ହୀରାକୁଦ : ମହିଳାମାନଙ୍କୁ ସ୍ଵାବଲମ୍ବୀ ସଶକ୍ତିକରଣ ପାଇଁ ହିଣ୍ଡାଲ୍କୋ ହୀରାକୁଦ ଏବଂ ମହାଶକ୍ତି ଫାଉଡେସନ ମଧ୍ୟରେ ‘ପ୍ରକଳ୍ପ ଶକ୍ତି’ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମର ଅତିରିକ୍ତ ଆଯୁକ୍ତ ସୁନିଲ କେରକେଟ୍ଟା, ଓରମାସର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ହିଣ୍ଡାଲକୋ ପାରିପାର୍ଶ୍ବକ ଉନ୍ନୟନ ମୁଖ୍ୟ ଅଭିଜିତ, ହିଣ୍ଡାଲକୋ ଡାଉନ ଷ୍ଟ୍ରିମ୍ ମାନବ ସମ୍ବଳ ମୁଖ୍ୟ ଟି. ମିନା ପ୍ରକାଶ, ହିଣ୍ଡାଲକୋ, ଓଡ଼ିଶା କ୍ଲଷ୍ଟର ଓ ଖଣି, ମାନବସମ୍ବଳ ମୁଖ୍ୟ ଡ. କ୍ରୀଷ୍ଣା ପାଢ଼ୀ, ପିଆରଏଫ ପ୍ଲାଣ୍ଟ ମୁଖ୍ୟ ସୌମିତ୍ର ରାୟ ହିଣ୍ଡାଲକୋ ସ୍କେଲଟର ଓ ପାୱାରର ୟୁନିଟ୍ ହେଡ ଦେବାଶିଷ ମଲ୍ଲିକ, ହୀରାକୁଦ ପିଆର୍ପି ମାନବ ସମ୍ବଳ ମୁଖ୍ୟ ଶିବ ମିଶ୍ର, ପିଆରଏଫ ଅପରେଶନାଲ ମୁଖ୍ୟ ସୁରଜୀତ ମିତ୍ର, ଓଡ଼ିଶା କ୍ଲଷ୍ଟର ପାରିପାର୍ଶ୍ବକ ଉନ୍ନୟନ ବିଭାଗର ମୁଖ୍ୟ ଶିବ ମହାପାତ୍ର ଓ ମହାଶକ୍ତି ଫାଉଡେଶନର ସିଇଓ ଯୁଗଳ କିଶୋର ପଟ୍ଟନାୟକ ଉପସ୍ଥିତ ଥିଲେ।
ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ହେଉଛି ସ୍ଵୟଂ ସହାୟତା ଗୋଷ୍ଠୀ ମାନଙ୍କୁ ସୀମିତ ଚାହିଦା ଚାଳିତ ଉତ୍ପାଦ ବିକାଶ, ବ୍ୟବସାୟୀକ ଇକୋସିଷ୍ଟମ ସୁବ୍ୟବସ୍ଥା, ଉକୃଷ୍ଣମାନର ପ୍ରଶିକ୍ଷଣ ଦେବା ସହ ସେମାନକୁ ନିଜର ରୋଜଗାର ପାଇଁ ଅଗ୍ରସର କରି ବଜାର ସହିତ ସଂଯୋଗ କରାଇବ।
ହୀରାକୁଦର ୧୦୦ରୁ ଊର୍ଦ୍ଧ୍ବ ସ୍ଵୟଂ ସହାୟତା ଗୋଷ୍ଠୀର ଦୁଇଗୁଣ ଆୟ ସୃଷ୍ଟି କରିବାପାଇଁ ପ୍ରାୟସ କରାଯିବ ତତ୍ସଲଗ୍ନ ସେମାନଙ୍କର ଉତ୍ପାଦନ ହେଉଥିବା ଦ୍ରବ୍ୟର ଉପଯୁକ୍ତ ବଜାର ବ୍ୟବସ୍ଥା କରାଯିବ। କାର୍ଯ୍ୟକ୍ରମରେ ସିଏସଆର ପ୍ରମୁଖ ଜିତେଶ ରଥ, ହିଣ୍ଡାଲକୋ ସିଏସଆର୍ ବିଭାଗର ମୁଖ୍ୟ ସୁକାନ୍ତ କୁମାର ମହାପାତ୍ର, ପ୍ରବନ୍ଧକ ଆନନ୍ଦ ଚକ୍ରବର୍ତୀ, ଜିତେଶ ରଥ, ଜୟଶ୍ରୀ ରାଓ, ସରୋଜ କୁମାର ଆଚାର୍ଯ୍ୟ, ମିଲନ କୁମାର ସାହୁ, ସନ୍ତୋଷ ତ୍ରିପାଠୀ ଓ ରିଯଏସ ନାଗ ଏବଂ ହିଣ୍ଡାଲକୋର ବହୁ କର୍ମଚାରୀ, ମହାଶକ୍ତି ଫାଉଡେସନର କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ।