ରାଉରକେଲା : ସେଲ୍ଫ, ରାଉରକେଲା ଇସ୍ପାତ କାରଖାନାର ଜ୍ଞାନାର୍ଜନ ଓ ବିକାଶ କେନ୍ଦ୍ରଠାରେ ବରିଷ୍ଠ ଅଧିକାରୀଙ୍କ ନିମନ୍ତେ ଏକ ନେତୃତ୍ବ ରୂପାନ୍ତରଣ ବିକାଶ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ଆର୍ଏସ୍ପି ମେଣ୍ଟେନାନ୍ସ ବିଭାଗର ସିଜିଏମ୍ ଏସ୍ଏସ୍ ରାୟଚୌଧୁରୀ ଅଧ୍ୟକ୍ଷତା କରିଥିଲେ।
ଏହି ଅବସରରେ ଏଚ୍ଆରଏଲ୍ ଆଣ୍ଡ ଡି ବିଭାଗର ସିଜିଏମ୍ ପିକେ ସାହୁ ଏବଂ ସେଲ ବୋକାରୋ ଇସ୍ପାତ କାରଖାନାର ପୂର୍ବତନ ଇଡି ତଥା କାର୍ଯ୍ୟକ୍ରମର ଫାକଲ୍ଟି ଡକ୍ଟର ଏସ୍ଏନ୍ ସିଂହ ମଞ୍ଚାସୀନ ଥିଲେ। ଶ୍ରୀ ରାୟଚୌଧୁରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି କର୍ମଶାଳା ଆମର ଭବିଷ୍ୟତର ନେତୃତ୍ବଙ୍କ ମାର୍ଗ ପ୍ରଶସ୍ତ କରିବ ଏବଂ ସେମାନଙ୍କୁ ଆହ୍ବାନଗୁଡ଼ିକୁ ମୁକାବିଲା କରିବାରେ ସାହାଯ୍ୟ କରିବ। ସେ ସମସ୍ତଙ୍କୁ କାର୍ଯ୍ୟକ୍ରମର ଶ୍ରେଷ୍ଠ ଉପଯୋଗ ସହକାରେ ଉତ୍ତମ ନେତୃତ୍ବଭାବେ ଉଭା ହେବା ପାଇଁ ଉତ୍ସାହିତ କରିଥିଲେ I
ପି.କେ ସାହୁ ନିଜର ସ୍ବାଗତ ଅଭିଭାଷଣରେ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଡକ୍ଟର ଏସ୍ଏନ୍ ସିଂହ ତାଙ୍କ ଅଭିଭାଷଣରେ ଏହି କର୍ମଶାଳାର ମୁଖ୍ୟ ପ୍ରସଙ୍ଗ ସହିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁଗୁଡ଼ିକ ଉପରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ଏହାର ଉଦ୍ଯାପନୀ ଉତ୍ସବରେ ଆରଏସପି ସେବା ବିଭାଗର ସିଜିଏମ୍ ଇନ୍ଚାର୍ଜ ଆତିଶ ଚନ୍ଦ୍ର ସରକାର ଓ ଏଚଆର୍-ଏଲ୍ ଆଣ୍ଡ ଡି ବିଭାଗର ସିଜିଏମ ପି ସାହୁ ଅଧ୍ଯକ୍ଷତା କରି ଶଗ୍ରହଣକାରୀଙ୍କଠାରୁ ଫିଡ୍ବ୍ୟାକ ଗ୍ରହଣ କରି କରିଥିଲେ।
ଏହି ଅଧିବେଶନରେ ବିଭିନ୍ନ ବିଷୟାବଳୀ ଯଥା ବ୍ୟକ୍ତିଗତ ନେତୃତ୍ବ, ଦକ୍ଷତା ଗଠନ, ବିଶ୍ବାସ ସୃଷ୍ଟି ଏବଂ ରୂପାନ୍ତରଣୀୟ ନେତୃତ୍ବ ନିମନ୍ତେ ଆବଶ୍ୟକୀୟ ସମସ୍ତ ଦକ୍ଷତା ସ୍ଥାନ ପାଇଥିଲାI କାର୍ଯ୍ୟକ୍ରମକୁ ଏଲ୍ ଆଣ୍ଡ ଡି ବିଭାଗର ଜିଏମ୍ ସୁଶ୍ରୀ ଚୈତାଳି ଦାସ ସଂଯୋଜନା କରିଥିଲେ | ଏଚ୍ଆର୍ଏଲ୍ ଆଣ୍ଡ ଡି ବିଭାଗର ଡିଜିଏମ୍ କେ ଜୟସ୍ବାଲ ଏବଂ ଜେଇଏ ଡି.ସି ଗଉଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।