରରେ ନୀଳ ଏବଂ ସବୁଜ ରଙ୍ଗର ଏକ ସାମର୍ଥ୍ୟଶୀଳ ସମ୍ମିଶ୍ରଣ ଦେଖାଯାଉଛି, ଏବଂ Away Jersey ରେ କମଳା ଏବଂ ଧଳା ରଙ୍ଗ ଅଛି। ଏହି ଡିଜାଇନ୍ ଓଡିଶାର ସମୃଦ୍ଧ ସଂସ୍କୃତି ଏବଂ ଭବିଷ୍ୟତ୍ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ।
କୋଣାର୍କ ଚକ୍ରକୁ କେନ୍ଦ୍ର ରଖି, ଏହି ଜର୍ସୀ ଡିଜାଇନ୍ ଓଡିଶାର ସଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେଇଛି। ଏହି ଡିଜାଇନ୍ ଛଉ, ଘୁମୁରା ଏବଂ ସମ୍ବଲପୁରୀ ନୃତ୍ୟର କଳାତ୍ମକ ପ୍ରତିନିଧିତ୍ୱ ମଧ୍ୟ ଶାମିଲ କରିଛି, ଯାହା ଉତ୍ତର ଏବଂ ପଶ୍ଚିମ ଓଡିଶାର ଚମତ୍କାର ପରମ୍ପରାକୁ ପ୍ରଦର୍ଶିତ କରେ। ଦଳର ଏନ୍ଥମ୍ “Jazba Jeet Ka” କୁ ସ୍ୱର ଦେଇଛନ୍ତି ରିତୁରାଜ ମହାନ୍ତୀ।
ଦଳର ମାସ୍କଟ “ଜୀତ୍”, ଓଡିଶାର ରାଜ୍ୟ ପକ୍ଷୀ ନୀଳକଣ୍ଠ (Indian Roller aka Blue Jay) ଉପରେ ଆଧାରିତ।
ଦଳର ଷ୍ଟ୍ରାଟେଜୀ ନିର୍ଦ୍ଦେଶକ David John, ତାଙ୍କର ଆତ୍ମବିଶ୍ୱାସ ବ୍ୟକ୍ତ କରି କହିଛନ୍ତି, “ଆମର ଲକ୍ଷ୍ୟ ସହ ସମନ୍ୱୟ ରଖି auction ରେ ଖେଳାଳିମାନଙ୍କୁ ଚୟନ କରିଛୁ। ପୂର୍ବଥର ର ଚାମ୍ପିଅନ୍ ଦଳ ତାଙ୍କର ଏହି ଏହି ଜିତ କୁ ବଜାୟ ରଖିବା ପାଇଁ ପ୍ରସ୍ତୁତ।” କଳିଙ୍ଗ ଲ୍ୟାନ୍ସର୍ସ ତାଙ୍କର ପ୍ରଥମ ମ୍ୟାଚ୍ ରାଉରକେଲାରେ 30 ଡିସେମ୍ବର 2024 ରେ ଖେଳିବେ।
ଭାରତର ଗୋଲକିପର୍, କ୍ରିଷନ ବହାଦୁର ପାଠକ, ଡଚ୍ ଓଲିମ୍ପିକ୍ ର ସ୍ବର୍ଣ୍ଣ ପଦକ ବିଜେତା ଥିଏରୀ ବ୍ରିଙ୍କମାନ୍, ଏବଂ ବେଲଜିୟମ୍ ଷ୍ଟାର୍ ଆର୍ଥର୍ ଭ୍ୟାନ୍ ଡୋରେନ୍ ଦଳର ପ୍ରମୁଖ ଖେଳାଳି। କୋଚିଂ ସ୍ଟାଫ୍ ନେତୃତ୍ୱ ନେଇଛନ୍ତି ଭାଲେଣ୍ଟିନ୍ ଆଲ୍ଟେନବର୍ଗ୍ । ଓଡିଶାର ଆଠ ଜଣ ଖେଳାଳି ଦଳରେ ଅନ୍ତର୍ଭୁକ୍ତ ଅଛନ୍ତି।
ହକି ଇଣ୍ଡିଆ ଲିଗ୍ (HIL) ର ପୁରୁଷ ଲିଗ୍ 28 ଡିସେମ୍ବର 2024 ରେ ରାଉରକେଲାର ବିରସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବା ସହିତ 1 ଫେବ୍ରୁଆରୀ 2025 ରେ ଏହି ସଂସ୍ଥାନର ଶାନଦାର ଫାଇନାଲ୍ ଆୟୋଜିତ ହେବ।