ଭୁବନେଶ୍ୱର : ଭାରତର ଉଦ୍ୟୋଗୀମାନଙ୍କ ଦକ୍ଷତା ଉପରେ ବିଶ୍ବାସ ଏବଂ ଭୂତଳେ ଥିବା ବିପୁଳ ପ୍ରାକୃତିକ ସମ୍ବଳର ମୂଲ୍ୟକୁ ଉଜାଗର କରିବା ବିକଶିତ ଭାରତ ପାଇଁ ଗୁରୁତ୍ବପୂର୍ଣ ବୋଲି ବେଦାନ୍ତ ଲିମିଟେଡର ଅଧ୍ଯକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି। ତାଙ୍କ ମତରେ ଏହା ନୂଆ ପିଢ଼ିର ଉଦ୍ୟୋଗୀଙ୍କୁ ସାମ୍ନାକୁ ଆଣିବାର ସମୟ ଏମାନେ ଅନୁସନ୍ଧାନ ଓ ଉତ୍ତୋଳନ କରି ଧରାକୁ ସମ୍ମାନ ଜଣାଇ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବେ। ଏବେ ପଦକ୍ଷେପ ନ ନେଲେ ଦୁନିଆର ଏକ ଅଗ୍ରଣୀ ସମ୍ବଳ ରାଷ୍ଟ୍ର ଭାବେ ଭାରତର ସ୍ଥିତି ସୁଦୃଢ଼ ପାଇଁ ପାଇଁ ରହିଥିବା ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯିବ। ମାଟି ତଳେ ବିପୁଳ ସମ୍ପଦ ରହିଛି।
ବିଶ୍ବର ସର୍ବୋତ୍ତମ ଭୂ-ବିଜ୍ଞାନ ଭାରତରେ ଅଛି, କିନ୍ତୁ ତୈଳ ଓ ଗ୍ୟାସ, ସୁନା, ହୀରା ଭଳି ପ୍ରାକୃତିକ ସମ୍ବଳର ୬୦ % ଆମଦାନି କରୁଛେ | ଆମେରିକା, ମରିକା, ବ୍ରିଟେନ ଭଳି ଦେଶ ପ୍ରାକୃତିକ ସମ୍ବଳକୁ ନେଇ ଉପଯୋଗ କରି ସମୃଦ୍ଧ ହୋଇଛନ୍ତି। ଭାରତରେ ବ୍ୟାପକ ତୈଳ ଓ ଗ୍ୟାସ ଭଣ୍ଡାର ଏବଂ ବକ୍ସାଇଟ, କୋଇଲା ଆଦି ରହିଛି। କେବଳ ଏହାର ଅନୁସନ୍ଧାନର ଆବଶ୍ୟକତା ରହିଛି। ବିଶ୍ବ ଅନିଶ୍ଚିତତା ଦେଇ ଗତି କରୁଥିବାବେଳେ ଭାରତର ସମ୍ଭାବନାକୁ ନଇ ଶ୍ରୀ ଅଗ୍ରୱାଲ ଆଶାବାଦୀ ଅଛନ୍ତି। ସେ ଭାରତରେ ବଡ଼ ଧରଣର ଉତ୍ପାଦନ ଓ ବୃହତ ଶିଳ୍ପ ସୃଷ୍ଟି କରିବାକୁ ଉଦ୍ୟୋଗୀଙ୍କୁ ଆହ୍ଵାନ ଦେଇଛନ୍ତିI କାରଣ କେବଳ କୃଷି ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିକୁ ସୁନିଶ୍ଚିତ କରିପାରିବ ନାହିଁ।