ଭୁବନେଶ୍ୱର ୧୪/୨୪ – ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାମାନଙ୍କରେ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ। ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଅଧୟନରତ ୬୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ଏହି ଅଭିଯାନର ମୁଖ୍ୟ ଉଦେଶ୍ୟ।
ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହି ପଦକ୍ଷେପ ଆରମ୍ଭ କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ୧୦,୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି । ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଚାଲିଛି ଏବଂ ଏହା କୋରାପୁଟ ଜିଲ୍ଲାରେ ବିସ୍ତାରିତ ହେବାର ଯୋଜନା ରହିଛି ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ, ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଆମେ ସମୟ ପରୀକ୍ଷିତ ପାରମ୍ପରିକ ଅଭ୍ୟାସକୁ ଉପଯୋଗ କରି ଅନୁନ୍ନତ ଅଞ୍ଚଳର ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ । କଳାହାଣ୍ଡି ଓ ରାୟଗଡ଼ାରେ ଏହି କାର୍ଯ୍ୟକ୍ରମର ସକାରାତ୍ମକ ପ୍ରଭାବ ଦେଖି ଆମେ ଉତ୍ସାହିତ । ସେହିପରି ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ ସ୍ୱର୍ଣ୍ଣ ପ୍ରାସନ୍ନ କାର୍ଯ୍ୟକ୍ରମକୁ ସମସ୍ତେ ଉତ୍ସାହର ସହ ଗ୍ରହଣ କରିଛନ୍ତି ଯାହାଦ୍ୱାରା ୨୫ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ଅପରପକ୍ଷେ, ସ୍ୱର୍ଣ୍ଣ ପ୍ରାସନ୍ନ ଏକ ସମୟାନୁକ୍ରମିକ ଆୟୁର୍ବେଦିକ ଅଭ୍ୟାସ ଯାହା ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଏବଂ ଜ୍ଞାନ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ । ଦୁର୍ଗମ ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ଏଭଳି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧା ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରଙ୍କ ସହ ଘନିଷ୍ଠ ସହଯୋଗ କରି କମ୍ପାନୀ ସୁନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ସାମାଜିକ-ଅର୍ଥନୈତିକ ପ୍ରଗତିଦିଗରେ ଅଗ୍ରସର ହୁଏ ବୋଲି କହିଛନ୍ତି ଡିଇଓ ବସନ୍ତ କୁମାର ନାୟକ।