ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ସ ଟ୍ରମ୍ପ ବିଶ୍ବ ବଜାରରେ ଅସ୍ଥିରତା ସୃଷ୍ଟି କରିଦେଇଛନ୍ତି। ସେ ଘୋଷଣା କରିଥିବା ‘ଶୁଳ୍କ ଯୁଦ୍ଧ’ ଦ୍ବାରା ସୋନ ସାମବାର ବିଶ୍ବର ପ୍ରମ୍ବ ପ୍ରମୁଖ ସେୟାର ବନ ବଜାର ଧରାଶାୟ ଧରାଶାୟୀ ହୋଇଯାଇଛି। ଚୀନ୍, କାନାଡ଼ା, ମେହି ମକ୍ସିକୋ ସହିତ ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ ଦେଖା ଦେଇଛି । ଆଜି ବିଏସ୍ଇ ସେନ୍ସେକ୍ସ ୩୧୯ ପଏଣ୍ଟ ହ୍ରାସ ୦୭,୧୮୬. ୭୪ ୭୪ରେ ପହଞ୍ଚି ଯାଇଛି। ପାଇ ୭୭,୧୮ ଆରମ୍ଭ ହୋଇପାରେ ବାଣିଜ୍ୟ ଯୁଦ୍ଧ । ସେହିପରି ଏନ୍ଏସ୍ର ନିପ୍ଟି ୧୨୧ ପଏଣ୍ଟ ଖସି ୨୩, ୩୬୧.୦୫ରେ ବଜାର ବନ୍ଦ ହୋଇଛି | ଆଜି କାରବାର ସମୟରେ ସେନ୍ସେକ୍ସ ୭୦୦ରୁ ଅଧିକ ଏବଂ ନିପ୍ତି ୨୬୦ରୁ ଊର୍ଦ୍ଧ ପଏଣ୍ଟ ହ୍ରାସ ପାଇଥିଲା। ମାତ୍ର ପରେ ଏଥିରେ ସୁଧାର ଆସିଥିଲା | ଏହି ହ୍ରାସ ଯୋଗୁଁ ନିବେଶକଙ୍କର ବିପୁଳ କ୍ଷତି ହୋଇଛି। ୫.୩ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି| ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଲ୍ଆଣ୍ଡଟିର ସେୟାର ସର୍ବାଧିକ ହ୍ରାସ ପାଇଛି ।
ସେୟାର ବଜାର ହ୍ରାସ ଯୋଗୁଁ ବିଏସ୍ଇରେ ପଞ୍ଜିକୃତ ସବୁ କମ୍ପାନୀଙ୍କ ବଜାର ବଡ ପୁଞ୍ଜି ୫.୩୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ଛି | ଏବେ ମୋଟ ବଜାର ପୁଞ୍ଜି ୪୧୯.୪୯ ଲକ୍ଷ କୋଟି ଟଙ୍କା ରହିଛି। ଏହି ହ୍ରାସ ପଛରେ ୪ଟି ପ୍ରମୁଖ କାରଣ ରହିଛି। ସେଗୁଡିକ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟାରିପ, ଡଲାର, ଆମେରିକା ଟ୍ରେଜେରି (ୟିଳ୍ପ) ଏବଂ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଏପରି ହୋଇଛି | କାନାଡ଼ା ଓ ମେକ୍ସିକୋ ଉପରେ ୨୫% ଏବଂ ଚୀନ୍ ଉପରେ ୧୦ % ଟାରିଫ ଲଗାଇବାକୁ ଆମେରିକା ଘୋଷଣା କରିଛି | ପ୍ରବାସୀ ଏବଂ ଫେଣ୍ଟେନାଇଲ ପ୍ରବାହକୁ ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି I ଏହାଦ୍ବାରା ବାଣିଜ୍ୟ ଯୁଦ୍ଧ ବଢ଼ିବାର ଆଶଙ୍କା ରହିଛି I ଏହାକୁ ନେଇ କାନାଡ଼ା ଧମକ ଦେଇଥିବାବେଳେ ବିଶ୍ବ ବାଣିଜ୍ୟ ସଂଗଠନରେ ନିଷ୍ପତିକୁ ବିରୋଧ କରାଯିବ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି | ଟ୍ରମ୍ପ ମଧ୍ଯ ୟୁରୋପୀୟ ସଂଘ ଉପରେ ଟାରିଫ ବଢ଼ାଇବାକୁ କହିଛନ୍ତି। ସେହିପରି ଅସୋର ଟ୍ରେଡିଂରେ ଚୀନ୍ ଯୁଆନ ତୁଳନାରେ ଡଲାର ରେକର୍ଡସ୍ତରରେ ପହଞ୍ଚି ଯାଇଛି।
ଏହା ବ୍ୟତୀତ ଆମେରିକୀୟ ଟ୍ରେଜେରି ୟୀଲ୍ମରେ ୩.୬ ପଏଣ୍ଟ ବୃଦ୍ଧି ପାଇଛି । ଏହା ୪.୨୭ ପ୍ରତିଶତରେ ପହଞ୍ଚି ଯାଇଛି | ଏହି ବୃଦ୍ଧି ଭାରତ ଭଳି ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବ। ଯିଳ୍ପରେ ନିବେଶ ବୃଦ୍ଧି ପାଇବ। ସେହିପରି ଆମେରିକା ଟାରିଫ ଘୋଷଣା କରିବା ପରେ ତୈଳ ମୂଲ୍ୟ ବୃଦ୍ଧି ପାଇଛି । ଏହାଦ୍ବାରା ଆମେରିକାର ସବୁଠୁ ବଡ଼ ୨ ଆମଦାନୀକାରୀଙ୍କ ଚିନ୍ତା ବଢ଼ିଯାଇଛି। ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇବାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଟାରିଫ ବୃଦ୍ଧି ଯୋଗୁଁ ଚୀନ୍, ମେକ୍ସିକୋ ଏବଂ କାନାଡ଼ା ମୁଦ୍ରାର ମୂଲ୍ୟ ରେକର୍ଡ ହ୍ରାସ ପାଇଛି। ଚୀନ୍ର ୟୁଆନ ସର୍ବନିମ୍ନସ୍ତରକୁ ଚାଲିଯାଇଛି। ମେକ୍ସିକୋର ପେସୋ ଏବଂ କାନାଡ଼ା ଡଲାର ମଧ୍ୟ ନିମ୍ନସ୍ତରକୁ ଖସି ଯାଇଛି | ଏହାଦ୍ଵାରା ବାଣିଜ୍ୟ ଯୁଦ୍ଧ ହେବାର ସ୍ଥିତି ସୃଷ୍ଟି ହୋଇଛି।