ରୂଷ୍-ୟୁକ୍ରେନ ଯୁଦ୍ଧ ଥମିବାର ନା ଧରୁନି। ଏହା ୧୦୫୨ ଦିନ ହେଲା ଜାରି ରହିଛି। ଉଭୟ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଜାରି ରଖୁଥିବାବେଳେ ଆମେରିକା ଏବଂ ଜାପାନ ରୁଷ୍ ଉପରେ ନୂଆ କଟକଣା ଲଗାଇଛନ୍ତି । ଆମେରିକା ଗୃହ ବିଭାଗର ସୂଚନା ଅନୁଯାଯା ରୁଷ୍ରୁ ୨୦୦ରୁ ଅଧିକ କମ୍ପାନୀ ଏବଂ ବ୍ୟକ୍ତିଙ୍କ ସହିତ ୧୮୦ରୁ ଉର୍ଦ୍ଧ ଜାହାଜକୁ ନିଷିଦ୍ଧ କରିଦିଆଯାଇଛି। ଏହା ବ୍ୟତୀତ ଦୁଇ ଭାରତୀୟ କମ୍ପାନୀ ‘ସ୍କାଇହାର୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍’ ଏବଂ ‘ଏଭିଜନ ମ୍ୟାନେଜମେଣ୍ଟ ସର୍ଭିସେଜ’ ଉପରେ ମଧ୍ୟ କଟକଣା ଲଗାଇ ଦିଆଯାଇଛି। ଏହି ଦୁଇ କମ୍ପାନୀ ଆମେରିକା କଟକଣା ଉଲ୍ଲଙ୍ଘନ କରି ରୁଷକୁ ଏଲ୍ଏନ୍ଜି ପରିବହନ କରିଥିବା ଅଭିଯୋଗ ହୋଇଛି। ତେବେ ତୈଳ ଏବଂ ଗ୍ୟାସ୍ରୁ ରୁଷ୍ ମିଳୁଥିବା ରାଜସ୍ବକୁ ଲକ୍ଷ୍ୟ ରଖ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି କଟକଣା ଲଗାଇଛନ୍ତି | ତୈଳ ଉତ୍ପାଦନ ଏବଂ ଯୋଗାଣକୁ ପ୍ରଭାବିତ କରିବା ପାଇଁ ରୁଷ୍ ତୈଳ ଉତ୍ପାଦନକାରୀ, ଟ୍ୟାଙ୍କର୍ସ, ବ୍ୟବସାୟୀ ଏବଂ ବନ୍ଦରଗୁଡିକୁ ଲକ୍ଷ୍ୟ କରି ନୂଆ କଟକଣା ଲଗାଯାଇଛି।
ଆମେରିକା କଟକଣାର ପ୍ରଭାବ ଅଶୋଧିତ ତୈଳ ଉପରେ ପଡ଼ିଛି। ରୁଷ୍ଉପରେ କଟକଣା ଯୋଗୁଁ ଏହାର ମୂଲ୍ୟ ୩.୭ ପ୍ରତିଶତ ବୁଦ୍ଧ ପାଇଛି। ଏଥିଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ତିନି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି | ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଶୁକ୍ରବାର ବ୍ୟାରେଲ ପିଛା ୮୦ ଡଲାର ପାର୍ କରିଯାଇଛି। ଏହା ପୂର୍ବରୁ ଅକ୍ଟୋବର ୭ରେ ଅଶୋଧୂସ୍ତ ତୈଳ ଦର ଏହି ସ୍ତର ଛୁଇଁଥିଲା । ଏହି କଟକଣା ଦ୍ବାରା ଯୁକ୍ରେନରେ ଯୁଦ୍ଧ ଜାରି ରଖିବା ପାଇଁ ରୁଜ୍ଜୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ବିଦେଶମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି । ଏହି କଟକଣା ଯୋଗୁଁ ଏବେ ରୁଷରୁ ତୈଳ ଆମଦାନୀରେ ଭାରତ ଏବଂ ତାନ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଢ଼ିପାରେ I ସେହିପରି ଏହି ମୂଲ୍ୟ ବୃଦ୍ଧି ଦ୍ବାରା ଦେଶରେ ତୈଳ ଦର ହ୍ରାସ ସମ୍ଭାବନାକୁ ଝଟ୍କା ଲାଗିଛି। ଶେଷ ଥର ପାଇଁ ଗତ ମାର୍ଚ୍ଚରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଥିଲା | ସେବେଠୁ ଏ ପର୍ଯ୍ୟନ୍ତ ୪ଟି ମହାନଗରରେ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଅନ୍ୟପକ୍ଷରେ, ଜାପାନ ମଧ୍ୟ ଅନେକ ରୁଷ୍ ନାଗରିକ ଏବଂ କମ୍ପାନୀଙ୍କ ସମ୍ପରି ଜବତ କରିଛି। ପୂର୍ବରୁ ଲଗା ଯାଇଥିବା କଟକଣାରୁ ବର୍ତ୍ତିବା ଲାଗି ରୁଷକୁ ସହାୟତା କରିଥିବା କିଛି ସଂଗଠନକୁ ମଧ୍ୟ ନିଷିଦ୍ଧ କରିଦିଆଯାଇଛି। ରୁଷ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୧୧ ବ୍ୟକ୍ତି ୨୯ ସଂଗଠନ ଏବଂ ରୁର ୩ ବ୍ୟାଙ୍କ ଉପରେ କଟକଣା ଲଗାଯାଇଛି। ଏହାବ୍ୟତୀତ ରୁଷକୁ ସହାୟତା ଦେଇଥିବାରୁ ଉତ୍ତର କୋରିଆ ଏବଂ ଜର୍ଜିଆର ଏକ ବ୍ୟାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ପଦକ୍ଷେପ ଯୁକ୍ରେନ ପ୍ରତି ଜାପାନର ସହାୟତା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଜାପାନର ମୁଖ୍ୟ କ୍ୟାବିନେଟ ସଚିବ କହିଛନ୍ତି। ଏହାମଧ୍ୟରେ ଆମେରିକା କଟକଣାକୁ ନେଇ ରୁଷ୍ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ବାଇଡେନ ଯିବା ସମୟରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପଙ୍କ ପାଇଁ ସ୍ଥିତିକୁ ଅଧିକ କଠିନ କରିଦେଉଛନ୍ତି ବୋଲି କ୍ରେମ୍ଲିନ ପକ୍ଷରୁ କୁହାଯାଇଛି।
୨୦୨୨ ଫେବୃଆରୀ ୨୪ରୁ ଯୁକ୍ରେନ ଆକ୍ରମଣ ପରଠାରୁ ଭାରତ ଏବଂ ଚୀନ୍ ରୁଷରୁ ସର୍ବାଧିକ ଅଶୋଧିତ ତୈଳ ଆମଦାନୀକାରୀ ଦେଶ ପାଲଟି ଯାଇଛନ୍ତି | ଏବେ ଭାରତୀୟ ରିଫାଇନାରୀଗୁଡିକ କଟକଣା ଲାଗିବା ରୁଷ୍ ନାହାନ ଆଉ ବ୍ୟବହାର କରିବେ ନାହିଁ। ଏହା ଦ୍ବାରା ରୁଷ୍ ତୈଳ ଆହୁରି ଅଧିକ ହ୍ରାସ ପାଇପାରେ | ରୁଷର ଅଶୋଧିତ ତୈଳ ମୂଲ୍ୟ ୬୦ ଡଲାରକୁ ଖସିପାରେ। ସୂଚନାଯୋଗ୍ୟ ଯେ ବିଶ୍ବ ତୈଳ ଉତ୍ପାଦନରେ ରୁଷର ୧୦ ପ୍ରତିଶତ ଯୋଗଦାନ ରହିଛି ।