ରାୟଗଡ଼ା: ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ ଅବସରରେ ବେଆଇନ ଖଣି ଲିଜ ବାତିଲ, ଜମି, ଜଳ,ଜଙ୍ଗଲ ଲୁଟେର ଦାବି ନେଇ ସଂଘର୍ଷ ପ୍ରଦର୍ଶନ କରି ଲୁଟେରାଙ୍କୁ ଭାରତଛାଡ ସଂଘର୍ଷ ମୋର୍ଜା ବିକ୍ଷୋଭକରିଥିଲା। ଏହି ଅବସରରେ ରାୟଗଡ଼ା ଡାକବଙ୍ଗଳାଠାରୁ ଏକ ଆଦିବାସୀ ସମାବେଶ ଆରମ୍ଭ ହୋଇ କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
୨୦୨୫ ପରଠାରୁ ଛତିଶଗଡ଼ ସହ ଅନ୍ୟ ରାଜ୍ୟରେ ସୁରକ୍ଷାବାହିନୀ ଶହ ଶହ ଆଦିବାସୀଙ୍କୁ ହତ୍ୟା ବନ୍ଦ କରିବା, “ଅପରେସନ୍ କାଗର” ବନ୍ଦ କରିବା, ପଞ୍ଚମ ଅନୁସୂଚୀ ଅଞ୍ଚଳରେ ସୁରକ୍ଷା ଶିବିର ପ୍ରତିଷ୍ଠା ବିରୋଧରେ ସମ୍ପୃକ୍ତ ଗ୍ରାମ ସଭାର ନିୟମ ଲାଗୁ କରିବା, ଛତିଶଗଡ଼ ପୋଲିସ ବସ୍ତର ଅଞ୍ଚଳର ପ୍ରମୁଖ ଆଦି ଆଦିବାସୀ ନେତା ମନୀଷ କୁଞ୍ଜମଙ୍କୁ ଟାର୍ଗେଟ ବନ୍ଦ କରିବା, ‘ନକ୍ସଲ-ମୁକ୍ତ ଭାରତ’ ନାମରେ ସାମରିକ ଅଭିଯାନ ବନ୍ଦ କରିବା, ଆଦିବାସୀମାନଙ୍କୁ ଜଙ୍ଗଲ, ଜମି ଏବଂ ମର୍ଯ୍ୟାଦା ଯୋଗାଇବା ଏନକାଉଣ୍ଟର ନାମରେ ହତ୍ୟା ବନ୍ଦ କରିବା, ଖଣି ଏବଂ ଶିଳ୍ପାୟନ ନାମରେ କର୍ପୋରେଟ ଲୁଟ୍ ବନ୍ଦ କରିବା, ମାନବାଧିକାର କର୍ମୀ, ଜନ ଆନ୍ଦୋଳନର ନେତା ଏବଂ ନିର୍ଦ୍ଦିଷ ଆଦିବାସୀଙ୍କୁ ମୁକ୍ତ କରିବା, ଅନ୍ୟାୟ ଭାବରେ ଦୋଷୀ ସାବ୍ୟସ୍ତ ହୋଇ ମିଥ୍ୟା ମାମଲାରେ ଜେଲରୁ ମୁକ୍ତ କରିବା ପାଇଁ ଆଦୀବାସୀ ସଂଘର୍ଷ ମୋର୍ଚ୍ଚାର ସର୍ବଭାରତୀୟ ନେତା ତ୍ରୀପତି ଗମାଙ୍ଗ ଦାବି କରିଛନ୍ତି। ପ୍ରାସ୍କା ରାମଚନ୍ଦ୍ର, ସଂଜୀବ ଶବର, କୈଳାସ ଶବର, ସୁଦୁରୁ ମଣି ମିଣିଆକା, କ୍ରୀଷ୍ଣା ପାଲାକା,ସବିତା କାଡ୍ରାକା, ନୀଳାଇ କିଲାକା, ବିଶ୍ବନାଥ ମାଝୀ ଦାସୁରୁ ପାତିକା, ମୂର୍ତ୍ତୀ ମିଣିଆକା, ଅଷ୍ଟମ ଉଲକା ପ୍ରମୁଖ ଉପସ୍ଥିତ ଥିଲେ।