ମୁମ୍ବଇ: ଭାରତୀୟ ସେୟାର ବଜାରରେ କ୍ରମାଗତଭାବେ ହ୍ରାସ ଧାରା ଜାରି ରହିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନ୍ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ କ୍ରମାଗତଭାବେ ୫ମ ଦିନ ପାଇଁ ଆଜି ଲାଲ୍ ସଂକେତରେ ବନ୍ଦ ହୋଇଛି। ଫେବୃଆରୀ ୨୪ ବା ୧.୧୪% ହ୍ରାସ ସହ ୭୪,୪୫୪.୪୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଅନ୍ୟପକ୍ଷେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିପ୍ଟି ୨୪୩.୪୦ ପଏଣ୍ଟ ବା ୧.୦୭% ଖସି ୨୨,୫୫୨.୫୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ବିଏସଇରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ଆଜି ସୁଦ୍ଧା ସେନ୍ସେକ୍ସ ଏବଂ ନିପ୍ଟି ପ୍ରାୟ ୪ ପ୍ରତିଶତ ତଳକୁ ଖସିସାରିଛି । ସ୍କୁଲ୍ ଏବଂ ମିଡ୍ କ୍ୟାପ୍ ସେୟାରରେ ବି ଅଧିକ ପ୍ରଫିଯ୍ ବୁକିଂ ଅର୍ଥାତ୍ ବିକ୍ରି ବଟା ଦେଖୀବାକୁ ମିଳିଛି। ବିଏସ୍ଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୭୮ ଏବଂ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୩୧ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି I ଏହି କାରଣରୁ ବଜାର କାରବାରରେ ଆଜି ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୪.୩୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଅଟେ ଏବଂ ଏଫଏମସିଜି ଇଣ୍ଡେକ୍ସକୁ ଛାଡ଼ି ଅନ୍ୟ ସବୁ ସେକ୍ନୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି | ଦିନର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୮୫୬.୬୬ ପଏଣ୍ଟ ଫେବୃଆରୀ ୨୪ରେ ହ୍ରାସ ପାଇ ଇ ୩୯୭.୯୮ ଲକ୍ଷ କୋଟି ଟଙ୍କା ହୋଇଛି।
ଯାହା ପୂର୍ବ କାରବାର ଦିବ ର ଦିବସ ଅର୍ଥାତ୍ ଶୁକ୍ରବାର ଫେବ୍ରୁଆରୀ ୨୧ରେ ୪୦୨.୨0 ଲକ୍ଷ କୋଟି ଟଙ୍କା ରହିଥିଲା। ଅନ୍ୟ ଅର୍ଥରେ କହିଲେ ନିବେଶକଙ୍କର ଆଜି ୪.୨୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ବିଏସଇ ସେନ୍ସେକ୍ସର ୩୦ ସେୟାର ମଧ୍ୟରୁ କେବଳ ୯ ସେୟାର ସବୁଜ ସଙ୍କେତ ସହ ବନ୍ଦ ହୋଇଛି ।