ନବରତ୍ନ ଉଦ୍ୟୋଗ ନ୍ୟାସନ କମ୍ପାନୀ ଲିମିଟେଡର ସିଏସ୍ଥାର କାର୍ଯ୍ୟକ୍ରମ ଅନ୍ତର୍ଗତ କୋରାପୁଟର ସହୀବ ଲକ୍ଷ୍ମଣ ନାଯକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ୧୦ କୋଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି I ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହ ନିର୍ବାସୀ ନିର୍ଦ୍ଦେଶକ ନିରଞ୍ଜନ ସାମଲଙ୍କ ସହ ଚଳମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶ୍ରିତୋଷ ରଥ କୋରାପୁଟ ସହା କୀର୍ତି ହାସନଙ୍କୁ ଭେଟି ଭେଟି ଏହି ଚେକ୍ ଆଜି ପ୍ରଦାନ କରିଛନ୍ତି। ଏହି ଅବସରରେ ଜୀଦ ଲକ୍ଷ୍ମଣ ନାୟକ ମେ ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ତଥା ଡିନ୍ ଏବଂ ପ୍ରଫେସର ଡ. ସୁଶାନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ |
ନାଲକୋର ସିଏସଆର “ନାଲକୋ ଫାଉଣ୍ଡେସନ” ମାଧ୍ୟମରେରେ ପ୍ରଦାନ କରାଯାଇଥିବା ଏହି ଅର୍ଥ ରାଶି ହସ୍ପିଟାଲର ବିଭିନ୍ନ ବିଭାଗରେ ରୋଗୀ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାବଶ୍ୟକ ସୁବିଧା ଏବଂ ଉନ୍ନତ ଚିକିତ୍ସା ଉପକରଣ ପ୍ରକ୍ରିୟା ସହ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ନିମନ୍ତେ ବ୍ୟବହୃତ ହେବ। ନାଲକୋର ଆର୍ଥିକ ସହାଗତା ହସ୍ପିଟାଲର କ୍ଷମତାକୁ ଉଲ୍ଲେଖନୀୟଭାବେ ବୃଦ୍ଧି କରିବା ସହ ସମଗ୍ର ଜିଲ୍ଲା ତଥା ପାରିପାର୍ଶ୍ବକ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆବଶ୍ୟକୀୟ ସୁବିଧା ସୁଯୋଗ କ୍ଷେତ୍ରରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ।