ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଏବେ ସାରୀ ବିଶ୍ବରେ ହଇଚଇ ସୃଷ୍ଟି କରିଛି | ତେବେ ଲାଗୁ ରାଯାଇଥିବା ଏହି ଶୁଳ୍କର ପ୍ରଭାବ ଭାରତୀୟ ପରିବାର ଗୁଡିକ ଉପରେ ଏକ ବଡ଼ ପ୍ରଭାବ ପକାଇବାକୁ ଯାଉଛି I ଗୋଲୁମ୍ୟାନ୍ ସ୍ୟାଚ୍ର ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ୦.୧୯ ପ୍ରତିଶତ ହ୍ରାସ କରିପାରେ I ଏହା ପ୍ରତି ଭାରତୀୟ ପରିବାର ଉପରେ ବାର୍ଷିକ ପ୍ରାୟ ୨୩୯୬ ଟଙ୍କାର ଚାପ ସୃଷ୍ଟି କରିବ | ଅର୍ଥାତ୍ ଟ୍ରମ୍ଙ୍କ ଶୁଳ୍କ ଲାଗୁ ସିଧାସଳଖ ଭାବେ ଭାରତୀୟ ପରିବାରଗୁଡିକର ଆୟ ହ୍ରାସ କରିବ। ଏହା ଭାରତର ପ୍ରବଳ ଘରୋଇ ଚାହିଦା ଏବଂ ବିଶ୍ବ ରପ୍ତାନିରେ ସୀମିତ ଅଂଶ (୨.୪ ପ୍ରତିଶତ) ଯୋଗୁଁ ହୋଇଛି।
ଭାରତ ହେଉଛି ଆମେରିକାର ଏକ ପ୍ରମୁଖ ବାଣିଜ୍ୟିକ ଅଂଶୀଦାର । ଆପଣଙ୍କୁ ଜଣାଇ ଦେଉଛୁ ଗୋଲ୍ସମ୍ୟାନ୍ ସ୍ୟାଚ୍ ରିପୋର୍ଟ ଯେ ଭାରତ ଏପ୍ରିଲରୁ ୨୦୨୫ ଫେବୃଆରୀ ମଧ୍ୟରେ ଆମେରିକାକୁ ୩୯୫.୬୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି | ଶୁକ୍ଳ ବୃଦ୍ଧିର ପ୍ରଭାବ ନିଶ୍ଚିତଭାବରେ କପଡ଼ା, ଇଲେକ୍ଟ୍ରୋନିକ୍ସ ଏବଂ କୃଷି ଉତ୍ପାଦ ଉପରେ ଦେଖାଯିବ। ଏହାର ଅର୍ଥ ହେଉଛି ଭାରତ ପ୍ରତିବର୍ଷ ଆମେରିକାକୁ ୮ ବିଲିୟନ ଡଲାରର ପୋଷାକ ଏବଂ ୫ ବିଲିୟନ ଡଲାରର କୃଷି ଉତ୍ପାଦ ରପ୍ତାନି କରେ | ଏପରି ପରିସ୍ଥିତିରେ ବାଂଲାଦେ ବାଂଲାଦେଶ ଏବଂ ଭିଏତନାମ ଭଳି ଦେଶଗୁଡ଼ିକ ଉପରେ ଅଧୂକ ଶୁଳ୍କ ଯୋଗୁଁ ଭାରତୀୟ ଉତ୍ପାଦଗୁଡ଼ିକ ପୂର୍ବ ଅପେ ଅପେକ୍ଷା ଶସ୍ତା ହୋଇଯିବ ଏବଂ ରପ୍ତାନିକୁ ଏକ ନୂତନ ସୁଯୋଗ ମିଳିପାରିବ ଟ୍ରମ୍ପଙ୍କ ନୂତନ ଟାରିଫ୍ ନୀତି ଅନୁଯାୟୀ ୟୀ, ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ମୂଳ ଟାରିଫ୍ ଲାଗୁ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ଉପରେ ୨୬ ପ୍ରତିଶତ ଅତିରିକ୍ତ ଶୁଳ୍କ ଯୋଡାଯାଇଛି। ଅନ୍ୟ ଦେଶମାନଙ୍କ ବିଷୟରେ କହିବାକୁ ଗଲେ ଚୀନ୍ ଉପରେ ୩୪ ପ୍ରତିଶତ, ଭିଏତନାମ ଉପରେ ୪୬ ପ୍ରତିଶତ, ବାଂଲାଦେଶ ଉପରେ ୩୭ ପ୍ରତିଶତ ଏବଂ ୟୁରୋପୀୟ ସଂଘ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତ ଏହାର ପ୍ରତିଯୋଗିତାମୂଳକ ଦେଶମାନଙ୍କ ତୁଳନାରେ ଭଲ ସ୍ଥିତିରେ ଅଛି, କାରଣ ଭାରତୀୟ ସାମଗ୍ରୀ ଆମେରିକା ବଜାରରେ ତୁଳନାତ୍ମକ ଭାବରେ ଶସ୍ତା ରହିବ |