ସିଜିମାଲି, ଓଡ଼ିଶା, ୧୬ ଡିସେମ୍ବର ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ। ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଦୂରବର୍ତି ଗ୍ରାମରେ ମୋବାଇଲ ସ୍ୱାସ୍ଥ୍ୟସେବା ୟୁନିଟ ଶୁଭାରମ୍ଭ ପରଠାରୁ ୧୮ଟି ଗ୍ରାମରେ ୩୩୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଁଚିଛି। କମ୍ପାନିର ଏକ ସଂପୂର୍ଣ୍ଣ ସଜ୍ଜିତ ମୋବାଇଲ ହେଲଥ ୟୁନିଟ ପ୍ରସ୍ତୁତ ହୋଇ ରହିଛି ଓ ଏହା ସଂପୃକ୍ତ ଅଂଚଳରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିସାରିଛି। ଏହି ପଦକ୍ଷେପ ବାସିନ୍ଦାଙ୍କୁ ସେମାନଙ୍କ ଦ୍ୱାରଦେଶରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଏହି ପଦକ୍ଷେପକୁ ଶ୍ରୀମତି ବାସନ୍ତି ବାଘ ପ୍ରଶଂସା କରି କହିଛନ୍ତି ଯେ, ବେଦାନ୍ତର ମୋବାଇଲ ହେଲଥ ୟୁନିଟ ଏହି ଅଂଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଉଛି। ଏତଦବ୍ୟତୀତ ଅମ୍ବାପଦର ଗାଁର ବାସିନ୍ଦା ସାକର ମାଜୀ ମଧ୍ୟ କହିଛନ୍ତି ଯେ ବେଦାନ୍ତର ଏହି ପଦକ୍ଷେପ ପ୍ରଶଂସନୀୟ, ମୁଁ ବେଦାନ୍ତକୁ ଧନ୍ୟବାଦ ଦେବାକୁ ଚାହିଁବି, କାରଣ ମୋବାଇଲ ହେଲଥ ୟୁନିଟ ଆମ ପାଇଁ ଏକ ଆଶୀର୍ବାଦ ପାଲଟିଛି।
ସ୍ୱାସ୍ଥ୍ୟସେବା, ଜୀବିକା, ଗ୍ରାମୀଣ ଭିତିଭୂମିର ଉନ୍ନତି ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିସୃତିବଦ୍ଧ। ଏହି ସବୁ ପଦକ୍ଷେପଗୁଡ଼ିକ କାର୍ଯ୍ୟକ୍ଷେତ୍ର ଓ ବାହାର ଗୋଷ୍ଠୀର ଜନଜୀବନରେ ବହୁ ପରିବର୍ତନ ଆଣିଛି। ସ୍ଥାନୀୟ କର୍ତୃପକ୍ଷ, କଲ୍ୟାଣ ସଂଗଠନ ଓ ଗୋଷ୍ଠୀ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ ଓ ଅର୍ତନୈତିକ ବିକାଶରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛି।