Close Menu
Industry Odisha
    Facebook X (Twitter) Instagram
    Trending
    • ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି
    • वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत
    • Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam
    • ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି
    • वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया
    • Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada
    • ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
    • वेदांता लांजीगढ़ तीरंदाजी पहल ने ओडिशा स्कूल तीरंदाजी चैम्पियनशिप में 12 पदक जीतकर ‘ओवरऑल चैम्पियन’ का खिताब हासिल किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, October 19th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଜିଡିପିକୁ ପର୍ଯ୍ୟଟନ ଯୋଗଦାନ ୧୦%କୁ ବଢ଼ିବ

    ଜିଡିପିକୁ ପର୍ଯ୍ୟଟନ ଯୋଗଦାନ ୧୦%କୁ ବଢ଼ିବ

    S.SBy S.SFebruary 25, 2025Updated:October 17, 2025 India No Comments2 Mins Read
    Image Source; Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ଵର: ପ୍ରତି ୭ ବର୍ଷରେ ଦେଶର ଜିଡିପି ୨ ଗୁଣ ହେଉଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ। ଦେଶର ଡିଏନ୍ସରେ ରହିଛି ପର୍ଯ୍ୟଟନ। ଏବେ ଦେଶର ମୋଟ୍ ଘରୋଇ ଉତ୍ପାଦକୁ ଏହି କ୍ଷେତ୍ର ୫.୬% ଯୋଗଦାନ ଦେଉଛି। ଏହା ୨୦୨୭ ବେଳକୁ ୧୦%କୁ ବଢ଼ିବ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଶିଳ୍ପ ସଂଘ ଫିକିର ମିଳିତ ସ‌ହ‌ଯୋଗରେ ଆସନ୍ତା ୨୭ ଯାଏ ଅନୁଷ୍ଠିତ ହେବାକୁ ଥିବା ୬ଷ୍ଠ ସଂସ୍କରଣ ଟ୍ରାଭେଲ ବଜାରକୁ ଆଜି ଶୁଭାରମ୍ଭକରିଥିଲେ ଶ୍ରୀ ଶେଖାୱତ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ, ମୁଖ୍ୟ ସଚିବ ମନୋଜ ଆହୁଜା, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ସମର୍ଥ ବର୍ମା, ସ୍ୱସ୍ତି ସିଏମ୍‌ଡି ଜେକେ ମହାନ୍ତି, ଫିକିର ବରିଷ୍ଠ ପରାମର୍ଶଦାତା ମାନବ ମୁଜୁମଦାର ଉପସ୍ଥିତ ଥିଲେ।

    କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶେଖାୱତ କହିଥିଲେ, ଏବେ ଦେଶରେ ଏକ୍ସପେରିଏନ୍ସି ଆଲ୍ ଟୁରିଜିମର ନୂଆ ଟ୍ରେଣ୍ଡ୍ ଦେଖାଯାଇଛି। ୬୦% ରୁ ଉର୍ଦ୍ଧ ଯୁବବର୍ଗ ଏକ୍ସପେରିଏକ୍ସିଆଲ୍ ଟୁରିଜିମକୁ ଏବେ ପ୍ରାଥମିକତା ଦେଉଛନ୍ତି। ଦେଶରେ ଆଭ୍ୟନ୍ତରୀଣ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଏବେ ପର୍ଯ୍ୟଟନରେ ଦେଶ ସାରା ବିଶ୍ଵରେ ୧୨ ନମ୍ବର ସ୍ଥାନରେ ଥିବା ବେଳେ ଟପ୍ ୧୦ ମଧ୍ୟରେ ଶୀଘ୍ର ସାମିଲ ହେବ। ଏ ଦିଗରେ ଦେଶର ୫୦ ପ୍ରମୁଖ ସ୍ଥାନକୁ ଆଇକନିକ ପ୍ଲେସ୍ ବିକଶିତ କରାଯାଉଛି । ଶ୍ରୀ ଶେଖାୱତ ପୁଣି କହିଲେ, ରାଜ୍ୟ ଗୁଡିକ ମଧ୍ୟରେ ପର୍ଯ୍ୟଟନକୁ ନେଇ ପ୍ରତିଯୋଗିତା ବଢ଼ିଛି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଶ୍ଵ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି। ତେବେ ରାଜ୍ୟ ନୂଆ ସମ୍ଭାବନାକୁ ପରଖୁ। କ୍ରୁଜ ଭିଭିକ ଟୁରିଜିମ, କାରାଭାନ, ଟ୍ରାଇବାଲ ଟୁରିଜିମ ଏବଂ ହୋମ୍ ଷ୍ଟେ ଭଳି ଅଭିନବ କନସେପ୍ଟକୁ ରାଜ୍ୟ ପରଖୁ।

    ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା କହିଥିଲେ, ଏବେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆଉ ଗୋଟିଏ ସୋପାନକୁ ନେଇଯିବା ଲାଗି ଅଭିନବ ଚିନ୍ତାଧାରା ଉପରେ କାମ କରୁଛି। ଏ ନେଇ କେନ୍ଦ୍ର ସରକାର ଏବଂ ଅଂଶୀଦାରଙ୍କ ସହ ମିଳିତ ହୋଇ ସମ୍ଭାବନାର ପ୍ରତିଦିଗ ଉପରେ କାମ କରିବା ଉପରେ ଆମ ଫୋକସ ରହିଛି। ପର୍ଯ୍ୟଟନକୁ ଅଭିବୃଦ୍ଧି ଏବଂ ନିଯୁକ୍ତିର ଏକ ପ୍ରମୁଖ ଟୁଲ୍ ଭାବେ ବ୍ୟବହାର କରିବା ସହ ବିଶ୍ଵ ସାମ୍ନାରେ ରାଜ୍ୟର ପର୍ଯ୍ୟଟନ ସମ୍ଭାବନକୁ ପ୍ରଦର୍ଶନ କରିବାକୁ ଅଂଶୀଦାର ମାନେ ଆଗେଇ ଆସନ୍ତୁ। ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ। ଉତ୍କର୍ଷ ଓଡ଼ିଶାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ୮ ହଜାର କୋଟିର ନିବେଶ ଆଗ୍ରହ ଲାଭକରିଥିବା ଶ୍ରୀମତି ପରିଡା ଉଲ୍ଲେଖ କରିଛନ୍ତି।

    ମୁଖ୍ୟ ସଚିବ ଶ୍ରୀ ଆହୁଜା କହିଲେ, ପର୍ଯ୍ୟଟନ କ୍ଷେତ୍ର ଲାଗି ନୀତିଗତ ପଦକ୍ଷେପ ସହ ରାଜ୍ୟ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଗ୍ରହଣ କରିବ। ରାଜ୍ୟର ଆର୍ଥିକ ସ୍ଥିତି ଦୃଢ଼ ଥିବାରୁ ଭିଭିଭୂମି ସହ ସବୁ ସହଯୋଗ ସରକାର ପ୍ରଦାନ କରିବେ। ବିଭାଗୀୟ ସଚିବ ଶ୍ରୀ ସିଂ ରାଜ୍ୟର ପର୍ଯ୍ୟଟନ ସମ୍ଭାବନା ଉପରେ ଉପସ୍ଥାପନା ରଖିଥିଲେ । ଫିକି ପର୍ଯ୍ୟଟନ କମିଟି ସହ ଅଧ୍ଯକ୍ଷ ତଥା ସ୍ବସ୍ତି ଗ୍ରୁପ ସିଏମ୍‌ଡି ଜେକେ ମହାନ୍ତି କହିଲେ, ଓଡ଼ିଶାକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଦୃଢ଼ ଭାବେ ଉପସ୍ଥାପିତ କରାଯିବାର ଆବଶ୍ୟକ‌ତା ରହିଛି। ଓଡ଼ିଶାକୁ ଜାଣିବାକୁ ହେଲେ ଏଠାରେ ଅଧିକ ସମୟ ଅତିବାହିତ କରିବାକୁ ହେବ। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନକୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଏବଂ ଟ୍ୟାଗ୍‌ଲାଇନ କଣ୍ଟେଷ୍ଟ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ୧୩୦ ଟୁର ଅପରେଟର ଯୋଗ ଦେଇଛନ୍ତି।

    Post Views: 101
    Deputy CM Pravati Parida GDP growth Manoj Ahuja Tourism in India
    S.S
    • Website

    Keep Reading

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ

    ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ସଖୀ ୪,୬୦୦ରୁ ଅଧିକ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରୁଛି

    ଓଡ଼ିଶାର କଂସା ଶିଳ୍ପ ଐତିହ୍ୟ ଉପରେ ରଚିତ ଗବେଷଣାତ୍ମକ ପୁସ୍ତକ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

    ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର

    Editor Picks

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    October 13, 2025
    Latest Posts

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    ଲାଞ୍ଜିଗଡ଼, ୧୭ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ…

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    भुवनेश्वर, 17 अक्टूबर 2025: भारत की सबसे बड़ी एल्युमिनियम उत्पादक कंपनी, वेदांता एल्युमिनियम ने सतत…

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    Lanjigarh, 17th October 2025: Vedanta Aluminium, India’s largest producer of aluminium, in a significant step…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.