ନୂଆଦିଲ୍ଲୀ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ ଉପରେ ସିଧା ସଳଖ ପଡ଼ୁଥିବା ଘରୋଇ ଶେୟାର ବଜାରର କାରିବାର ଫଳାଫଳରୁ ସ୍ପଷ୍ଟ ବାରି ହେଉଛି। ଏପରିକି ଗତ ସପ୍ତାହର କାରବାର ଓ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଶେଷ ସୁଦ୍ଧା ପୁଞ୍ଜି ବଜାରର ନିର୍ଦ୍ଦେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିଲାବେଳେ ଗତ ୪ଟି କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ନିବେଶକ ମୋଟ ୨୫ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି ଗତ ସପ୍ତାହର ଶେଷ କାରବାର ଫଳାଫଳ ସୁଦ୍ଧା ପୁଞ୍ଜି ବଜାରର ବଜାର ପୁଞ୍ଜି ୪୩୦ ଲକ୍ଷ କୋଟି ଥିଲାବେଳେ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଶେଷ ସୁଦ୍ଧା ଶେୟାର ବଜାରର ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କାର ନିଦେଶ ହରାଇଛନ୍ତି। ଫଳରେ ପୁଞ୍ଜି ବଜାରର ବଜାର ପୁଞ୍ଜି ୧୩ ଲକ୍ଷ କୋଟି ହ୍ରାସ ପାଇ ୪୧୭ ଲକ୍ଷ କୋଟିରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ସ୍ଟକ ଏକ୍ସଚେଞ୍ଜର କାରଦାର ସୋମବାର ବେଶ ପ୍ରଭାବିତ ହୋଇଛି। ଏପରିକି ବିଏସଇ ସେନସେକ୍ସର କାରବାର ପ୍ରାୟ ୧୦୪୯ ପଏଣ୍ଟ ହ୍ରାସ ଘଟି୭୬, ୩୩୦,୦୧ ଅଙ୍କରେ କାରବାର ବନ୍ଦ ହୋଇଥିଲାବେଳେ ନିଫ୍ଟି ୧.୪୭% ହ୍ରାସ ଘଟି ୨୩,୦୮୫.୯୫ ଅଙ୍କରେ କାରବାର ବନ୍ଦ ରହିଥିଲା। ଅପରପକ୍ଷରେ ୩୦ ଷେୟାର ବିଶିଷ୍ଟ ବିଏସର ମିଡ଼କ୍ୟାପ ଏବଂ ସ୍ମଲକ୍ୟାପ କାରବାର ୪% ଲେଖାଏ ହ୍ରାସ ଘଟିଛି। ଏପରିକି ନିଫ୍ଟି ମିଡକ୍ୟାପର କାରବାର ୪.୦୨% ହ୍ରାସ ଖଟି ୫୨,୩୯୦,୪୦ ଅଙ୍କରେ ବନ୍ଦ ହୋଇଥିଲାବେଳେ ସ୍ମଲକ୍ୟାପର କାରବାର ୩.୮୦% ଜମି ୮୦୬୮.୨୦ ଅଙ୍କରେ ଶେଷ ହୋଇଥିଲା ।
ସେହିପରି ନିପ୍ଟି ବ୍ୟାଙ୍କର ବାରବାର ୮୯୨.୯୦ ପଏଣ୍ଟ ହ୍ରାସ ଘଟି ୪୮,୦୪୧.୨୫ଅଙ୍କରେ ବନ୍ଦ ହୋଇଥିଲା। ଏପରିକି ସେକ୍ଟରାଲ କାରବାରରେ ପିଏସୟୁ ବ୍ୟାଙ୍କ, ଅଟୋ, ମେଟାଲ ଏବଂ ମିଡ଼ିଆ ଭଳି ପ୍ରମୁଖ ନିର୍ଦ୍ଦେଶକମାନେ ପ୍ରାୟ ୩ରୁ ୫% ନିବେଶ ହରାଇଛନ୍ତି।