Close Menu
Industry Odisha
    Facebook X (Twitter) Instagram
    Trending
    • सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता
    • Vedanta Supports TB Patients in Sundargarh with Nutrition Kits
    • Vedanta Aluminium Helps TB Patients in Sundargarh
    • प्रधानमंत्री के निक्षय मित्र कार्यक्रम के तहत सुंदरगढ़ में टीबी रोगियों को पोषण सहायता प्रदान की है वेदांत एल्युमिनियम ने
    • ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ
    • Vedanta Aluminium Extends Nutritional Support to TB Patients in Sundargarh under PM’s Nikshay Mitra Program
    • Vedanta’s Archery Program Propels Kalahandi Youth to National Spotlight
    • Rising Star from Kalahandi Shines at National Archery Championship
    • About
    • Advertise
    • Privacy & Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, July 27th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଖଣି ପାଇଁ ବଳି ପଡୁଛି ବୃକ୍ଷ

    ଖଣି ପାଇଁ ବଳି ପଡୁଛି ବୃକ୍ଷ

    editor industry odishaBy editor industry odishaMarch 24, 2025Updated:July 25, 2025 Odia News No Comments2 Mins Read
    Share
    Facebook Twitter LinkedIn Pinterest Email

    ଅନୁଗୁଳ : ଖଣି ପାଇଁ ବଳି ପଢୁଛି ଜଙ୍ଗଲ। ଲକ୍ଷ ଲକ୍ଷ ଗଛ କାଟି ପଦା କରି ଦିଆଯାଉଛି। ରାସ୍ତାଘାଟରୁ ଆରମ୍ଭ କରି ରେଳ ଲାଇନ୍ ଓ ଉନ୍ନୟନମୂଳକ କାମ ପାଇଁ ଜଙ୍ଗଲ ଜମି ବ୍ୟବହାର କରାଯାଉଛି। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ଉଦ୍‌ବେଗଜନକ ହାରରେ ଜଙ୍ଗଲ ହ୍ରାସ ପାଉଛି ଅଥଚ ଏହି ହାରରେ ନୂତନ ଜଙ୍ଗଲ ପାଇଁ ଉଦ୍ୟମ କରାଯାଉନି ଅନୁଗୁଳ ଜିଲ୍ଲା ତାଳଚେର ଓ ଛେଣ୍ଡିପଦା ତହସିଲରେ ଏକାଧିକ କୋଇଲା ଖଣି ଖୋଳା ହେଉଛି। କଣିହାଁରେ ବି କୋଇଲା ଖନନ ଚାଲିଛି। ଆଗକୁ ଏକାଧିକ କୋଇଲା ଖଣି ହେବାକୁ ଯାଉଛି। ଆଉ ଏଥିରେ ସର୍ବାଧିକ ପ୍ରଭାବିତ ହେଉଛି ଜଙ୍ଗଲ।

    ସୂଚନା ଅନୁସାରେ, ନୟନି ଖୋଲାମୁହଁ କୋଇଲା ଖଣି ପାଇଁ ୭୮୩୨୭୫ ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର କରାଯାଇଛି। ଏହି ଜମିରୁ ଗଛକଟା ଚାଲିଛି। ଆଗକୁ ଆହୁରି ଗଛ କଟିବ। ସେହିପରି ହିଙ୍ଗୁଳା-୨ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପାଇଁ ୪୪୦.୫୩ ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର କରାଯାଇଛି।ଅନନ୍ତ ଖୋଲାମୁହଁ କୋଇଲା ଖଣି ପାଇଁ ୨୪୦.୬୭୨ ହେକ୍ଟର ଜଙ୍ଗଲ ଜମି ଦିଆଯାଇଛି। ଉତ୍କଳ-ଇ କୋଲ୍ ବ୍ଲକ୍‌ ପାଇଁ ୧୫୬.୧୭୭୯ ହେକ୍ଟର ଜଙ୍ଗଲ ସଫା ହୋଇଛି। ସେହିପରି ଉତ୍କଳ-ଡି କୋଲ ବ୍ଲକ୍ ପାଇଁ ୧୩୭.୦୨ ହେକ୍ଟର ଜଙ୍ଗଲ ଜମି ଟେକି ଦିଆଯାଇଛି।

    ଏପଟେ ଉତ୍କଳ-ଡି ଏବଂ ଉତ୍କଳ-ଇ କୋଲ ବ୍ଲକ୍ ପାଇଁ ରାସ୍ତା ନିର୍ମାଣ କରିବାକୁ ୦.୩୭୭ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରିଛନ୍ତି ସରକାର | ପୁଣି ଖଣି ପାଇଁ ରେଳପଥ ନିର୍ମାଣ କରିବାକୁ ୧୨୫ ହେକ୍ଟର ଜଙ୍ଗଲ ଜମି ବ୍ୟବହାର କରାଯାଇଛି। ଏମିତି ପ୍ରାୟ ପ୍ରାୟ ୨ ହଜାର ହେକ୍ଟର ଜଙ୍ଗଲ ଜମିକୁ ଗତ ୧୦ ବର୍ଷରେ ଖଣି କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଛି।

