ସୁନ୍ଦରଗଡ଼ : ଯେତେ ଖୋଜିଲେ ସେତିକି ବାହାରୁଛି। ସରୁନି ଚୋରା କୋଇଲା ଖଣିର ଠିକଣା। ପୂର୍ବରୁ ହେମଗିରି ତହସିଲ ଗୋପାଳପୁର ପଞ୍ଚାୟତର ତେଲେନଡିହି, ରତନସରା ଏବଂ ଭୋଗ୍ରାକଚ୍ଛାର ଅଞ୍ଚଳରେ ରାଜସ୍ୱ ଜଙ୍ଗଲ ମଧ୍ୟରେ ଖଣି ଠାବ ହେଲା ପରେ ସାରା ରାଜ୍ୟରେ ଚହଳ ପଡିଥିଲା। ଦୀର୍ଘ ୧୭ ଦିନ ଧରି ତନାଘନା ପରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ଯ ଆସି ଖଣି ଲୁଟର ସରଜମିନ ତଦନ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ରାଜସ୍ୱ ଜଙ୍ଗଲରେ ଖଣି ଚୋରିକୁ ଖୋଜି ବାହାର କରି ତତ୍କାଳୀନ ଗୋପାଳପୁର ବନାଞ୍ଚଳ ଅଧିକାରୀ ହରିହର ପାତ୍ର ବର୍ଷେ ପୂର୍ବରୁ ତତ୍କାଳୀନ ହେମଗିରି ତହସିଲଦାରଙ୍କୁ ଚିଠି ଲେଖୀ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ଖୋଦ ବନାଞ୍ଚଳ ଅଧିକାରୀ ଶ୍ରୀ ପାତ୍ରଙ୍କ ଅଧିକାର କ୍ଷେତ୍ର ମଧ୍ୟରେ ଆସୁଥିବା ଜାମକାନି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଖଣି ଖୋଳାଯାଇ ରୀତିମତ ଲୁଟ ଚାଲିଛି।
ଜାମକାନି ସଂରକ୍ଷିତ ଜଙ୍ଗଲର ବ୍ୟାପକ ଅଞ୍ଚଳରେ ଖଣି ଖୋଳାଯାଇଥିବାବେଳେ ବହୁ ସ୍ଥାନରେ ଷ୍ଟକ ୟାର୍ଡ କରି କୋଇଲା ପଡୋଶୀ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ଜଣାପଡିଛି I ତେଲେନଡିହି ରାଜସ୍ୱ ଜଙ୍ଗଲ ମଧ୍ୟରେ ଖୋଳାଯାଇଥିବା ଖଣି ରାସ୍ତା ଦେଇ ଗଲେ ଆଗ ଆଗକୁ ଘୋଘରପାଲି ଏବଂ ଲଟାପାନି ଅଞ୍ଚଳ ରହିଛି ଯାହାକି କାମକାନୀ ସଂରକ୍ଷିତ ଜଙ୍ଗଲର ରତନପୁର କ୍ଷେତ୍ର ମଧ୍ୟରେ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି ମଧ୍ଯରେ କହିଛନ୍ତି। ସେହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଛି କଳାହୀରାର କଳା ବେପାରୀଙ୍କ କଳା ସାମ୍ରାଜ୍ୟ I ଜଙ୍ଗଲ ଜଙ୍ଗଲ ମଧ୍ୟ ଦେଇ ବହି ଯାଉଥିବା ନାଳର କଡ଼ରେ ଖୋଳାଯାଇଛି ବେଆଇନ ଖଣି। ସେହି ଅଞ୍ଚଳରୁ ପାହାଡ ଉପରକୁ ଷ୍ଟକ୍ ୟାର୍ଡ ରହିଛି ଯେଉଁଠାରେ କୋଇଲା ଗଚ୍ଛିତ ରଖ୍ ଟ୍ରାକ୍ଟରରେ ଚୋରା ଚାଲାଣ କରାଯାଉଛି। କେବଳ ତେଲେନଡିହି, ରତନସରା ଏବଂ ଭୋଗ୍ରାକଚ୍ଛାର ନୁହେଁ ଏ ସମଗ୍ର ଅଞ୍ଚଳ କୋଇଲା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି। ଏହି ଅଞ୍ଚଳରେ ଅଳ୍ପ ମାଟି ଖୋଲିଲେ କୋଇଲା ଯାହାର ଫାଇଦା ଉଠାଉଛନ୍ତି କୋଇଲା ମାଫିଆ। ତେବେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ଚୋରା ଖଣି ସମ୍ପର୍କରେ। ବନ ବିଭାଗ ପାଖରେ କିଛି ସୂଚନା ଅଛି କି ନାହିଁ ତାହା ଉପରିସ୍ଥ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଛନ୍ତି କି ନାହିଁ। ଯେତେବଳେ ରାଜସ୍ଵ ଜଙ୍ଗଲରେ ବେଆଇନ ଖଣି ଖନନ ହେଉଛି ତାହା