ଯୋଡ଼ା : ରାଜ୍ୟରେ ସରକାର ପରିବର୍ତନ ହେବାର ଗୋଟିଏ ବର୍ଷ ମଧ୍ୟରେ ଯୋଡ଼ା ଖଣି ଅଞ୍ଚଳକୁ ଅଶାନ୍ତି ପ୍ରବେଶ କରିଛି । ବିଭିନ୍ନ ଘଟଣାକ୍ରମରେ ଧୀରେ ଧୀରେ ଶାନ୍ତି ବଢ଼ିବାରେ ଲାଗିଛି । କେତେବେଳେ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ ତ କେତେବେଳେ ଖଣିରେ କାର୍ଯ୍ୟ କରିବାକୁ ନେଇ ବିବାଦ। ଜିଲ୍ଲା ପ୍ରଶାସନ ଓ ପୁଲିସ୍ ବିଭାଗ କିଛି କରିପାରୁ ନାହାନ୍ତି | ଆଗାମୀ ଦିନରେ ଏହା ଆଇନଶୃଙ୍ଖଳା ପରିସ୍ଥିତି ସହ ଅରାଜକତା ସୃଷ୍ଟି କରିବାର ଆଶଙ୍କା ରହିଛି। ପୂର୍ବରୁ ଅନେକ ପରିବହନ ସଂସ୍ଥା ପରିବହନ କାର୍ଯ୍ୟ କରୁଥିବାରୁ ଶତାଧ୍ଵ ଯୁବକ ପରିବହନ କାର୍ଯ୍ୟରେ ନିୟୋଜିତ ଥିଲେ। ଏବେ ସେମାନେ କାର୍ଯ୍ୟ ହରାଇ ବସି ରହିଛନ୍ତି । ଏପରିକି ସଂସ୍ଥାଗୁଡିକ ଖଣିଦ୍ବାରା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବା ସହ ଅନେକ ପ୍ରକାର ସହାୟତା ଯୋଗାଇ ଆସୁଥିଲେ। ଏବେ ଖଣିରେ କାର୍ଯ୍ୟ କରୁଥିବା ପରିବହନ ସଂସ୍ଥାକୁ ମହଟାଇ ଦିଆଯାଉଛି।
ନୂଆ ସରକାର ଆସିବା ପରେ ଜଣେ ଅଣଓଡ଼ିଆ ବ୍ୟକ୍ତିର ଆରଜେ ଲଜିଷ୍ଟିକ ନାମକ ଏକ ସଂସ୍ଥା ଯୋଡ଼ା, ବଡ଼ବିଜ, କୋଲିଡା ଅଞ୍ଚଳରେ ଥିବା ଖଣିଗୁଡ଼ିକରୁ ପରିବହନ କାର୍ଯ୍ୟ, ବୋଝେଇ କାର୍ଯ୍ୟ ମିଳୁଛି। ଫଳରେ ପୂର୍ବରୁ ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ଠିକାଦାର ଓ କର୍ମଚାପା ହାତ ବାନ୍ଧି ବସିଛନ୍ତି। ଉକ୍ତ ପରିବହନ ସଂସ୍ଥା ପୂର୍ବ ପରି ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ବୁଝିବା ପାଇଁ ବାବୁଙ୍କ ପରିବହନ କାର୍ଯ୍ୟ ଚାଲୁଛି। ପ୍ରତିଶ୍ରୁତି ଦେଇ କାମ ହାତେଲ ନେଇଥିଲା। ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଅଣଓଡ଼ିଆ ଠିକା ସଂସ୍ଥା ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବାରୁ ଖଣି ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି । ଏହି ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଶାସନକୁ ଆସିବା ମାତ୍ରେ ଅଣଓଡ଼ିଆ ଲୋକଙ୍କୁ ବିଭିନ୍ନ କାମ ଦେବା ଯୋଗୁଁ ସରକାରଙ୍କ ଜିଲ୍ଲାରେ ଏବେ ଆକ୍ରୋଶ ବଢ଼ିବାରେ ଲାଗିଛି। ଏପରିକି ଅଣଓଡ଼ିଆ ପ୍ରୀତି ଏବେ ଦାଣ୍ଡରେ ପଡ଼ି ବାଟରେ ଗଡୁଛି।
ଯୋଡ଼ା ବ୍ଲକରେ କାର୍ଯ୍ୟକ୍ଷମ ଥିବା ୮୦ ଭାଗ ଖଣିରେ ଏହି ଅଣଓଡ଼ିଆ ଖଣିଗୁଡିକରୁ ପରିବହନ କାର୍ଯ୍ୟ ବ୍ୟାପକ ହୋଇପାରୁନାହିଁ। ବିଜେପି ସରକାର ବଳରେ ବଳୀୟାନ ହୋଇଥିବା ଏହି ଅଣଓଡ଼ିଆ ବାବୁ ଜଣକ ଏବେ ଖଣି ଅଞ୍ଚଳରେ ସର୍ବେସର୍ବା ହୋଇ ରହିବା ସହ ପୂର୍ବପରି ଖଣି ଅଞ୍ଚଳରେ ଖଣି ଚୋରା କାରବାରକୁ ପ୍ରଶ୍ରୟ ଦିଆଯାଇ ବର୍ଷକ ଭିତରେ ଅଧିକ ଚୋରା କାରବାର ବୃଦ୍ଧି ପାଉଥିବା ନେଇ ଆଲୋଚନା ହେଉଛି । ଏକଚାଟିଆ ପରିବହନ କାର୍ଯ୍ୟ ଦ୍ଵାରା ଅଞ୍ଚଳରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି । ଖଣିକ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ଠିକ ସମୟରେ ପରିବହନ ମୂଲ୍ୟ ମିଳୁ ନଥିବାବେଳେ ପରିବହନର ଉଚିତ ମୂଲ୍ୟ ମିଳି ପାରୁନଥିବା ଗାଡ଼ି ମାଲିକମାନେ ଅଭିଯୋଗ କରୁଛନ୍ତି ।