Close Menu
Industry Odisha
    Facebook X (Twitter) Instagram
    Trending
    • ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ
    • सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता
    • Vedanta Supports TB Patients in Sundargarh with Nutrition Kits
    • Vedanta Aluminium Helps TB Patients in Sundargarh
    • प्रधानमंत्री के निक्षय मित्र कार्यक्रम के तहत सुंदरगढ़ में टीबी रोगियों को पोषण सहायता प्रदान की है वेदांत एल्युमिनियम ने
    • ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ
    • Vedanta Aluminium Extends Nutritional Support to TB Patients in Sundargarh under PM’s Nikshay Mitra Program
    • Vedanta’s Archery Program Propels Kalahandi Youth to National Spotlight
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Tuesday, July 29th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଝାରସୁଗୁଡ଼ାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

    ଝାରସୁଗୁଡ଼ାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

    editor industry odishaBy editor industry odishaMay 28, 2025Updated:July 25, 2025 Odia News No Comments2 Mins Read
    Share
    Facebook Twitter LinkedIn Pinterest Email

    ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଇକେରାରେ ବିଶ୍ୱ ମହୁମାଛି ଦିବସ ପାଳନ କରିଛି, ଯାହା ଏହାର ବେଦମୃତ ମହୁ କ୍ଲଷ୍ଟର ବିକାଶ ପ୍ରକଳ୍ପର ଅଂଶବିଶେଷ । ଏଠାରେ ୫୦ରୁ ଅଧିକ ସ୍ଥାନୀୟ ଚାଷୀଙ୍କୁ ଏକତ୍ରିତ କରି ମହୁଚାଷ ସଂକ୍ରାନ୍ତରେ ସଚେତନ କରାଯାଇଥିଲା । ଏଥିସହିତ ସ୍ଥାୟୀ ମହୁମାଛି ପାଳନ ମାଧ୍ୟମରେ ସେମାନଙ୍କର ସଂରକ୍ଷଣକୁ ସହାୟତା କରିବାର ପ୍ରୟାସକୁ ସ୍ୱୀକୃତି ଦେଇଥିଲା।

    ପ୍ରାକୃତିକ ପରାଗସଂଗମ ପ୍ରକ୍ରିୟାରେ ମହୁମାଛିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱାରୋପ କରିବା ପାଇଁ ଜାତିସଂଘ ମଇ ୨୦କୁ ବିଶ୍ୱ ମହୁମାଛି ଦିବସ ଭାବରେ ନାମିତ କରିଛି, ଯାହା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜୈବ ବିବିଧତା ସଂରକ୍ଷଣ କରିବାରେ ବିଶ୍ୱ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମହୁମାଛିମାନେ ସମୁ୍ଖୀନ ହେଉଥିବା ବିପଦକୁ ଚିହ୍ନିବା ତଥା ସେମାନଙ୍କର ନିରନ୍ତର ସଂରକ୍ଷଣ ପାଇଁ ଗୋଷ୍ଠି ନେତୃତ୍ୱାଧୀନ ଉପାୟ ଚିହ୍ନଟ କରିବାର ଏହା ଏକ ଅବସର ଅଟେ।

    ବେଦାନ୍ତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀ, ବେଦାନ୍ତ ଝାରସୁଗୁଡାର କର୍ମଚାରୀ ଏବଂ ଅନେକ ସଦସ୍ୟ ଯୋଗ ଦେଇଥିଲେ। ଏଥିରେ ମହୁ ଉତ୍ପାଦନର ବୈଜ୍ଞାନିକ ପଦ୍ଧତି, ସ୍ଥାୟୀ ମହୁ ଚାଷ ଅଭ୍ୟାସ ଏବଂ ମହୁମାଛି ପାଳନର ସକାରାତ୍ମକ ପରିବେଶଗତ ପ୍ରଭାବ ଉପରେ ବିଶେଷଜ୍ଞଙ୍କ ନେତୃତ୍ୱରେ ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଂଶଗ୍ରହଣକାରୀ ଚାଷୀମାନେ ବଜାର ବ୍ୟବସ୍ଥା, ଉନ୍ନତ ସଂରକ୍ଷଣ ସୁବିଧା ଏବଂ ଉତ୍ପାଦ ବିବିଧତା ସମ୍ବନ୍ଧୀୟ ସୁଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ, ମହୁ ଉତ୍ପାଦନରୁ ସର୍ବାଧିକ ଲାଭ କରିଥିବା ଚାଷୀମାନଙ୍କୁ ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା।

