ଭୁବନେଶ୍ଵର: ୨୦୨୩ରେ ଭାରତର ଫାର୍ମାସ୍ୟୁଟିକାଲ ରପ୍ତାନି ପରିମାଣ ପ୍ରାୟ ୨୭ ବିଲିୟନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ଏହା ୬୫ ବିଲିୟନ ଡଲାରରେ ବୃଦ୍ଧି ପାଇବ। ୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାରରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ସର୍ବଭାରତୀୟ ସ୍ତରରେ ଜେନେରିକ ମେଡିସିନ୍ ଯୋଗାଣକାରୀଭାବେ ଭାରତ ପରିଚିତ I ବିଶ୍ବସ୍ତରରେ ବିକ୍ରି ହେଉଥିବା ପ୍ରତି ପାଞ୍ଚଟି ଜେନେରିକ ମେଡିସିନ୍ ମଧ୍ୟରୁ ଗୋଟିଏ ଭାରତରେ ଉତ୍ପାଦିତ ହୁଏ I ରପ୍ତାନି ମୂଲ୍ୟ ଦୃଷ୍ଟିରୁ ଭାରତ ବର୍ତ୍ତମାନ ଏକାଦଶ ସ୍ଥାନରେ ରହିଛି I ଇଣ୍ଡିଆନ ଫାର୍ମାସ୍ୟୁଟିକାଲ ଆଲାଏନ୍ସ, ଇଣ୍ଡିଆନ ଡ୍ରଗ ଉତ୍ପାଦକ ସଂଘ ଏବଂ ଫାର୍ମାକ୍ସିଲ ସହଯୋଗରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ରପ୍ତାନି ମୂଲ୍ୟରେ ୨୦୪୭ ସୁଦ୍ଧା ଭାରତ କିପରି ରପ୍ତାନି କ୍ଷେତ୍ରରେ ନୂତନତା ସୃଷ୍ଟି କରିପାରିବ ଏବଂ ବିଶେଷତଃ ଜେନେରିକ, ବାୟୋସିମିଲାର ଏବଂ ଅଭିନବ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବ।
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଦୀର୍ଘ ଦିନ ଧରି ବିଶ୍ବର ଫାର୍ମାସିଭାବେ ଉଭା ହୋଇଛି। ବର୍ତ୍ତମାନ ଆମେ ଭାରତ ପାଇଁ ଭାରତର ଏହି ପରିଚୟକୁ ବିଶ୍ବର ସ୍ବାସ୍ଥ୍ୟ ସୁରକ୍ଷା ସଂରକ୍ଷକ ଭାବେ ପ୍ରସ୍ତୁତ କରିବାକୁ ଚାହୁଁଛୁ। ଉଦ୍ଭାବନ ଓ ଅନୁସନ୍ଧାନକୁ ପ୍ରୋତ୍ସାହିତ କରି ନିରନ୍ତର ଲକ୍ଷ୍ୟ ହାସଲ କରିବାକୁ ସରକାର ଏହି ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏକାଡେମୀ, ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ସହଯୋଗକୁ ମଜଭୁତ କରି ଆମେ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷେତ୍ର ଗଠନ କରିବା ଜାରି ରଖ୍ବୁ, ଯାହା ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟସେବାରେ ଯୋଗଦାନ କରିବ। ୨୦୪୭ ସୁଦ୍ଧା ଭାରତର ଏପିଆଇ ରପ୍ତାନି ବଜାର ବର୍ଗମାନ ୫ ବିଲିୟନ ଡଲାରରୁ ୮୦-୯୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ବିଶ୍ବର ବାୟୋସିମିଲାର୍ ବଜାରରେ ନିବେଶ ବୃଦ୍ଧି, ୪୦ରୁ ଅଧିକ ଭାରତୀୟ କମ୍ପାନୀଗୁଡିକର ୫%ରୁ କମ୍ ଅଂଶ ଅଛି । ଅନୁସନ୍ଧାନରେ ଉତ୍ପାଦର ବିସ୍ତାରିତ ପାଇପଲାଇନ ଏବଂ ପରବର୍ତ୍ତୀ ୩-୪ ବର୍ଷ ମଧ୍ୟରେ ଯୋଜନାବଦ୍ଧ କ୍ଷମତା ଯୋଗ ହେତୁ ଏହା ଅଗ୍ରଗତି ଦେଖାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟ ବାୟୋସିମିଲାର ରପ୍ତାନି ବର୍ତ୍ତମାନ ୦.୮ ବିଲିୟନ ଡଲାରରେ ରହିଛି। ୨୦୩୦ ସୁଦ୍ଧା ଏହା ୫ ଗୁଣ ବୃଦ୍ଧି ହୋଇ ୪.୨ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୪୭ ସୁଦ୍ଧା ରପ୍ତାନି ୩୦-୩୫ ବିଲିୟନ ଡଲାରରେ ପହଞ୍ଚିପାରେ।