ଜାଣିପାରୁଛନ୍ତି, ହେଲେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚୋରା ଖଣି ସମ୍ପର୍କରେ ଜାଣିଛନ୍ତି କି ନାହିଁ ସେ ସମ୍ପର୍କରେ ଡୁଡୁକା ବନାଞ୍ଚଳ ଅଧିକାରୀ ଶ୍ରୀ ପାତ୍ରଙ୍କୁ ପଚାରିବାରୁ ସେହି ଅଞ୍ଚଳରେ କୌଣସି ଖଣି ନାହିଁ ବୋଲି କହିଥିଲେ। ଯଦି ବି ଅଛି ତାହେଲେ ସେ ଗୁଡିକ ବହୁତ୍ ପୁରୁଣା। ବର୍ତ୍ତମାନ କୌଣସି ଜାମକାନି ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଳାହୀରାର କଳା ସାମ୍ରାଜ୍ୟ ଆଖ୍ ବୁଜି ଶୋଇଛି ବନ ବିଭାଗ, ଜଙ୍ଗଲ ଭିତରେ ରାସ୍ତା ଲମ୍ବିଛି ଛତିଶଗଡକୁ ଭୂର୍ଯରପଡ଼ା ଦେଇ ପଡୋଶୀ ଛତିଶଗଡ଼କୁ ଯାଇଛି ଉବୁଡ଼ା ଖାବୁଡ଼ା କଞ୍ଚା ମାଟି ପଥର ରାସ୍ତା। ଆଉ ସେହି ରାସ୍ତା ଦେଇ ଟ୍ରାକ୍ଟର ଯୋଗେ ସୁନ୍ଦରଗଡ଼ର କୋଇଲା ଚୋରା ଚାଲାଣ ହେଉଛି ପଡୋଶୀ ଛତିଶଗଡକୁ। ବିଭିନ୍ନ ଇଟା ଭାଟି ସମେତ ସୀମାବର୍ତ୍ତୀ ବିଭିନ୍ନ କଳ କାରଖାନାକୁ ଯାଉଛି ଏହି ଚୋରା କୋଇଲା। ସେହି ଅଞ୍ଚଳରେ ତିନୋଟି ବଡ ବଡ ଚୋରା କୋଇଲା ଖଣି ରହିଛି ଯେଉଁଠାରେ ରେ ଆଜିବି କୋଇଲା ଖୋଳା ହୋଇ ଗଚ୍ଛିତ ରଖାଯାଇଛି। କୋଇଲା ଗୁଡ଼ିକ କାହାରି ନଜରକୁ ନଆସୁ ସେଥିପାଇଁ ଗଛର ଡାଳ କାଟି ଘୋଡ଼େଇ ଦିଆଯାଇଛି। କେବଳ ଏହି ଖଣି ନୁହେଁ ୨୦ରୁ ଉର୍ଦ୍ଧ୍ବ ପ୍ରଶ୍ନବାଚୀ ହୋଇଛି। ପୂର୍ବରୁ ଏହି ସବୁ ଅଞ୍ଚଳ ଗୋପାଳପୁର ବନାଞ୍ଚଳ ଅଧୀନରେ ଆସୁଥୁଲା ତେବେ ଖଣି ଆବଣ୍ଟନ ଯୋଗୁଁ ଗୋପାଳପୁର ବନାଞ୍ଚଳକୁ ଉଠାଇ ଡୁଡ଼ୁକା ବନାଞ୍ଚଳ ବା ସହ ମିଶେଇ ଦିଆଗଲା। ବର୍ତ୍ତମାନ ଗୋପାଳପୁ ବନାଞ୍ଚଳ କ୍ଷେତ୍ର ନାହିଁ କି ଗୋପାଳପୁରରେ କାର୍ଯ୍ୟାଳୟ ମଧ୍ଯ ନାହିଁ, କିନ୍ତୁ ସେହି ବନାଞ୍ଚଳ ଅଧିକାରୀ ହରିହର ପାତ୍ର ଡୁଡ଼ୁକା ନା ବନାଞ୍ଚଳର ବନ ଅଧିକାରୀ ଅଛନ୍ତି।
ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ବେଆଇନ ଖଣି ସମ୍ପର୍କରେ ସୂଚନା ତାଙ୍କ ପାଖରେ ଅଛି ନା ନାହିଁ। ଯଦି ଅଛି ତା’ହେଲେ କଣ କାର୍ଯ୍ୟାନୁଷ୍ଠାନ ସେ ଗ୍ରହଣ କରିଛନ୍ତି। ନିଜ ବଆଇନ ଖଣି କାର୍ଯ୍ୟ କରାଯାଉନାହିଁ ବୋଲି କହିଥିଲେ। ସତରେ କ’ଣ ସେ ଜାଣିନାହାନ୍ତି ନା ଜାଣିଶୁଣି ଆଖୀ ବୁଜି ଅନ୍ୟମାନଙ୍କ ଆଖରେ ଧୂଳି କାଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି। ନିୟମ ଅନୁସାରେ ସମସ୍ତ ସଂରକ୍ଷିତ ଜଙ୍ଗଲ ଙ୍ଗଲର ପ୍ରତି ତିନି ମାସରେ ଥରେ ସାଟେଲାଇଟ ମ୍ୟାଫି କରାଯାଏ। ଏଥିରେ ମଧ୍ୟ କିପରି ଚୋରା କୋଇଲା ଖଣି ଖଣି ଧରାପଡ଼ିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ୱ ଜଙ୍ଗଲ ମଧ୍ୟରେ ଖଣି ଲୁଟର ଏତେ ତନାଘନା ହେଲେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖଣିର କ’ଣ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖୀବା ବାକି ରହିଲା।