Close Menu
Industry Odisha
    Facebook X (Twitter) Instagram
    Trending
    • Union Budget 2026: Five key takeaways for Odisha
    • Money Matters: Budget Jargons that we should know
    • Odisha’s move into a new league in Business: Enterprise Odisha 2026 gives us a sneak peek
    • Union Budget and its role in shaping Indian economy since Independence
    • Why has Odisha Outpaced West Bengal in Growth and Income
    • Odisha’s New Tourism Policy: A Move to Explore the Unexplored
    • ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
    • वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Wednesday, February 4th, 2026
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ୧.୮୮ ଲକ୍ଷ କୋଟିର ଜିଏସ୍‌ଟି ଠକେଇ

    ୧.୮୮ ଲକ୍ଷ କୋଟିର ଜିଏସ୍‌ଟି ଠକେଇ

    editorBy editorFebruary 11, 2025Updated:October 3, 2025 India No Comments2 Mins Read
    Image Source: Vedanta Group
    Share
    Facebook Twitter LinkedIn Pinterest Email

    ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା ଟିକସ ଲାଗୁ ହେବା ପରଠୁ ଏଥିସହ ଜଡ଼ିତ ଠକେଇ ମାମଲା ବଢ଼ି ଚାଲିଛି। ୨୦୨୪ ଏପ୍ରିଲ-ଡିସେମ୍ବର ଅବଧିରେ ସାରା ଦେଶରେ ୧.୮୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦାଫାଶ କରିଛଡି କେନ୍ଦ୍ରୀୟ ଜିଏସ୍‌ଟି ଅଧୁକାରୀ। ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି।

    ଶ୍ରୀ ଚୌଧୁରୀ କହିଛନ୍ତି, ଏହି ଅବଧିରେ ୭୨,୩୯୩ ଇନ୍‌ପୁଟ ଟାକ୍ସ କ୍ରେଡିଟ ଠକେଇ ମାମଲା ସାମ୍ନାକୁ ଆସିଛି। ୧୩୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୦,୨୧୮ କୋଟି ଟଙ୍କା ଆଦାୟ କରାଯାଇଛି। ଆର୍ଥକ ବର୍ଷ ୨୦୨୩-୨୪ ଅବଧିରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀମାନେ ୨୦,୫୮୨ ମାମଲାରେ ୨.୩୦ ଲକ୍ଷ କୋଟିର ଜିଏସ୍‌ଟି ଠକେଇ ଠାବ କରିଥିଲେ। ଏହି ମାମଲା ଗୁଡ଼ିକରେ ୩୧, ୭୩୫ କୋଟି ଟଙ୍କା ଆଦାୟ କରାଯାଇଥିବାବେଳେ ୨୨୩ ଲୋକଙ୍କୁ ଗିରଫ କରାଯାଇଥିଲା। ୨୦୨୧-୨୨ ଏବଂ ୨୦୨୨-୨୩ ଅବଧରେ ଏହି ଠକେଇ ପରିମାଣ ଯଥାକ୍ରମେ ୭୩,୨୩୮ କୋଟି ଏବଂ ୧.୩୨ ଲକ୍ଷ କୋଟି ଟଙ୍କା ରହିଥିଲା।

    ଜିଏସ୍‌ଟି ବ୍ୟବସ୍ଥାରେ ୪ଟି ପ୍ରମୁଖ ସ୍ଵାବ ଯଥା-୫%,୧୨%,୧୮% ଏବଂ ୨୮% ଭାବେ ଟିକସ ଆଦାୟ କରାଯାଉଛି। ସୁନା, ରୁପା, ହୀରା ଏବଂ ଗହଣା କ୍ଷେତ୍ରରେ ୩ଟି ସ୍ବତନ୍ତ୍ର ହାର ୩%, ୧.୫% ଏବଂ ୦.୨୫% ଲାଗୁ ହେଉଛି। ତମାଖୁ, ତମାଖୁ ଜାତୀୟ ଉତ୍ପାଦ, ଗାଡ଼ି ଏବଂ ମୃଦୁ ପାନୀୟ ଉପରେ ଜିଏସ୍‌ଟି କ୍ଷତିପୂରଣ ସେସ୍ ଲାଗୁ କରାଯାଉଛି।

    ଜିଏସ୍‌ଟିର ଜାଲ୍ ପଞ୍ଜୀକରଣ ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅଧିକାରୀ ମାନେ ୨୦୨୩ ମେରୁ ଅଗଷ୍ଟ ଏବଂ ୨୦୨୪ ଅଗଷ୍ଟରୁ ଅକ୍ଟୋବର ଯିଏ ସ୍ବତନ୍ତ୍ର ଅଭିଯାନ ହାତକୁ ନେଇଥିଲେ। ପ୍ରଥମ ଅଭିଯାନରେ ୨୧, ୮୦୮ ଜାଲ୍ ଜିଏସ୍‌ଟିଏନ୍ ଏବଂ ୨୪, ୩୫୭ କୋଟିର ଟିକସ ଠକେଇ ଠାବ କରିବାକୁ ସକ୍ଷମ ହୋଇଥିଲେ ଅଧୁକାରୀ। ଏହି ସମୟରେ ୮ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟରେ ୬୮,୩୯୩ ଜାଲ୍ ଜିଏସ୍‌ଟିଏନ୍ ଏବଂ ୨୫,୩୪୬ କୋଟିର ଠକେଇ ସାମ୍ପକୁ ଆସିଥିଲା। ଏଥିରେ ୧୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜିଏସ୍‌ଟି ଠକେଇ ଠାବ କରିବା ଲାଗି ଟିକସ ଅଧିକାରୀ ମାନେ ବିଶେଷ କରି ବିକ୍ରିକୁ କମ୍ କରି ଦେଖାଇବା, ଜାଲ୍ ଇନ୍‌ଭଏସ ପ୍ରଦାନ ଏବଂ ଜାଲ୍ ଇନ୍‌ପୁଟ ଇନ୍‌ପୁଟ ଟିକସ କ୍ରେଡିଟ ଭଳି ପ୍ରମୁଖ ଦିଗଗୁଡିକୁ ଦେଖିଥାନ୍ତି ।

