ମୁମ୍ବାଇ: ସେୟାର ବଜାରରେ ସୋମବାର ଲଗାତାର ଚତୁର୍ଥ ଦିନ ହ୍ରାସ ଜାରି ରହିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନସେକ୍ସ ୫୪୮ ପଏଣ୍ଟ ତଳକୁ ଖସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଙ୍କ ଟାରିଫ ବା ଶୁଳ୍କ ଚେତାବନୀ ଯୋଗୁ ପୁଞ୍ଜି ବଜାର ଉପରେ ନିବେଶକଙ୍କ ଭରସା ତୁଟିଯାଇଛି। ଫଳରେ ବଜାର କାବରାରରେ ବ୍ୟାଙ୍କ, ଧାତୁ ଓ ପେଟ୍ରୋଲିୟମ ସେୟାର କେବଳ ବିକ୍ରି ଦେଖାଯାଇଛି। ୩୦ ସେୟାର ବିଶିଷ୍ଟ ବିଏସଇ ସେନସେକ୍ସରେ ୫୪୮.୩୯ ପଏଣ୍ଟ ହ୍ରାସ ହୋଇଥିବାବେଳେ ସପ୍ତାହର ସର୍ବନିମ୍ନ ସ୍ତର ୭୭, ୩୧୧. ୮୦ ପଏଣ୍ଟରେ ବନ୍ଦ ହୋଇଛି।
ଦିନ ଯାକର ବ୍ୟବସାୟ ସମୟରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେନସେକ୍ସ ୭୫୩.୩ ୩.୩ ପଏଣ୍ଟ ତଳକୁ ଖସିଆସିଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିପ୍ଟି ମଧ୍ୟ ୧୭୮.୩୫ ପଏଣ୍ଟ ଅର୍ଥାତ୍ 0.99 ପଏଣ୍ଟ ହ୍ରାସ ସହ ୨୩, ୧.୬୦ ପଏଣ୍ଟରେ ଜିୟୋଜିତ ସର୍ଭିସେସର ବନ୍ଦ ହୋଇଛି। ଜିୟୋଜିତ ଫାଇନାନସିଆଲ ସର୍ଭିସେସର ବିନୋଦ ନାୟର କହିଛନ୍ତି ଯେ ଟାରିଫ ଲଗାଇବା ପାଇଁ ଆମେରିକାର ଚେତାବନୀ ଯୋଗୁ ବଜାର କାରବାର ଉପରେ ପ୍ରଭାବ ପଡିଛି | ନିବେଶକ ସତର୍କତା ଅବଲମ୍ବନ କରି ସୁନା ଭଳି ସୁରକ୍ଷିତ ମନେ କରାଯାଉଥିବା ଉତ୍ପାଦ ପରେ ଏବେ ନିବେଶ କରୁଛନ୍ତି ।
୩୦ ସେୟାରର ସେନ୍ସେକ୍ସରୁ ପାୱାର ଗ୍ରୀଡ, ଟାଟା ଷ୍ଟିଲ, ଜୋମାଟୋ, ଟାଇଟନ, ବଜାଜ ଫାଇନାନସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏନଟିପିସି ଓ ଟାଟା ମୋଟର୍ସ ଭଳି ପ୍ରମୁଖ ସେୟାର କ୍ଷତିରେ ରହିଛନ୍ତି | ସେପଟେ କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଭାରତୀ ଏୟାରଟେଲ, ସେପ ଏଚସିଏଲ ଟେକ୍, ଟେକ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ ଓ ଟାଟା କନସଲଟାନ୍ସୀ ସର୍ଭିସେସର ସେୟାର ଲାଭରେ କାରବାର କରିଛନ୍ତି |
ଫେବୃଆରୀ ୫ ତାରିଖରୁ ଏ ପର୍ଯ୍ୟନ୍ତ ୪ କାରବାର ଦିବସରେ ସେନସେକ୍ସ ୧,୨୭୨ପଏଣ୍ଟ ଓ ନିପ୍ଟି ୩୫୭ ପଏଣ୍ଟ ତଳକୁ ଖସିଛି। ଅନ୍ୟ ଏସୀୟ ବଜାର ମଧ୍ୟରୁ କେବଳ ଦକ୍ଷିଣ କୋରିଆର କାସ୍କି କ୍ଷତିରେ ପୂବାବେଳେ ଜାପାନର ନିକ୍କି, ଚୀନର ସଂଘାଇ କମ୍ପୋଜିଟ୍ ଓ ହଂକଂର ହେଙ୍ଗସେଙ୍ଗ ଲାଭରେ କାରବାର କରୁଛନ୍ତି । ସେହିପରି ୟୁରୋପର ମୁଖ୍ୟ ବଜାରମାନଙ୍କରେ ମଧ୍ୟାହ୍ନ ପରେ କାରବାରରେ ବୃଦ୍ଧି ହୋଇଛି।