ରାଜ୍ୟରେ ଖଣି ନିଲାମ ଠିକ୍ ଭାବେ ହେଲେ ୩ରୁ ୫ଗୁଣ ଅଧୂକ ଲାଭ ମିଳିପାରନ୍ତା ବୋଲି ରାଜ୍ୟପାଳ କହିଛନ୍ତି। ଡ. ହରିବାବୁ କମ୍ଭମ୍ପତି ରାଜ୍ୟର ସମସ୍ତ ପବ୍ଲିକ ସେକ୍ଟର ଅଣ୍ଡରଟେକିଂର ବୈଠକରେ ରାଜ୍ୟପାଳ ଏଭସମୀକ୍ଷା ଏଭଳି ମନ୍ତବ୍ୟ | ନିଗମ ଠିକଣା ଭାବେ ଲୁହାପଥରର ମାର୍କେଟିଂ କରିବାର ଦେଇ କହିଛନ୍ତି, ଓଡ଼ିଶା ଖଣି ଆବଶ୍ୟକତା ରହିଛି। କେତେ କେତେକ ଖଣି କମ୍ ଦରରେ ଲିଜ୍ ଦିଆଯାଇଥିବା ସେ କହିଛନ୍ତି ।
ପ୍ରମୁଖ ମହାଲେଖାକାରଙ୍କ ପକ୍ଷରୁ ରାଜ୍ୟରେ ବିଭିନ୍ନ ପିଏସ୍ୟୁର ବାସ୍ତବସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ ମୁଖ ମହାଲେଖାକା କରାଯାଇଥିଲା। ପ୍ରମୁଖ ଦର୍ଶାଇଥିଲେ, ରାଜ୍ୟ ଜ୍ୟରେ ୭୬ଟି ପିଏ ରହିଛି। ସିଏଜି ୭୩ ପିଏସ୍ୟୁର ଅତିରିକ୍ତ ସମୀକ୍ଷା କରନ୍ତି I ଅବଶିଷ୍ଟ ତିନୋଟି ଯଥା ଓଏସ୍ଏଫ୍ସି, ଓଏସ୍ଡବ୍ଲ୍ୟୁ ଏସ୍ଡବ୍ଲ୍ୟୁଏନ୍ସି ଏବଂ ଓଏସ୍ଆର୍ଟିସିର ସମୀକ୍ଷା ସିଧାସଳଖ ସିଏଜିଙ୍କ ଦ୍ବାରା ହୋଇଥାଏ। ରାଜ୍ୟ ସରକାର ମୋଟାମୋଟି ୨୩ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ଓଡ଼ିଶା ଖଣି ନିଗମର ସମଷ୍ଟିଗତ ଲାଭାଂଶ ୧୭ହଜାର କୋଟି ଟଙ୍କା ରହିଥିବାବେଳେ ଗ୍ରୀଡ୍କୋର ସମଷ୍ଟିଗତ ଭାବେ ୯ହଜାର କୋଟି ଟଙ୍କା କ୍ଷତି ପରିମାଣ ରହିଛି।
ରାଜ୍ୟରେ ୫୨ଟି ପିଏସ୍ୟୁ ଚଳନ୍ତି ଅବସ୍ଥାରେ ରହିଛି। ୨୭ଟିର ନଥ୍ପତ୍ର ଅପଡେଟ ରହିଛି। ଅନ୍ୟ ସମସ୍ତ ପିଏସ୍ୟୁର ସମୀକ୍ଷା ଦୀର୍ଘବର୍ଷ ଧରି ହୋଇନାହିଁ। ଓଆର୍ଏଚ୍ଡିସିର ସମୀକ୍ଷା ୧୫ବର୍ଷ ଧରି ହୋଇ ନ ଥିବାବେଳେ ଗଜପତି ଷ୍ଟିଲ୍ ଇଣ୍ଡଷ୍ଟ୍ରୀ ଅଚଳ ଅବସ୍ଥାରେ ରହିଛି। ୫ଦଶନ୍ଧି ଧରି ତା’ର ଆର୍ଥିକ କାରବାର ସମ୍ପର୍କରେ କୌଣସି ସମୀକ୍ଷା କରାଯାଇନାହିଁ। ସେହିପରି ପ୍ରିମିୟର ନଟ୍ସ ଆଣ୍ଡ ବୋଲ୍ଡ ଲିମିଟେଡ୍ର ବକେୟା ୫୮ବର୍ଷ ଧରି ଧରି ଗଡ଼ୁଛି। କମ୍ପାନୀ ଆଇନର ଅନୁଚ୍ଛେଦ-୯୯ ଅନୁଯାୟୀ ଠିକଣା ଭାବେ ସମୀକ୍ଷ କ୍ଷା ହୋଇ ନ ଥିବା ୧ଲକ୍ଷ ଟଙ୍କାର ପିଏସ୍ୟୁର ଏଜିଏମ୍ଙ୍କୁ ୧ଳ ଜରିମାନା କରାଯିବା ସହିତ ଦୈନିକ ୫ହଜାର ଟଙ୍କାର ଅତିରିକ୍ତ ଜରିମାନାର ବ୍ୟବସ୍ଥା ରହିଛି। ସେହିପରି ସେକ୍ସନ-୩୯୫ ଅନୁଯାୟୀ, ପିଏସ୍ୟୁ ତାର ବାର୍ଷିକ ରିପୋର୍ଟ ଓ ସମୀକ୍ଷା ରିପୋର୍ଟ ତିନିମାସ ମଧ୍ୟରେ ପ୍ରସ୍ତୁତ କରି ବିଧାନସଭାରେ ରିପୋର୍ଟ ପ୍ରସ୍ତୁତ କରିବା କଥା। ପାର୍ଟ ଉପସ୍ଥାପନ ହେବା ପୂର୍ବରୁ ରିପୋର୍ଟ ସରକାରଙ୍କ ହସ୍ତଗତ ହେବା କଥା। ଏହି ଅବସରରେ ରାଜ୍ୟପାଳ ସମସ୍ତ ପିଏସ୍ୟୁ ଠିକଣାଭାବେ ରେଗୁଲେଟ ହେବା ହେବାର ଆବଶ୍ୟକତା ରହିଛି ବୋଲି ସମସ୍ତ ପିଏସ୍ୟୁ ମୁଖ୍ୟଙ୍କୁ କହିଛନ୍ତି। ମହାଲେଖାକ ଲେଖାକାର ଏଥ୍ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଫେବୃଆରୀ ୧୪ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ବିଏସ୍ ରାଜପୁତ, ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, କ୍ରୀଡ଼ାବିଭାଗ ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା ପ୍ରମୁଖ ମହାଲେଖାକାର ଡି. ସାହୁ ଓ ଅନ୍ୟାନ୍ୟ ପିଏସ୍ୟୁର ମୁଖ୍ୟ ଉପସ୍ଥିତ ଥିଲେ।