ଭୁବନେଶ୍ୱର, ୧୬/୧୨/୨୪ – ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ଜଳ ସଂରକ୍ଷଣକୁ ଯୋଗାଉଛି ପ୍ରୋତ୍ସାହନ। ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, ନକରୁଣ୍ଡି, ସିଙ୍ଗିନୀଭଳି ୧୦ରୁ ଅଧିକ ସ୍ଥାନରେ ନଳକୂପ ଜଳ ବିଶୋଧନ କରାଯାଇଥିଲା । ଜଳ ସଂରକ୍ଷଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ୩ଟି ଗ୍ରାମରେ ପ୍ରତିଯୋଗିତାମାନ ଆୟୋଜନ କରିବାବେଳେ ଏଥିରେ ଅଂଶଗ୍ରହଣ କରିଥିବା ପ୍ରାୟ ୩୦୦ ପ୍ରତିଯୋଗୀ ଉପକୃତ ହୋଇଥିଲେ ।
ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୋଷ୍ଠିଗୁଡିକୁ ସକ୍ରିୟ ଭାବରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ବିଶୁଦ୍ଧ ଜଳର ସୀମିତ ଉପଲବ୍ଧତା ଏବଂ ଜଳର ନିମ୍ନ ଗୁଣବତ୍ତା ସମେତ ଗମ୍ଭୀର ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳ ବ୍ୟବହାର ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ଏକ ଅଂଶ ହେଉଛି ଏହି ପଦକ୍ଷେପ। ଏହାପୂର୍ବରୁ କମ୍ପାନୀ ଉପରକଣ୍ଟାର କୁରାଲୋଇ ବ୍ଲକର ୨ଟି ପୋଖରୀ, ତଳକଣ୍ଟା ଗାଁ, ଝାରପାଲମ ଗାଁ ଓ ଜାମଖଣି ଅଞ୍ଚଳର ରାସ୍ତାକୁ ସଫା ଓ ବ୍ୟବହାର ଉପଯୋଗୀ କରିଛି ।
ଏହି ଅବସରରେ ଗୁଣପୁର ପଞ୍ଚାୟତର ସରପଞ୍ଚ ସୁଜାତା ମାଝୀ କମ୍ପାନିର ଏଭଳି ଉଦ୍ୟମକୁ ପ୍ରଶଂସା କରି କହିଥିଲେ, ଆମ ଅଞ୍ଚଳର ଜଳ ସମସ୍ୟାର ସମାଧାନ ପାଇଁ ବେଦାନ୍ତ ଆଲୁମିନିୟମର ଖଣି ବିଭାଗକୁ ମୁଁ ପ୍ରଶଂସା କରୁଛି । ପୋଖରୀ ସଫେଇ ଏବଂ ନଳକୂପ ବିଶୋଧନ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ଆମ ଜଳର ଗୁଣବତ୍ତା ଏବଂ ଉପଲବ୍ଧତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ।