ମୁନିଗୁଡା ୦୩/୦୬/୨୫: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ପ୍ରକଳ୍ପ ପକ୍ଷରୁ ବିଶ୍ଵ ତାମ୍ବାଖୁହୀନ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରାମର ପୁରୁଷ ଓ ମହିଳାମାନଙ୍କୁ ତମ୍ବାଖୁ ସେବନର ଅପକାରିତା ବିଷୟରେ ସଚେତନତା କରାଯାଇଥିଲା।
କାର୍ଯ୍ୟକ୍ରମରେ ବେଦାନ୍ତ ମେଡିକାଲ ଅଫିସର ଅମର ମହାନ୍ତି, ସିଏସଆର ମୁଖ୍ୟ ଶିଶିର ତରଫଦ ଫଦାର, ସିଏସଆର ବିଭାଗର ବଣ୍ଟି ରାଣୀ ପତିଗିରି, ଆସିଷ୍ଟାଣ୍ଟମ୍ୟାନେ ନେଜର ଅଶୋକ କୁମାର ଖୁରା ପ୍ରମୁଖ ଯୋଗଦେଇ ବିଶ୍ବ ତମାଖୁହୀନ ଦିବସ ପ୍ରତିବର୍ଷ ବର୍ଷ ୩୧ମ ମଇରେ ବିଶ୍ଵବାଦୀ ପାଳନ କରାଯାଇଥାଏ |
ଏହା ୨୪ ଘଣ୍ଟା ଧରି ବିଶ୍ୱରେ ତମାଖୁର ବ୍ୟବହାରକୁ ପୁରାପୁରି ବନ୍ଦ କରିବା ଲକ୍ଷ୍ୟରେ କରାଯାଇଥାଏ | ବିଶ୍ବରେ ତମାଖୁର ଖରାପ ପ୍ରଭାବ ଉପରେ ଜନ ସଚେତନତ କରିବାକୁ ଏହା ପାଳନ କରାଯାଇଥାଏ ବୋଲି କୁହାଯାଇଥିଲା | ଏହା ପରେ ସମସ୍ତ ଗ୍ରାମବାସୀ ତମ୍ବାଖୁ ବର୍ଜନ କରିବାକୁ ଶପଥ ନେଇଥିଲେ।