ଭୁବନେଶ୍ୱର : ବେଦାନ୍ତ ଲିମିଟେଡ୍ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। କମ୍ପାନି ତୃତୀୟ ତ୍ରୈମାସିକରେ ୩% ବୃଦ୍ଧି ସହ ୯୯୮ କେଟି ଉତ୍ପାଦନକୁ ସାଧିତ କରିଛି। ଏହି ବୃଦ୍ଧିର ପ୍ରଧାନ କାରଣ ଆଗୁଚା ଓ ଜାୱାର ଖଣିରୁ ଉତ୍ପାଦନ ବୃଦ୍ଧି ଓ ପରିଚାଳନାରେ ମାନକ ଅନୁପାଳନ।
ବେଦାନ୍ତ ଏକ ବିବୃତ୍ତିରେ ଜଣାଇଛି ଯେ, ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ସର୍ବୋଚ୍ଚ ୨.୩୭ ମିଲିୟନ୍ ଟନ୍ ବିଶୋଧିତ ଧାତୁ ଉତ୍ପାଦନ ହୋଇଛି। ଭାରତ, ଯାହା ବିଶ୍ୱର ଦ୍ୱିତୀୟ ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଦେଶ, ତାହାରେ ବେଦାନ୍ତ ସର୍ବଶ୍ରେଷ୍ଠ ଧାତୁ ଉତ୍ପାଦନକାରୀ କମ୍ପାନି ଭାବରେ ଠିକଣା କରିଛି।
ତୃତୀୟ ତ୍ରୈମାସିକରେ ବେଦାନ୍ତ ମୋଟ ଆଲୁମିନିୟମ ଉତ୍ପାଦନ ବାର୍ଷିକ ଭିତିରେ ୩% ବୃଦ୍ଧି ସହ ୬୧୪ କେଟିରେ ପହଞ୍ଚିଛି। ଏହା ସହିତ ପ୍ରଥମ ୯ ମାସରେ ଏହାର ମୋଟ ଉତ୍ପାଦନ ୧୮୧୯ କେଟିରେ ଆରୋହଣ କରିଛି। ଓଡ଼ିଶାର ଲାଞ୍ଜିଗଡ଼ ବିଶୋଧନାଗାରରେ ବାର୍ଷିକ ଭିତିରେ ୭% ବୃଦ୍ଧି ସହ ଆଲୁମିନା ଉତ୍ପାଦନ ୪୭୦ କେଟିରୁ ୫୦୫ କେଟିକୁ ବଢ଼ିଛି। ପ୍ରଥମ 9 ମାସରେ ଏହାର ଆଲୁମିନା ଉତ୍ପାଦନ ୧୬% ବୃଦ୍ଧି ସହ ୧୫୪୨ କେଟିକୁ ପହଞ୍ଚିଛି।
ଏହା ସହିତ, ବେଦାନ୍ତର ଜିଙ୍କ ଇଣ୍ଡିଆ ୟୁନିଟ ମୋଟ ଧାତୁ ଉତ୍ପାଦନରେ ବାର୍ଷିକ ୯୧% ଓ କ୍ରମାଗତ ୬% ବୃଦ୍ଧି ସହିତ ୪୬ କୋଟିରେ ପହଞ୍ଚିଛି।