ମୁମ୍ବାଇ: ଭାରତୀୟ ଷ୍ଟକ ବଜାରରେ ଅସ୍ଥିରତା। ବର୍ଷର ଶେଷ ଦିନରେ ୧୦୯ ପଏଣ୍ଟ କମିଲା ସେନସେକ୍ସ। ସେନସେକ୍ସ ହ୍ରାସ ସହ ବର୍ଷ ୨୦୨୪ ଶେଷ କରିଛି ବିଏସଇ ସେନସେକ୍ସ। ତେବେ ଏନଏସଇ ନିଫଟି ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି। ସେନସେକ୍ସ ୧୦୯ ପଏଣ୍ଟ ହ୍ରାସ ପାଇ ୭୮୧୩୯.୦୧ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୧୩ ପଏଣ୍ଟ ବୃଦ୍ଧି ସହ ୨୩,୬୫୮.୧୫ ପଏଣ୍ଟରେ ବନ୍ଦ ହୋଇଛି।
୨୦୨୪ ପରି ୨୦୨୫ରେ ବି ଭାରତୀୟ ଷ୍ଟକ ବଜାରରେ ଅସ୍ଥିରତା ଦେଖିବାକୁ ମିଳିପାରେ। ବିଶ୍ବର ବିଭିନ୍ନ ଅଂଚଳରେ ଯୁଦ୍ଧ ଲାଗି ରହିବା ଓ ଅର୍ଥନୀତିରେ ଅସ୍ଥିରତା ଏହାର ପ୍ରମୁଖ କାରଣ ବୋଲି ଅନୁମାନ କରାଯାଉଥିବାବେଳେ ସେନସେକ୍ସ ୯୪୩୦୦ ପଏଣ୍ଟ ଓ ନିଫଟି ୨୮୩୦୦ ପଏଣ୍ଟ ଛୁଇଁବାର ସମ୍ଭାବନା ରହିଛି।
ବର୍ଷ ୨୦୨୪ରେ ଭାରତୀୟ ଷ୍ଟକ ବଜାର ନିବେଶକଙ୍କ ପାଇଁ ଅତ୍ୟନ୍ତ ଅସ୍ଥିର ରହିଥିଲା। ନିଫ୍ଟି ୨୬୩୦୦ର ନୂତନ ଉଚ୍ଚସ୍ତରରେ ପହଞ୍ଚିଥିଲା କିନ୍ତୁ ହ୍ରାସ ପାଇବା ସହ ନିଫଟି ଏହାର ଲାଭ ହରାଇଛି। ତେବେ ନିଫ୍ଟି ଚଳିତ ବର୍ଷ ନିବେଶକମାନଙ୍କୁ ପ୍ରାୟ ୧୦ ପ୍ରତିଶତ ରିଟର୍ଣ୍ଣ ଦେଇଛି। ମିଡ୍ ଏବଂ ସ୍ମଲକ୍ୟାପ୍ ଷ୍ଟକଗୁଡ଼ିକ ଦୃଢ଼ ପ୍ରଦର୍ଶନ କରିଛନ୍ତି ଏବଂ ୨୦୨୪ରେ ୨୫ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛନ୍ତି। ୨୦୨୪ରେ ନିଫଟି ୯ ପ୍ରତିଶତ ଓ ସେନସେକ୍ସ ୮ ପ୍ରତିଶତ ବୃଦ୍ଧି ପାଇଛି। କ୍ରମାଗତ ୯ ବର୍ଷ ପାଇଁ ସେନସେକ୍ସ ଓ ନିଫିଟ ନିଜର ବାର୍ଷିକ ଅଭିବୃଦ୍ଧି ବଜାୟ ରଖିଛନ୍ତି।
ତେବେ ୨୦୨୪ ପରି ୨୦୨୫ରେ ବି ଭାରତୀୟ ଷ୍ଟକ ବଜାରରେ ଅସ୍ଥିରତା ଦେଖିବାକୁ ମିଳିପାରେ। ବିଶ୍ବର ବିଭିନ୍ନ ଅଂଚଳରେ ଯୁଦ୍ଧ ଲାଗି ରହିବା ଓ ଅର୍ଥନୀତିରେ ଅସ୍ଥିରତା ଏହାର କାରଣ ରହିବ। ଏହାସତ୍ତ୍ବେ ସେନସେକ୍ସ ୯୪୩୦୦ ପଏଣ୍ଟ ଓ ନିଫଟି ୨୮୩୦୦ ପଏଣ୍ଟ ଛୁଇଁବାର ସମ୍ଭାବନା ରହିଛି।