ଭୁବନେଶ୍ୱର, ୨୭/୧୨/୨୦୨୪: ବେଦାନ୍ତ ଆଲୁମିନିୟମ ଏବଂ ଆୟୁଷ ମନ୍ତ୍ରଣାଳୟର ସହ ଭାଗିତାରେ ସଫଳ ହେଲା ‘ସ୍ୱର୍ଣ୍ଣ ପ୍ରାଶନ’ ଅଭିଯାନର ଚତୁର୍ଥ। ଏହି ଅଭିଯାନରେ ୧୭ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ଆୟୁର୍ବେଦିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ପିଲାମାନଙ୍କର ପ୍ରାରମ୍ଭିକ ଅବସ୍ଥାରେ ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ।
ବେଦାନ୍ତ ଆଲୁମିନିୟମର ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକ ଗୋଷ୍ଠୀ-କେନ୍ଦ୍ରୀତ ବିକାଶ ପ୍ରତି ସମର୍ପଣର ପ୍ରମାଣ। ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି ଭଳି ରଣନୈତିକ ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶୃତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରଙ୍କ ସହ ଘନିଷ୍ଠ ଯୋଗାଯୋଗ କରି କମ୍ପାନୀ ସୁନିଶ୍ଚିତ କରେ ଯେ, ଏହାର ହସ୍ତକ୍ଷେପ ଉଭୟ ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି ଦିଗରେ ଅଗ୍ରସର ହେଉଛି।
ସେପ୍ଟେମ୍ବର ୨୦୨୪ରେ ଆୟୁଷ ମନ୍ତ୍ରଣାଳୟର ସହ ଭାଗିଦାରୀରେ ଏହି ପଦକ୍ଷେପ ଆରମ୍ଭ କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରୁଛି ଏବଂ ଓଡ଼ିଶାର କୋରାପୁଟ ଜିଲ୍ଲାରେ ବିସ୍ତାର କରିବାକୁ ଯୋଜନା ରହିଛି ।
ବେଦାନ୍ତ ଆଲୁମିନିୟମର ସିଇଓ ସୁନୀଲ ଗୁପ୍ତା କହିଛନ୍ତି ଯେ, “ସ୍ୱର୍ଣ୍ଣ ପ୍ରାଶନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପଛୁଆ ଅଞ୍ଚଳରେ ଶିଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ବେଦାନ୍ତ ପ୍ରତିଶୃତିବଦ୍ଧ। ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ବିସ୍ତାର କରିବାରେ ଆୟୁଷ ମନ୍ତ୍ରଣାଳୟର ସମର୍ଥନ ମିଳିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ ।”
ସେହିପରି ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ, “ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ଲୋକେ ଉତ୍ସାହର ସହ ଗ୍ରହଣ କରିଛନ୍ତି, ଯାହାଦ୍ୱାରା ୪୦ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ କୋରାପୁଟ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା ଥିବାବେଳେ ଖୁବଶୀଘ୍ର ୩୦ ହଜାରରୁ ଅଧିକ ଶିଶୁଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ।”