ମୁମ୍ବାଇ: ଟଙ୍କା ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି | ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୭ ପଇସା ହ୍ରାସ ପାଇଛି। ଏହା ସବୁଠୁ ସର୍ବନିମ୍ନସ୍ତର ୮୭.୨୯ରେ ପହଞ୍ଚି ଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ଯୋଗୁଁ ଏପରି ହୋଇଛି ବୋଲି ବିଶେଷଜ୍ଞ କହୁଛନ୍ତି । ଏହା ସହିତ ଟଙ୍କା ଉପରେ ଭୂରାଜନୈତିକ ଉତ୍ତେଜନାର ଖରାପ ପ୍ରଭାବ ପଡୁଛି ବୋଲି କୁହାଯାଉଛି I ତେଣୁ ଭାରତୀୟ ମୁଦ୍ରା ଉପରେ କ୍ରମାଗତ ଭାବେ ଚାପ ଚାପ ବଢୁଛି।
ଭାରତୀୟ ବଜାରରୁ ବିଦେଶୀ ନିବେଶକ ଦଶକ ପାଣ୍ଠି କାଢ଼ି ନେଉଛନ୍ତି | ତୈଳ ଆମଦାନୀକାରୀ ରାଷ୍ଟ୍ରଗୁଡିକ ମଧ୍ଯ ଡଲାରକୁ ପ୍ରାଧାନ୍ୟ ଦେଉଛନ୍ତି | ତେଣୁ ଡଲାର ଚାହି ଚାହିଦା ବଢ଼ିବାରେ ଲାଗିଛି | ଆଜି ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ଖୋଲିବାବେଳେ ଟଙ୍କା ମୂଲ୍ୟ ୮୭ ରହିଥିଲା | ପରେ ଏହା ହ୍ରାସ ପାଇ ୮୭.୨୯ରେ ପହଞ୍ଚି ଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ମୂଲ୍ୟ ୮ ୬.୬୨ ରେ ବନ୍ଦ ହୋଇଥିଲା | ଟଙ୍କା ମୂଲ୍ୟ ହ୍ରାସ ଦ୍ବାରା ଭାରତ ପାଇଁ ସାମଗ୍ରୀ ଆମଦାନୀ କରିବା ମହଙ୍ଗା ହୋଇଯିବ। ବିଦେଶ ବୁଲିବା, ପଢ଼ିବା ବ୍ୟୟ, ପେଟ୍ରୋଲିୟମ ଏବଂ ସୁନା ମୂଲ୍ୟ ମଧ୍ୟ ବଢ଼ିବ। ରହିବା, ଖାଇବା ଏବଂ ଅନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ | ଦେଶରେ ବିଦେଶୀ ନିବେଶ ହ୍ରାସ ପାଇବ। ତେବେ ଟଙ୍କା ମୂଲ୍ୟ ହ୍ରାସ ଦ୍ବାରା ରପ୍ତାନୀରୁ ବ୍ୟବସାୟୀ ଅଧିକ ଲାଭ ପାଇବେ। ବିଦେଶୀ ପର୍ଯ୍ୟଟକ କମ୍ ଖର୍ଚ୍ଚରେ ଭାରତ ବୁଲିପାରିବେ। ‘ଭାରତୀୟ ମେଡିକାଲ ଟୁରିଜିମ’ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ | ବିଦେଶରୁ ଡଲାର ପଠାଇଲେ ଦେଶରେ ଅଧିକ ମିଳିବ |