ଭୁବନେଶ୍ବର, ସଫଳତାର ସହ ସରିଛି ୩ଦିନିଆ ପ୍ରବାସୀ ଭାରତୀୟ ଦିବସ ଦିବସ ସମ୍ମିଳନୀ I ଏବେ ରାଜ୍ୟ ସରକାରଙ୍କ ଫୋକସରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ସେଥିପାଇଁ ଦେଶର ସବୁ ବଡ ବଡ ଶିଳ୍ପପତିଙ୍କୁ ଦିଆସରିଛି ନିମନ୍ତ୍ରଣ I ପ୍ରଥମଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ଏପଟେ ପରିସ୍ଥିତି ଅନୁକୂଳ ଥିବାରୁ ରାଜ୍ୟକୁ ଶିଳ୍ପପତିଙ୍କ ସୁଅ ଛୁଟିବ ବୋଲି ଆଶା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ I
ଜାନୁଆରୀ ୨୮, ୨୮, ୨୯ ଦୁଇଦିନ ଧରି ଭୁବନେଶ୍ଵର ଜନତା ମଇଦାନରେ ଚାଲିବାକୁଥିବା ମେଗା ନିବେଶକ ସମ୍ମିଳନୀ – ଉତ୍କର୍ଷ ଓଡ଼ିଶା ମେକ-ଇନ ଓଡ଼ିଶା କନକ୍ଲେଭ ୨୦୨୫ରେ ଯୋଗଦେବେ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ସମେତ ବହୁ ବିଦେଶୀ ପୁଞ୍ଜି ନିବେଶକ। କନକ୍ଲେଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ଵାଇଁ କହିଛନ୍ତି ଯେ, ପୂର୍ବ ସରକାର ଅମଳରେ କେବଳ ମେଟାଲଭିତ୍ତିକ ଶିଳ୍ପକୁ ଅଗ୍ରାଧୂକାର ଦିଆଯାଉଥୁଲା I ନୂଆ ସରକାର ନିଯୁକ୍ତିଭିତ୍ତିକ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସରକାରଙ୍କ ଫୋକସରେ ଅଛି ବୟନ, ଅକ୍ଷୟ ଶକ୍ତି, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଜାହାଜ ନିର୍ମାଣ ଓ ମରାମତି ଆଦି ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ଉତ୍କର୍ଷ ଓ କନକ୍ଲେଭ ପାଇଁ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ 3 ସିଙ୍ଗାପୁରରେ ରୋଡ ଶୋ’ କରାଯାଇଛି I ୬ ମାସ ଭିତରେ ରାଜ୍ୟରେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ ଦିଆଗଲାଣି I ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଜେଏସଡବ୍ଲ୍ୟୁ ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍ପିଏଲ୍ ପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ, ବିର୍ଲା ଗ୍ରୁପ ମୁଖ୍ୟ କୁମାର ମଙ୍ଗଳମ ବିର୍ଲାଙ୍କ ସମେତ ଟାଟା, ରିଲାଏନ୍ସ ଭଳି ସବୁ ବଡ଼ ଶିଳ୍ପସଂସ୍ଥାକୁ ନିମନ୍ତ୍ରଣ ନିମନ୍ତ୍ରଣ କରାଯାଇଛି।
ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ସଫଳ କରାଇବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରମ୍ବାର ସମୀକ୍ଷା କରୁଛନ୍ତି। ଯେତିକି ପୁଞ୍ଜିନିବେଶ ଆସିବ, କିଭଳି ତା’କୁ ବାସ୍ତବତାର ରୂପ ଦିଆଯିବ, ତା’ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର I ଅର୍ଥନୀତି ବିଶେଷଜ୍ଞଙ୍କ ମତରେ, ଆମ ରାଜ୍ୟରେ ଯଦିଓ ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଭରି ରହିଛି, କିନ୍ତୁ ପୂର୍ବରୁ ଶିଳ୍ପସଂସ୍ଥାଙ୍କୁ ଠିକ ସମୟରେ ଜମି ମିଳୁନଥୁଲା I ସରକାରୀ ସ୍ତରରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ବହୁ ବିଳମ୍ବ ହେଉଥିଲା I କିନ୍ତୁ ଡବଲ ଇଞ୍ଜିନ ସରକାର ହେବା ପରେ ବହୁ ଶିଳ୍ପପତି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଉଛନ୍ତି I
ଅପରପକ୍ଷରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଆସିଥିବା ବହୁ ପ୍ରବାସୀ ରାଜ୍ୟର ପୁଞ୍ଜିନିବେଶ ସମ୍ଭାବନା ନେଇ ଜାଣିବାକୁ ଆଗ୍ରହ ଦେଖାଇଥିଲେ। ହୁଏତ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଜରିଆରେ ସେମାନେ ମଧ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇପାରନ୍ତି ବୋଲି ଆଶା ରଖୁଛନ୍ତି ବିଶେଷଜ୍ଞ। ତେବେ ଏହି କନକ୍ଲେଭ ବାସ୍ତବରେ କେତେ ସଫଳ ହେଉଛି, ଆଉ ରାଜ୍ୟକୁ କେତେ ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସୁଛି, ତାହା ଦେଖିବା ବାକି ରହିଲା I