ବାଙ୍ଗାଲୋର : ପୁଣି ଥରେ ଚାଲିବ ଦେଶର ବହୁ ପୁରୁଣା ସୁନା ଖଣି I କର୍ଣ୍ଣାଟକର କୋଲାର ସୁନା ଖଣି କାର୍ଯ୍ୟକ୍ଷମ ହେବ ପାଖାପାଖ୍ ୮୦ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତର ଏହି ଐତିହାସିକ ସୁନା ଖଣି ପୁନଃ କାର୍ଯ୍ୟାରମ୍ଭ କରିବାକୁ ଯାଉଛି। I ସ୍ବାଧୀନତା ପରେ ଦ୍ଵିତୀୟଥର ଖୋଲିବାକୁ ଯାଉଥିବା ଏହା ଭାରତର ପ୍ରଥମ ସୁନା ଖଣି I ସରକାର ନାରୀ ଅନୁମାନ ଅନୁସାରେ କେଜିଏଫ୍କୁ ବାର୍ଷିକ ଅନୁନ୍ୟ ୭୫୦ କେଜି ସୁନା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ଯଦି ସୁନା ଖଣି ପୁଣି କାର୍ଯ୍ୟକ୍ଷମ ହୁଏ ତେବେ ଭାରତର ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ ହେବ I
ଭାରତ ବିଶ୍ବର ସବୁଠୁ ବଡ଼ ସୁନା ଉତ୍ପାଦନକାରୀ ଦେଶ | ଦେଶର ଆବଶ୍ୟକ ଅଧିକାଂଶ ସୁନା ବିଦେଶରୁ ଆମଦାନୀ ହୋଇଥାଏ | କେଜିଏଫ୍ ଯଦି ପୁଣି ଚାଲୁ ହୁଏ ନା କେବଳ ବୈଦେଶିକ ମୁଦ୍ରା ସଞ୍ଚୟ ହେବ ବରଂ ସ୍ଥାନୀୟ ରୋଜଗାର ଓ ଆଞ୍ଚଳିକ ବିକାଶକୁ ଗତି ମିଳିବ | କୋଲାର ଗୋଲ୍ସ ଫିଲ୍ମସ ଏକ ସମୟରେ ଦେଶର ସବୁଠୁ ସମୃଦ୍ଧ ସୁନା ଖଣି ମଧ୍ୟରେ ଅନ୍ୟତମ ଥିଲା I ଦେଶରେ ବ୍ରିଟିଶ ଶାସନ କାଳରେ ଏଠାରୁ ବିପୁଳ ସୁନା ଉତ୍ତୋଳନ ହେଉଥିଲା I ଏବେ ନୂଆ ଟେକ୍ନୋଲୋଜି ଓ ଆଧୁନିକ ମେସିନ ସହାୟତାରେ ଏହି ଖଣିକୁ ପୁଣି ଉତ୍ପାଦକ କରାଯିବ।
ବ୍ରିଟିଶ ଓ ଭାରତ ସରକାର ୧୮୮୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ୧୨୧ ବର୍ଷ ଧରି କେଜିଏଫରୁ ୯୦୦ ଟନରୁ ଅଧିକ ସୁନା ଉତ୍ତୋଳନ କରିଛନ୍ତି I ତେବେ ୨୦୦୧ ରେ ଏଠାରୁ ସୁନା ଉତ୍ତୋଳନ ଉପରେ ରୋକ ଲଗାଯାଇଥିଲା। ଏଣୁ କେଜିଏଫ୍କୁ ଏକ ସମୟରେ ‘ସୁନାର ସହର’ ଓ ‘ମିନି ଇଂଲଣ୍ଡ’ କୁହାଯାଉଥିଲା। ଖ୍ରୀଷ୍ଟପୂର୍ବ ୧୦୦୪ରୁ ୧୧୧୬ ପର୍ଯ୍ୟନ୍ତ ଚୋଳ ସାମ୍ରାଜ୍ୟ ସମ୍ପର୍କିତ ଶିଳାଲେଖ ଓ ଗ୍ରନ୍ଥରେ ଗୋଲୁ ମାଇନିଂର ଉଲ୍ଲେଖ ରହିଛି। ୧୩୩୬ ମସିହାରୁ ୧୬୪୬ ମସିହା ପର୍ଯ୍ୟନ୍ତ ଏଠାରୁ ବିଜୟ ନଗର ରାଜବଂଶ ଓ ପରେ ୧୭୫୦ରୁ ୧୭୯୯ ମସିହା ପର୍ଯ୍ୟନ୍ତ ଟିପୁ ସୁଲତାନ ଏଠାରୁ ସୁନା ବାହାର କରୁଥିଲେ। ୧୮୦୨ରେ ବ୍ରିଟିଶ ସରକାରରେ ଲେଫ୍ଟନାଣ୍ଟ ଜନ ୱାରେନ କୋଲାର ସ୍ବର୍ତ୍ତ ଭଣ୍ଡାର ଉପରେ ଗବେଷଣା କରିଥିଲେ। ୧୮୦୪ ଓ ୧୮୬୦ ମସିହା ପର୍ଯ୍ୟନ୍ତ ଏଠାରେ ଇଂରେଜମାନେ ଅନେକ ଗବେଷଣା ଓ ସର୍ଭେକ୍ଷଣ କରିବା ପରେ ସୁନା ଖଣି କରିବାକୁ ନିଷ୍ପତ୍ତି ନେଇଥିଲେ I
୧୮୮୦ ମସିହାରେ ଇଂଲଣ୍ଡର ଜନ ଟେଲର ଆଣ୍ଡ ସନସ୍ କମ୍ପାନୀ ଏଠାରେ ସୁନା ଉତ୍ତୋଳନ ଆରମ୍ଭ କରିଥିଲା I ୧୯୪୩ ମସିହା ପର୍ଯ୍ୟନ୍ତ ଇଂରେଜମାନେ କୋଲାରରୁ ୫୮୩ ଟନ ସୁନା ଉତ୍ପାଦନ କରିଥିଲେ ଓ ୧୯୪୭ ମସିହା ପର୍ଯ୍ୟନ୍ତ ନିଜ ରାଜକୋଷ ଭରିବାରେ ଲାଗିଥିଲେ | ୧୯୪୭ ମସିହାରେ ବ୍ରିଟିଶ ଭାରତ ଛାଡି ପଳାଇଥିଲେ ଓ ୧୯୫୬ ମସିହାରେ କର୍ଣ୍ଣାଟକ ସରକାର କେଜିଏଫକୁ ନିଜ ହାତକୁ ନେଇଥିଲେ | ରାଜ୍ୟ ସରକାର ଜନ ଟେଲର ଆଣ୍ଡ ସନସ୍ କୁ ମାଇନିଂ କନସଲ୍ଟାଣ୍ଟ ଆପଏଣ୍ଟ କରି ସୁନା ଖଣି ଚଳାଇ ରଖୁଥିଲେ |