    ଏହି ପଦକ୍ଷେପ ବିଷୟରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, “ମହୁ ଚାଷ ପରିବେଶଗତ ସ୍ଥିରତା ଏବଂ ଗ୍ରାମୀଣ ସମୃଦ୍ଧି ଉଭୟକୁ ସମର୍ଥନ କରିବା ପାଇଁ ଏକ ଶକ୍ତିଶାଳୀ ଉପକରଣ ହୋଇପାରେ। ବେଦାମୃତ ମହୁ ପ୍ରକଳ୍ପ ମାଧ୍ୟମରେ, ଆମେ ଗ୍ରାମୀଣ ଓଡ଼ିଶାର ଚାଷୀମାନଙ୍କୁ ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବା ସହିତ ସ୍ଥାୟୀ ଜୀବିକା ନିର୍ମାଣ କରିବାକୁ ସକ୍ଷମ କରୁଛୁ। ଏହା ଆମେ କାର୍ଯ୍ୟ କରୁଥିବା ସମ୍ପ୍ରଦାୟ ମଧ୍ୟରେ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ବିକାଶ ପ୍ରତି ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

    ଲାଇକେରାର ମହୁଚାଷୀ ହର୍ଷ କୁମାର ପଟେଲ କହିଛନ୍ତି, “ମହୁମାଛି ପାଳନ ମୋର ଆୟ ବୃଦ୍ଧି କରିଛି ଏବଂ ମୋ ଫାର୍ମର ଉତ୍ପାଦକତାକୁ ଉନ୍ନତ କରିଛି, ଯାହା ମୋତେ ଜୀବିକା ନିର୍ବାହର ଏକ ଅତିରିକ୍ତ ଉତ୍ସ ମାଧ୍ୟମରେ ମୋ ପରିବାର ପ୍ରତିପୋଷଣ କରିବାକୁ ସକ୍ଷମ କରିଛି। ସଫଳତା ପାଇଁ ଆମକୁ ଜ୍ଞାନ ଏବଂ ସମର୍ଥନ ପ୍ରଦାନ କରିବା ପାଇଁ ମୁଁ ବେଦାନ୍ତ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞ।”

    ବେଦାମୃତ ମହୁ ହେଉଛି ଲାଇକେରାର ଦକ୍ଷ ମହୁମାଛି ଚାଷୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଉଚ୍ଚ–ଗୁଣବତା, ସର୍ବପ୍ରାକୃତିକ ମହୁ, ଯାହା ଲାଇକେରା ହନିଫେଡ୍ ଚାଷୀ ଉତ୍ପାଦକ ସଂଗଠନ (ଏଫପିଓ) ଅଧୀନରେ କାର୍ଯ୍ୟ କରୁଛି। ଏହି ପଦକ୍ଷେପ ସ୍ଥାନୀୟ ଚାଷୀମାନଙ୍କୁ ଆଧୁନିକ ମହୁମାଛି ପାଳନ ପଦ୍ଧତିରେ ତାଲିମ ଦେଇ, ସେମାନଙ୍କୁ ଉଚ୍ଚ–ଗୁଣବତା ମହୁମାଛି ପ୍ରଜାତି, ମହୁ ବାକ୍ସ ଏବଂ ମହୁ ପାଳନରେ ବ୍ୟାପକ ତାଲିମ ପ୍ରଦାନ କରି ସଶକ୍ତ କରିଥାଏ।

    Post Views: 47
    editor industry odisha
    • Website

    Keep Reading

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    Add A Comment
    Leave A Reply Cancel Reply

    Editor Picks

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    July 28, 2025

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    July 26, 2025

    Vedanta Supports TB Patients in Sundargarh with Nutrition Kits

    July 26, 2025

    Vedanta Aluminium Helps TB Patients in Sundargarh

    July 26, 2025
    Latest Posts

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    July 28, 2025

    ଭୁବନେଶ୍ବର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡାର ଏହାର ସ୍ବତନ୍ତ୍ର ଅର୍ଥନୈତିକ କ୍ଷେତ୍ର ୟୁନିଟରେ କ୍ଷମତା ବିସ୍ତାର…

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    July 26, 2025

    सुंदरगढ़, 26/07/25: देश के दूरदराज़ क्षेत्रों में स्वास्थ्य सेवाओं को सशक्त बनाने की दिशा में…

    Vedanta Supports TB Patients in Sundargarh with Nutrition Kits

    July 26, 2025

    Sundargarh, 26.07.2025: Vedanta Aluminium has joined hands with the Prime Minister’s ‘Nikshay Mitra’ program to…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com Designed by CS WEB SOLUTION

    Type above and press Enter to search. Press Esc to cancel.