    କେନ୍ଦ୍ର ସରକାରଙ୍କ ରାଜସ୍ବର ପ୍ରମୁଖ ଭାଗ ପରୋକ୍ଷ ଟିକସ ବା ଜିଏସ୍‌ଟିରୁ ପ୍ରାପ୍ତ ହୋଇଥାଏ। ଏଭଳି ଠକେଇ ମାମଲା ବଢ଼ିଲେ ରାଜକୋଷ ଉପରେ ଚାପ ପଡିବାର ଢ଼େର ଆଶଙ୍କା ରହିଛି। ଏହା ଉପରେ ରୋକ ଲଗାଇବା ଲାଗି ସରକାର ତତ୍ପରତା ଦେଖାଉଛନ୍ତି। କାରଣ ଜନକଲ୍ୟାଣକାରୀ ଯୋଜନା ହ୍ରାସ ହେଲେ ଜନକଲ୍ୟାଣ ବାବଦ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହେବ। ଏହାସହ ଦେଶର ବିତ୍ତୀୟ ସ୍ଥିରତା ଉପରେ ମଧ୍ଯ ଚାପ ରହିବ। ଏହି ମାମଲା ଗୁଡିକର ତଦନ୍ତ କରି ଟିକସ ଦାବିକୁ ଅସୁଲ କରିବାକୁ ଅଭିଯାନ ଜୋରଦାର କରାଯାଉଛି।

    ଜିଏସ୍‌ଟି ଫାଙ୍କୁଥୁବା ସଂସ୍ଥାଗୁଡିକ ଅନୁପାଳନ କରୁଥିବା ସଂସ୍ଥା ତୁଳନାରେ ଅର୍ଥନୈତିକ ଉପାୟରେ ଲାଭ ହାସଲ କରିଥାନ୍ତି। ଏ କ୍ଷେତ୍ରରେ ତଦନ୍ତ ହେବାଦ୍ୱାରା ବେଆଇନ ସଂସ୍ଥା ଗୁଡିକ ଉପରେ ସରକାର ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥାନ୍ତି। ତେବେ ଠକେଇ ମାମଲା ଗୁଡିକୁ ସାମ୍ନାକୁ ଆଣିବା ଲାଗି ସରକାର ଏବେ ଟେକ୍ନୋଲୋଜି ବ୍ୟବହାରକୁ ତ୍ବରାନ୍ବିତ କରିଛନ୍ତି। ଜିଏସ୍‌ଟି ରିଟର୍ଶ, ଇୱେ ଦିଲ, ବ୍ୟାଙ୍କ ନେଣଦେଣ ତଥ୍ୟ ଆଧାରରେ ସନ୍ଦିଗ୍ଧ କାର୍ଯ୍ୟକଳାପକୁ ଠାବ କରାଯାଉଛି। ଯଦି କୌଣସି ବ୍ୟକ୍ତି ବିଶେଷ ଟିକସ ଫାଙ୍କିଥିବା ଅଧିକାରୀମାନେ ଜାଣିବାକୁ ପାଆନ୍ତି ତାଙ୍କ ବିରୋଧରେ ଜରିମାନା, ସୁଧ ଏବଂ ଜେଲ ଦଣ୍ଡ ରହିଛି। ଜିଏସଟି ଆଇନରେ ଅନୁପାଳନକୁ ଦୃଢ଼ କରିବା ଏବଂ ଟିକସ ଫାଙ୍କି ଉପରେ ରୋକ ଲଗାଇବା ଲାଗି ବିଭିନ୍ନ ନିୟମ ରହିଛି।

    Post Views: 129
    Central Government GST Industry Odisha New Delhi Tax
    editor
    • Website

    Keep Reading

    Union Budget 2026: Five key takeaways for Odisha

    Money Matters: Budget Jargons that we should know

    Odisha’s move into a new league in Business: Enterprise Odisha 2026 gives us a sneak peek

    Union Budget and its role in shaping Indian economy since Independence

    Why has Odisha Outpaced West Bengal in Growth and Income

    Odisha’s New Tourism Policy: A Move to Explore the Unexplored

    Editor Picks

    Union Budget 2026: Five key takeaways for Odisha

    February 3, 2026

    Money Matters: Budget Jargons that we should know

    January 31, 2026

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Union Budget and its role in shaping Indian economy since Independence

    January 28, 2026
    Latest Posts

    Union Budget 2026: Five key takeaways for Odisha

    February 3, 2026

    The Union Budget 2026, which was presented by finance minister Nirmala Sitharaman on Sunday (a…

    Money Matters: Budget Jargons that we should know

    January 31, 2026

    Union Finance Minister Nirmala Sitharaman will present the Union Budget 2026 on February 1.  Ahead…

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Enterprise Odisha 2026 event began on 28th January in Rourkela, and it gave us a…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2026 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.