    କେବଳ ଖଣି ପାଇଁ ଜଙ୍ଗଲ ପଦା ହେଉଛି, ତାହା ନୁହେଁ ଗତ ୧୦ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ରେଳପଥ, ଶିଳ୍ପ ଓ ରାଜପଥ ନିର୍ମାଣ କରିବାକୁ ମଧ୍ୟ ଏକାଧିକ ଜଙ୍ଗଲ ସଫା ହୋଇଯାଇଛି। ନାଲ୍‌କୋର ସିପିପିରୁ ଭରତପୁର କୋଇଲା ଖଣିକୁ ପାଇପ୍ ଲାଇନ୍ ବିଛାଇବା ପାଇଁ ୧୨.୬୩ ହେକ୍ଟର ଜଙ୍ଗଲ ଜମି ବ୍ୟବହାର କରାଯାଇଛି। ସେହିପରି ଜେଏସ୍‌ପିଏଲ୍‌ର ପାଇପ୍ ଲାଇନ୍ ଓ ରେଳ ଲାଇନ୍ ପାଇଁ ୬.୬୮୨ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରାଯାଇଛି। କୋଇଲା ଖଣିକୁ ରେଳଲାଇନ୍ ନିର୍ମାଣ ପାଇଁ ଦିଅଝରଣ ଗାଁରେ ୧.୨୩ ହେକ୍ଟର ଜଙ୍ଗଲ ଜମି, ତାଳଚେର-ବିମଳାଗଡ଼ ରେଲ ଲାଇନ୍ ନିର୍ମାଣ ପାଇଁ ଦୁଇଟି ପର୍ଯ୍ୟାୟରେ ୨୪.୦୧୪ ହେକ୍ଟର ଓ ୪୨.୦୧୯ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରାଯାଇଛି। ଏପଟେ ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ପାଇଁ ୩ଟି ପର୍ଯ୍ୟାୟରେ ପ୍ରାୟ ୨୩ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ହୋଇଛି। ଖଣି, ଶିଳ୍ପ ଓ ଅନ୍ୟ ଉନ୍ନୟନମୂଳକ କାମ ପାଇଁ ଏମିତି ଗଛ କଟା ଚାଲିଥିଲେ ମଧ୍ୟ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଠୋସ୍ ପଦକ୍ଷେପ ନିଆଯାଉନି। ବରଂ, ଏହାର ଭରଣା ବାବଦକୁ ଜାଗା ଅଭାବ ଦର୍ଶାଇ ଅନୁଗୁଳ ବାହାରେ ବୃକ୍ଷରୋପଣ କରାଯାଉଛି। ଫଳରେ ଏହାର କୁପ୍ରଭାବ ଅନୁଗୁଳ ଉପରେ ପଡୁଛି। ଏଠାକାର ମାଟି, ପାଣି, ପବନ ସବୁ କିଛି ପ୍ରଦୂଷିତ ହେବାକୁ ବସିଲାଣି।

    Post Views: 82
    Side Effect of Industry Tress Cutting For Industries
    editor industry odisha
    • Website

    Keep Reading

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    Vedanta Aluminium Brings Communities Together Through Rath Yatra Celebrations in Odisha

    Add A Comment
    Leave A Reply Cancel Reply

    Editor Picks

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    July 26, 2025

    Vedanta Supports TB Patients in Sundargarh with Nutrition Kits

    July 26, 2025

    Vedanta Aluminium Helps TB Patients in Sundargarh

    July 26, 2025

    प्रधानमंत्री के निक्षय मित्र कार्यक्रम के तहत सुंदरगढ़ में टीबी रोगियों को पोषण सहायता प्रदान की है वेदांत एल्युमिनियम ने

    July 25, 2025
    Latest Posts

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    July 26, 2025

    सुंदरगढ़, 26/07/25: देश के दूरदराज़ क्षेत्रों में स्वास्थ्य सेवाओं को सशक्त बनाने की दिशा में…

    Vedanta Supports TB Patients in Sundargarh with Nutrition Kits

    July 26, 2025

    Sundargarh, 26.07.2025: Vedanta Aluminium has joined hands with the Prime Minister’s ‘Nikshay Mitra’ program to…

    Vedanta Aluminium Helps TB Patients in Sundargarh

    July 26, 2025

    Sundargarh, 26.07.2025: Vedanta Aluminium, India’s biggest aluminium producer, is helping tuberculosis (TB) patients in Sundargarh’s…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) LinkedIn
    • About
    • Advertise
    • Privacy & Policy
    • Contact
    © 2025 IndustryOdisha.com Designed by CS WEB SOLUTION

    Type above and press Enter to search. Press Esc to cancel.