ଲାଞ୍ଜିଗଡ଼, ୧୦/୦୪/୨୦୨୫: ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ମହିଳା ସଶକ୍ତିକରଣ ଏବଂ କାଳାହାଣ୍ଡିର ସମୃଦ୍ଧ ସାଂସ୍କୃତିକ ଚିତ୍ରକଳାର ଏକ ଜୀବନ୍ତ ଉତ୍ସବ “ପରିଚୟ” ଆୟୋଜନ କରିଥିଲା। ଗ୍ରାମୀଣ ଓଡ଼ିଶାର ମହିଳାମାନଙ୍କ ଉଦ୍ୟମିତା ମନୋଭାବକୁ ପାଳନ କରୁଥିବା ଏହି କାର୍ଯ୍ୟକ୍ରମରେ ୬୦ଟି ଗାଁରୁ ୨୦୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ମହିଳା ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ମାସେ ବ୍ୟାପୀ ଉତ୍ସବର ଭବ୍ୟ ପରିସମାପ୍ତି ଥିଲା “ପରିଚୟ”। ମାସସାରା, ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡିର ସୁଦୂର କୋଣ ଅନୁକୋଣରୁ ମହିଳାମାନଙ୍କୁ କୌତୁକିଆ ଖେଳ ଏବଂ ଗୋଷ୍ଠି ଗଠନ କାର୍ଯ୍ୟକଳାପ ମାଧ୍ୟମରେ ଯୋଡ଼ିଥାଏ ଯାହା ବନ୍ଧୁତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପରିକଳ୍ପନା କରାଯାଇଥିଲା।
ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଥିଲେ, “ସମାବେଶୀ ବିକାଶର କେନ୍ଦ୍ରରେ ରହିଛନ୍ତି ମହିଳା। ଆମର ମହିଳା ସଶକ୍ତିକରଣ ପ୍ରକଳ୍ପ-ସଖୀ ମାଧ୍ୟମରେ, ଆମେ ସମଗ୍ର କଳାହାଣ୍ଡିରେ ୫୦୦୦ ରୁ ଅଧିକ ମହିଳାଙ୍କୁ ସଶକ୍ତ କରି, ସ୍ଥାନୀୟ ଉଦ୍ୟୋଗକୁ ସହାୟତା କରି ଏବଂ ସାମାଜିକ ତଥା ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରି ଗର୍ବିତ। ‘ପରିଚୟ’ ହେଉଛି ସେମାନଙ୍କ ଉତ୍ସାହ ଏବଂ ସଫଳତା କାହାଣୀର ଏକ ଉତ୍ସବ”। ଉଲ୍ଲେଖଯୋଗ୍ୟ ଏହି କାର୍ଯ୍ୟକ୍ରମରେ ଆକର୍ଷଣୀୟ କାର୍ଯ୍ୟକଳାପ ସହିତ ସାତଟି ଗ୍ରାମରୁ ଲୋକନୃତ୍ୟ ପ୍ରଦର୍ଶନ ଏବଂ ୧୧ ଜଣ ପ୍ରେରଣାଦାୟୀ ସଫଳ ମହିଳାଙ୍କୁ ସେମାନଙ୍କ ଉଦ୍ୟୋଗୀ ଉତ୍କର୍ଷତା ପାଇଁ ସମ୍ମାନିତ କରିବା ସକାଶେ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ମଧ୍ୟ ଅନୁଷ୍ଠିତ କରାଯାଇଥିଲା।