କଣିହାଁ: କଣିହାଁ ବ୍ଳକ୍ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦୀପଶିଖା, ଏନଟିପିସି ପକ୍ଷରୁ ଶିକ୍ଷାନୁଷ୍ଠାନ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିରୂପେ ଏନଟିପିସି ପ୍ରକଳ୍ପର ଜି.ଏମ. ସତ୍ୟରାମ କ୍ରିଷ୍ଣା ଯୋଗଦେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅଭିଭାବିକାଙ୍କୁ ଜୀବନରେ ଶିଶୁମନ୍ଦିରଦ୍ବାରା ଦିଆଯାଉଥିବା ନୈତିକ ଓ ଆଧ୍ଯାତ୍ମକ ଶିକ୍ଷାକୁ ଗ୍ରହଣ କରି ଭବିଷ୍ଯତ ଗଠନ କରିବା ନିମନ୍ତେ ପ୍ରେରିତ କରିଥିଲେ। ସମ୍ମାନିତ ଅତିଥିଭାବେ ଶ୍ରୀମତୀ ସି.ଭି. ଆଈ. ଅନୁରାଧା, ଏନଟିପିସି ମାନବ ସଂସାଧାନର ମୁଖ୍ୟ ନବନୀତ କୁମାର, ଏବଂ ଏନଟିପିସି ବିଦ୍ୟୁତ ପ୍ରକଳ୍ପର ଅନ୍ୟ ବିଶିଷ୍ଟ ଅଧୂକାରୀ ତଥା ଅଫିସରମାନେ ଯୋଗ ଦେଇଥିଲେ ।
ସେହିପରି ଶିଶୁଙ୍କୁ ଦେଶ ଗଠନରେ ଭାରତୀୟତାର ମନୋଭାବ ରଖୀ କାର୍ଯ୍ୟ କରିବା ପାଇଁ ଶ୍ରୀଧର ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ଏହି ସଭାର ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ବିଶ୍ଵନାଥ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ବାର୍ଷିକ ଉତ୍ସବର ମୁଖ୍ୟବିଚାର ଶିଶୁ ବିଦ୍ୟାମନ୍ଦିରର କାର୍ଯ୍ୟ ଯୋଜନାର ବିବରଣୀକୁ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ତ୍ରିପାଠୀ ପାଠ କରିଥିଲେ।
ବିଦ୍ୟାଳୟର ସମସ୍ତ ପରିଚାଳନା ସମିତିର ୧୦ ଜଣ ସଦସ୍ୟ ସଦସ୍ୟା ଓ ୨୦ ଜଣ ମାତୃ ଭାରତୀ ସଦସ୍ୟା, ୨୩ ଜଣ ଗୁରୁଜୀ, ଗୁରୁ ମାଙ୍କ ଓ ଶିଶୁ ଭାରତୀର ସହଯୋଗରେ ଉତ୍ସବ ପରିଚାଳିତ ହୋଇଥିଲା । ବାର୍ଷିକ ଉତ୍ସବରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃଦ୍ଧି, ପ୍ରାଥମିକ ସ୍ତରର ମେଧାବୃରି, ପ୍ରଦେଶ ଓ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହାସଲ କରିଥିବା ୨୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଯାଇଥିଲା।
ଚଳିତବର୍ଷ ସଂସ୍କୃତି ବଞ୍ଚିଲେ ଦେଶ ବଞ୍ଚିବ ଶୀର୍ଷକ ଆଧାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଥିବାବେଳେ ଶିଶୁ ବିଦ୍ୟା ମନ୍ଦିରର ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୬୯ ଛାତ୍ରଛାତ୍ରୀ ସାମିଲ ଥିଲେ । ଏନ୍ଟିପିସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଅଧୂକାରୀ ଓ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମୁଖରିତ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।