ଭୁବନେଶ୍ବର : ଗତ ୫ ବର୍ଷରେ ଓଡ଼ିଶାକୁ କୋଇଲା ରାଜଭାଗ ବାବଦରେରେ ଓଡ଼ିଶା ଦ୍ବାରା ୧୪୩୮୨.୭୪ କୋଟି ଟଙ୍କାର ମିଳିଛି | ରାଜଭାଗ ବୃଦ୍ଧି ସମ୍ବନ୍ଧୀୟ ପ୍ରସଙ୍ଗ ଓଡ଼ିଶା ୨୦୨୦ ମସିହାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଉଠାଇଥିଲା ଠାଇଥିଲା ମାତ୍ର ପରେ ଏହି ପ୍ରସଙ୍ଗକୁ ବାଦ ଦିଆଯାଇଛି ବୋଲି ସାଂସଦ ମାନସରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନରେ ତଥ୍ୟ ରଖୁଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ।
ଓଡ଼ିଶାକୁ କୋଇଲା ରାଜଭାଗ ବାବଦରେ ଗତ ୫ ବର୍ଷରେ କେତେ ଟଙ୍କା ମିଳିଛି। କୋଇଲା ରୟାଲ୍ଟି ବୃଦ୍ଧି କରିବାକୁ ନେଇ ରାଜ୍ୟ ସରକାର ଅନୁରୋଧ କରିଛନ୍ତି କି ନାହିଁ; ଯଦି କରିଛନ୍ତି ତେବେ ଏଥିପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସଂସଦରେ ପ୍ରଶ୍ନ କରିଥିଲେ I ଏହାର ଉତ୍ତରରେ ଶ୍ରୀ ରେଡି କହିଛନ୍ତି ଯେ କୋଇଲା ରାଜଭାଗ ବାବଦରେ ଓଡ଼ିଶା ସରକାର ୨୦୧୯-୨୦ରେ ୨୧୩୯.୪୫ କୋଟି ଟଙ୍କା, ୨୦୨୦-୨୧ରେ ୧୫୧୯ ୩୧କୋଟି, ୨୦୨୧-୨୨ରେ ୨୭୦୪.୩୧ କୋଟି, ୨୦୨୨-୨୩ରେ ୪୧୩୭.୮୮ କୋଟି, ୨୦୨୩-୨୪ରେ ୩୮୮୧.୭୯ କୋଟି ଟଙ୍କା ରାଜଭାଗ ପାଇଛନ୍ତି ମାତ୍ର କୋଇଲା ରାଜଭାଗ ବୃଦ୍ଧି ନେଇ କୌଣସି ନିଷ୍ପରି ହୋଇନାହିଁ I