ବରଗଡ଼ : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ବ୍ୟାପକ ଖଣି ଲୁଟ ଅଭିଯୋଗ ଆସୁଥ୍ଲେ ମଧ୍ଯ ଜିଲା ପ୍ରଶାସନ ଓ ସ୍ଥାନୀୟ ନେତା ଚୁପ ରହିଛନ୍ତି। ଖଣି ଅଧିକ ଧୂକାରୀ ସବୁ ଜାଣି ଅଜଣା ରହୁଛନ୍ତି। ଏପରିକି ଖଣି ଚୋରିକୁ ପ୍ରଶ୍ରୟ ଦେଉ ଦଉଥିବା ମାଫିଆମାନଙ୍କ ସହିତ ଖଣି ଅଧିକାରୀଙ୍କ ମଧୁର ସମ୍ପର୍କ ଥିବା ଅଭିଯୋଗ ହେଉଛି। ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଜିଲାର ଶେଷ ସୀମାରେ ରହିଛି ଛିନ୍ଦେକେଲା କ୍ରସର ୟୁନିଟ। ବେଆଇନ ଭାବେ ଏଠାରେ ତିନିଟି କ୍ରସର ଚାଲିଛି।
ଯେଉଁ ଗୋଟେ ପଥର ଖଣିର ଅନୁମତି ନେଇ ଏହା ଆରମ୍ଭ ହୋଇଥିଲା ଏବେ ସେହି ଖଣି ଶେଷ ହୋଇଯାଇଛି କିନ୍ତୁ ବେଆଇନ ଭାବେ ନିକଟରେ ଥିବା ଅନ୍ୟ ଦୁଇ ଖଣିକୁ ଅକ୍ତିଆର କରି ସେଠାରୁ ବ୍ୟାପକ ମାତ୍ରାରେ ପଥର ଚୋରି କରାଯାଉଛି। ବିନା ଲାଇସେନ୍ସ, ପ୍ରଦୂଷଣ ନିୟନ୍ତ୍ରଣ । ବୋର୍ଡ଼ର ବିନା ଅନୁମତିରେ, ଆଇନକୁ ଖାତିର ନକରି ବେଆଇନ ଭାବେ ଅତ୍ୟଧିକ କ୍ଷମତା ବିଶିଷ୍ଟ ତିନିଟି କ୍ରସର ପ୍ଲାଣ୍ଟ କରାଯାଇଛି। ସେଥ୍ ମଧ୍ୟରୁ ଗୋଟେ ଚଳନଶୀଳ କ୍ରସର ଲାଗିଛି ଯାହା ଭିନ୍ନ ଭିନ୍ନ ସ୍ଥାନକୁ ସହଜରେ ନିଆଯାଇ ଚୋରା କାରବାର ରେ ବ ବ ହ । ର କରାଯାଇପାରିବ କିମ୍ ବିଭାଗୀୟ ଅଧୂକାରୀଙ୍କ ଚଢ଼ଉ ପୂର୍ବରୁ ସଙ୍ଗେ ସଙ୍ଗେ ଲୁଚାଇ ହେବ। ତେବେ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏହି କ୍ରସର ଓ ଖଣି ପାଇଁ ଜଙ୍ଗଲ ବିତ ବିଭାଗ ପକ୍ଷରୁ ଅନୁମତି ମିଳିନାହିଁ।
ଏ ବାବଦରେ ବନ ଅଧିକାରୀ କିଛି ଜାଣି ନାହାନ୍ତି ବୋଳି କହୁଛନ୍ତି। ତିନିଟି ପଥର ଖଣି ପାଇଁ କୌଣସି ଅନୁମତି ପାଇ ନାହାନ୍ତି I ଗୋଟେ ପଥର ଖାଦାନ ଋଷ ହେଲା ପରେ ସେଠାରେ ସୃଷ୍ଟି ହୋଇଥିବା ବିରାଟ ଗର୍ଭକୁ ପୋତିବାର ନିୟମ ରହିଥିବାବେଳେ ସେହି ନିୟମକୁ ପାଳନ କରାଯାଇ ନାହିଁ । ସେହି ଗର୍ଭରେ ପଡ଼ି କୌଣସି ବନ୍ୟଜନ୍ତୁଙ୍କ ଜୀବନ ଯେପରି ନଯିବ ସେଥିପାଇଁ ଆଇନ ଅନୁଯାୟୀ କୌଣସି ସୁଚ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ I ତିନିଟି କ୍ରସର ପାଇଁ ବିଭାଗ ଭାଗୀୟ ଅଧୂକାରୀ କାରୀ ଅନୁମତି ଦେଇ ନଥିଲେ ମଧ୍ୟ ପ୍ରତିଦିନ ଏହି କ୍ରସର ଚାଲିଛି 1 ଶ୍ରମିକମାନଙ୍କ ପାଇଁ ଦୁର୍ଘଟଣା ବୀମା କରାଯାଇ ନାହିଁ I ପ୍ରତ୍ୟେକ ଖଣି ଏବଂ କ୍ରସର ପାଇଁ ପରିବେଶ ସମ୍ବନ୍ଧୀୟ ପ୍ରଭାବ ନିଦ୍ଧାରଣ(ଇଆଇଏ) ତିଆରି କରି ଦିଆଯାଇ ନାହିଁ | ଲବ୍ଧ ଲଉଡିଦର୍ହା ହାରେ ବେଆଇନ ଭାବେ ଶହ ଶହ ଟ୍ରିପ ପଥର ଚୋରା ଚାଲାଣ ହେଲା। ତାର ବି କିଛି କାର୍ଯ୍ୟାନୁଷ୍ଠାନ ହେ ହେଲା ନାହିଁ। ଅଞ୍ଚଳରେ ଖଣି ନିୟମକୁ ସମ୍ପୂର୍ଣ ଉଙ୍ଗଘନ କରାଯାଇଥିବାବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ଯ ଜିଲା ପ୍ରଶାସନ ଓ ସ୍ଥାନୀୟ ଅଧୂକାରୀମାନେ କେଉଁ ସ୍ବାର୍ଥରେ ଏହାକୁ ଅଣଦେଖା କରି ଖଣି ଚୋରି ପାଇଁ ପ୍ରଶ୍ରୟ ଦେଉଛନ୍ତି ତାହା ଏବେ ବଡ ପ୍ରଶ୍ନ।
ବେଆଇନ ଖଣି ଓ କ୍ରସରକୁ କେତେକ ସରକାରୀ ଅଧିକାରୀ ସାହାଯ୍ୟ କରି ଜଙ୍ଗଲ ଧ୍ୱଂସ, ଗଛ କାଟିବା, ଜଙ୍ଗଲ ପରିବେଶ ନଷ୍ଟ କରିବା ଭଳି କାମ କରିଚାଲିଥିବା ବେଳେ ଏଥିରେ କେବଳ ଖଣି ମାଫିଆମାନେ ଲାଭବାନ ହେଉଛନ୍ତି ଆଉ ସରକାରୀ ଅଧିକାରୀମାନେ ମାଲେମାଲ ହେଉଛନ୍ତି।