ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଇକେରାରେ ବିଶ୍ୱ ମହୁମାଛି ଦିବସ ପାଳନ କରିଛି, ଯାହା ଏହାର ବେଦମୃତ ମହୁ କ୍ଲଷ୍ଟର ବିକାଶ ପ୍ରକଳ୍ପର ଅଂଶବିଶେଷ। ଏଠାରେ ୫୦ରୁ ଅଧିକ ସ୍ଥାନୀୟ ଚାଷୀଙ୍କୁ ଏକତ୍ରିତ କରି ମହୁଚାଷ ସଂକ୍ରାନ୍ତରେ ସଚେତନ କରାଯାଇଥିଲା। ଏଥିସହିତ ସ୍ଥାୟୀ ମହୁମାଛି ପାଳନ ମାଧ୍ୟମରେ ସେମାନଙ୍କର ସଂରକ୍ଷଣକୁ ସହାୟତା କରିବାର ପ୍ରୟାସକୁ ସ୍ୱୀକୃତି ଦେଇଥିଲା।
ପ୍ରାକୃତିକ ପରାଗସଂଗମ ପ୍ରକ୍ରିୟାରେ ମହୁମାଛିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱାରୋପ କରିବା ପାଇଁ ଜାତିସଂଘ ମଇ ୨୦କୁ ବିଶ୍ୱ ମହୁମାଛି ଦିବସ ଭାବରେ ନାମିତ କରିଛି, ଯାହା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜୈବ ବିବିଧତା ସଂରକ୍ଷଣ କରିବାରେ ବିଶ୍ୱ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମହୁମାଛିମାନେ ସମୁ୍ଖୀନ ହେଉଥିବା ବିପଦକୁ ଚିହ୍ନିବା ତଥା ସେମାନଙ୍କର ନିରନ୍ତର ସଂରକ୍ଷଣ ପାଇଁ ଗୋଷ୍ଠି ନେତୃତ୍ୱାଧୀନ ଉପାୟ ଚିହ୍ନଟ କରିବାର ଏହା ଏକ ଅବସର ଅଟେ।
ବେଦାନ୍ତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀ, ବେଦାନ୍ତ ଝାରସୁଗୁଡାର କର୍ମଚାରୀ ଏବଂ ଅନେକ ସଦସ୍ୟ ଯୋଗ ଦେଇଥିଲେ। ଏଥିରେ ମହୁ ଉତ୍ପାଦନର ବୈଜ୍ଞାନିକ ପଦ୍ଧତି, ସ୍ଥାୟୀ ମହୁ ଚାଷ ଅଭ୍ୟାସ ଏବଂ ମହୁମାଛି ପାଳନର ସକାରାତ୍ମକ ପରିବେଶଗତ ପ୍ରଭାବ ଉପରେ ବିଶେଷଜ୍ଞଙ୍କ ନେତୃତ୍ୱରେ ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଂଶଗ୍ରହଣକାରୀ ଚାଷୀମାନେ ବଜାର ବ୍ୟବସ୍ଥା, ଉନ୍ନତ ସଂରକ୍ଷଣ ସୁବିଧା ଏବଂ ଉତ୍ପାଦ ବିବିଧତା ସମ୍ବନ୍ଧୀୟ ସୁଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ, ମହୁ ଉତ୍ପାଦନରୁ ସର୍ବାଧିକ ଲାଭ କରିଥିବା ଚାଷୀମାନଙ୍କୁ ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା।
ଏହି ପଦକ୍ଷେପ ବିଷୟରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, “ମହୁ ଚାଷ ପରିବେଶଗତ ସ୍ଥିରତା ଏବଂ ଗ୍ରାମୀଣ ସମୃଦ୍ଧି ଉଭୟକୁ ସମର୍ଥନ କରିବା ପାଇଁ ଏକ ଶକ୍ତିଶାଳୀ ଉପକରଣ ହୋଇପାରେ। ବେଦାମୃତ ମହୁ ପ୍ରକଳ୍ପ ମାଧ୍ୟମରେ, ଆମେ ଗ୍ରାମୀଣ ଓଡ଼ିଶାର ଚାଷୀମାନଙ୍କୁ ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବା ସହିତ ସ୍ଥାୟୀ ଜୀବିକା ନିର୍ମାଣ କରିବାକୁ ସକ୍ଷମ କରୁଛୁ। ଏହା ଆମେ କାର୍ଯ୍ୟ କରୁଥିବା ସମ୍ପ୍ରଦାୟ ମଧ୍ୟରେ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ବିକାଶ ପ୍ରତି ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”